ପୁଣି ଉଠିଲା ପଶ୍ଚିମ ଓଡ଼ିଶା‌ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି

The Sakala Picture
Published On

ବଲାଙ୍ଗିର : ପୁଣି ଉଠିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି। ପଶ୍ଚିମ ଓଡ଼ିଶା‌ରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବା ପାଇଁ ଦାବି ଉପସ୍ଥାପନ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ବଲାଙ୍ଗିର ସାମ୍ୱାଦିକ ଭବନଠାରେ ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ଯେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ। ଇତିମଧ୍ୟରେ, ବମ୍ୱେ ହାଇକୋର୍ଟର ଚତୁର୍ଥ ବେଞ୍ଚ […]

ବଲାଙ୍ଗିର : ପୁଣି ଉଠିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି। ପଶ୍ଚିମ ଓଡ଼ିଶା‌ରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବା ପାଇଁ ଦାବି ଉପସ୍ଥାପନ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ବଲାଙ୍ଗିର ସାମ୍ୱାଦିକ ଭବନଠାରେ ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ଯେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ।

ଇତିମଧ୍ୟରେ, ବମ୍ୱେ ହାଇକୋର୍ଟର ଚତୁର୍ଥ ବେଞ୍ଚ କୋହ୍ଲାପୁରଠାରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନାଗପୁର, ଔରଙ୍ଗାବାଦ ଓ ଗୋଆ ନିକଟବର୍ତ୍ତୀ ଅଞ୍ଚଳରେ ତିନୋଟି ବେଞ୍ଚ ଥିବା ବେଳେ ଏବେ ଚତୁର୍ଥ ବେଞ୍ଚକୁ ଅନୁମୋଦନ ମିଳିଛି। ଏହାବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ, ଆଲ୍ଲାବାଦ ହାଇକୋର୍ଟ, ଗୌହାଟୀ ହାଇକୋର୍ଟ, ମଧ୍ୟପ୍ରଦେଶ ହାଇକୋର୍ଟ, କେରଳ ହାଇକୋର୍ଟ ଓ ଅନ୍ୟ କିଛି ହାଇକୋର୍ଟର ମଧ୍ୟ ସ୍ଥାୟୀ ହାଇକୋର୍ଟ ବେଞ୍ଚ ରହିଛି। କିନ୍ତୁ ଓଡ଼ିଶାରେ ନାହିଁ। ଓଡ଼ିଶା ହାଇକୋର୍ଟଠାରୁ କୋଶଳାଞ୍ଚଳର ବିଭିନ୍ନ ଜିଲ୍ଲାର ଦୂରତ୍ବ, ମକଦ୍ଦମା ସଂଖ୍ୟା, ଲୋକଙ୍କ ଅର୍ଥନୈତିକ ଅବସ୍ଥା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ଦୃଷ୍ଟିରେ ରଖି ଯଶୋବନ୍ତ ସିଂ କମିଶନର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘ ଚାରିଦଶକ ହେଲା ଦାବି ହୋଇଆସୁଛି।

ଗତ ୧୫ବର୍ଷ ଧରି ଆଇନଜୀବୀ ଓ ଜନସାଧାରଣଙ୍କ ତରଫରୁ ସାରା କୋଶଳାଞ୍ଚଳରେ ଲମ୍ୱା ଲଢ଼େଇ ମଧ୍ୟ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବିରୋଧୀ ଦଳରେ ଥିବା ବେଳେ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତାକୁ ଆସିଲେ କୋଶଳାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବେ ବୋଲି କହିଥିଲେ। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ସମୟ ଆସିଛି, ବିଜେପି ସରକାର ତାଙ୍କର ପ୍ରତୁଶ୍ରୁତି ପୂରଣ କରୁ। କୋଶଳାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିକୁ ନେଇ ଅଞ୍ଚଳର ନିର୍ବାଚିତ ପ୍ରତିନିଧିମାନେ ତୁରନ୍ତ ସରକାରଙ୍କୁ ପ୍ରଭାବିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

କୋଶଳାଞ୍ଚଳର ଦୁଇଟି ମୁଖ୍ୟ ଦାବି ହେଲା ସମ୍ୱିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଓ କୋଶଳାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ। ଏହି ଉଭୟ ଦାବି ହାସଲ କରିବା ପାଇଁ ଲମ୍ୱା ଲଢେଇ କରିବାକୁ ପଡ଼ିବ। ଏଥିପାଇଁ କୋଶଳାଞ୍ଚଳର ଜନସାଧାରଣ ଛୋଟଛୋଟ ଗୋଷ୍ଠୀରେ ବିଭକ୍ତ ନ ହୋଇ ଦଳୀୟ ବିଚାରଧାରା ଓ ଅଞ୍ଚଳଗତ ବିଚାରଧାରାରୁ ଉଚ୍ଚକୁ ଆସି ଏକତ୍ରିତ ଭାବରେ ଲଢ଼ିବାକୁ ସମର୍ପିତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି। ଏହି ଦାବି ନେଇ ଖୁବ୍‌ଶୀଘ୍ର କୋଶଳ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଯିବ ବୋଲି ମିଶ୍ର ସୂଚନା ଦେଇଛନ୍ତି।

04 Aug 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର