ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା, ଅଟୋରେ ନିଶାଦେଇ ଯୁବକଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନା

The Sakala Picture
Published On

ଭୁବନେଶ୍ୱର: ସାବଧାନ ! ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା । ଖାଦ୍ୟରେ ନିଶା ଖୁଆଇ ଲୋକଙ୍କୁ କରୁଛନ୍ତି ଲୁଟ୍ । ମାଷ୍ଟରକ୍ୟାଣ୍ଟିନରୁ ଫେରୁଥିବାବେଳେ ଅଟୋରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ଓ ସୁନା ଲୁଟିନେଲେ ଦୁର୍ବୃତ୍ତ। ଭୋରୁ ଭୋରୁ ରାଜଧାନୀରେ ଘଟିଛି ଘଟଣା । ଚା’ରେ ନିଶା ଦେଇ ଲୁଟି ନେଲେ ସୁନା ଚେନ, ସୁନା ମୁଦି ମୋବାଇଲ୍ ଓ ଟଙ୍କା । ଲୁଟର ଶିକାର ହୋଇଛନ୍ତି ବାଙ୍କୀ ବଇଦେଶ୍ବରର ରବି ନାରାୟଣ ମହାପାତ୍ର । ଗତକାଲି […]

ଭୁବନେଶ୍ୱର: ସାବଧାନ ! ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା । ଖାଦ୍ୟରେ ନିଶା ଖୁଆଇ ଲୋକଙ୍କୁ କରୁଛନ୍ତି ଲୁଟ୍ । ମାଷ୍ଟରକ୍ୟାଣ୍ଟିନରୁ ଫେରୁଥିବାବେଳେ ଅଟୋରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ଓ ସୁନା ଲୁଟିନେଲେ ଦୁର୍ବୃତ୍ତ। ଭୋରୁ ଭୋରୁ ରାଜଧାନୀରେ ଘଟିଛି ଘଟଣା । ଚା’ରେ ନିଶା ଦେଇ ଲୁଟି ନେଲେ ସୁନା ଚେନ, ସୁନା ମୁଦି ମୋବାଇଲ୍ ଓ ଟଙ୍କା । ଲୁଟର ଶିକାର ହୋଇଛନ୍ତି ବାଙ୍କୀ ବଇଦେଶ୍ବରର ରବି ନାରାୟଣ ମହାପାତ୍ର । ଗତକାଲି ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୁବନେଶ୍ୱର ଷ୍ଟେସନରେ ସାଢ଼େ ୪ଟା ବେଳେ ଓହ୍ଲେଇ ଅଟୋରେ କଳିଙ୍ଗବିହାର ବାହାରି ଥିଲେ । ରାସ୍ତାରେ ଅଟୋରେ ଯିବା ବେଳେ ଲୁଟର ଶିକାର ହୋଇଥିବା କରିଛନ୍ତି । ଅଟୋ ଚାଳକ ଚା’ରେ ନିଶା ଦେଇ ସୁନା ମୁଦି, ୧୭ ହଜାର ଟଙ୍କା, ସୁନା ଚେନ, ମୋବାଇଲ୍ ଲୁଟି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

ଲୁଟ ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ । ସକାଳୁ ପାର୍କକୁ ଆସୁଥିବା ଲୋକେ ଦେଖି ପିସିଆରକୁ ଖବର ଦେଇଥିଲେ । ରବି ବୁଲିବା ପାଇଁ ଦିଲ୍ଲୀ ଏକୁଟିଆ ଯାଇଥିଲେ । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏୟାର ଫିଲ୍ଡ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp