ଭିଜିଲାନ୍ସ ଜାଲରେ ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ରେଡ୍
କେନ୍ଦୁଝର: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚିଫ ଇଞ୍ଜିନିୟର ଏଣ୍ଡ ବେସିନ ମ୍ୟାନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କୈଳାଶ […]
କେନ୍ଦୁଝର: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚିଫ ଇଞ୍ଜିନିୟର ଏଣ୍ଡ ବେସିନ ମ୍ୟାନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କୈଳାଶ ସାହୁଙ୍କ ପୈତୃକ ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା, ୩ଟି ଫ୍ଲାଟ ଓ ଯାଜପୁରର କୋରେଇ ଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥିସହ କେନ୍ଦୁଝର ଅଫିସ, ସରକାରୀ ବାସଭବନ, ଯାଜପୁରର କୋରେଇ ଓ ବ୍ୟାସନଗର, ଭୂବନେଶ୍ଵର, କଟକ ଓ ପୁରୀ ସମେତ ୧୦ଟି ଜାଗାରେ ଏକକାଳୀନ ଚଢାଉ ଚାଲିଛି ।