ହତ୍ୟା ଉଦ୍ୟମର ଯୋଜନା ପଣ୍ଡ କଲା ପୋଲିସ, ମାରଣାସ୍ତ୍ର ସହ ଯୁବକ ଗିରଫ

The Sakala Picture
Published On

ଜଳେଶ୍ଵର: ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଯୁବକ ବେଲରେ ଆସିବା ପରେ ପୁଣି କରିଥିଲା ଯୋଜନାବଦ୍ଧ ହତ୍ୟାର ଷଡ଼ଯନ୍ତ୍ର। ପଣ୍ଡ କଲା ପୋଲିସ,ଗିରଫ ସହ ଜବତ କଲା ବିଭିନ୍ନ ମାରଣାସ୍ତ୍ର, ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖଳାବାଡିଆ ଗ୍ରାମରେ।ଘଟଣାରୁ ପ୍ରକାଶ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପ୍ରାଣକୃଷ୍ଣ ପାଲଙ୍କ ପୁଅ ଚନ୍ଦ୍ରକାନ୍ତ ଉକ୍ତ ଗ୍ରାମର ଦୀନବନ୍ଧୁ ପାଲଙ୍କ ପୁଅ ନିତ୍ୟାନନ୍ଦଙ୍କୁ ଗତ ଜୁନ ୧୬ ତାରିଖରେ ଗ୍ରାମର ସାପ୍ତାହିକ ହାଟରେ […]

ଜଳେଶ୍ଵର: ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଯୁବକ ବେଲରେ ଆସିବା ପରେ ପୁଣି କରିଥିଲା ଯୋଜନାବଦ୍ଧ ହତ୍ୟାର ଷଡ଼ଯନ୍ତ୍ର। ପଣ୍ଡ କଲା ପୋଲିସ,ଗିରଫ ସହ ଜବତ କଲା ବିଭିନ୍ନ ମାରଣାସ୍ତ୍ର, ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖଳାବାଡିଆ ଗ୍ରାମରେ।ଘଟଣାରୁ ପ୍ରକାଶ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପ୍ରାଣକୃଷ୍ଣ ପାଲଙ୍କ ପୁଅ ଚନ୍ଦ୍ରକାନ୍ତ ଉକ୍ତ ଗ୍ରାମର ଦୀନବନ୍ଧୁ ପାଲଙ୍କ ପୁଅ ନିତ୍ୟାନନ୍ଦଙ୍କୁ ଗତ ଜୁନ ୧୬ ତାରିଖରେ ଗ୍ରାମର ସାପ୍ତାହିକ ହାଟରେ ମାରଣାସ୍ତ୍ର ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତ ନିତ୍ୟାନନ୍ଦକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏନେଇ ନିତ୍ୟାନନ୍ଦଙ୍କ ସ୍ତ୍ରୀ ସୁମତୀ ୧୭ ଜୁନରେ ଲିଖିତ ଅଭିଯୋଗ କରିଥିଲେ।ସୁମତୀର ଅଭିଯୋଗ ମୁଳେ ପୋଲିସ ୨୦୬/୨୧ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତ ୧୪ ତାରିଖରେ ଫେରାର ଅଭିଯୁକ୍ତ ଚନ୍ଦ୍ରକାନ୍ତ ଆଗୁଆ ପାରୋଲରେ ଆସି ଆଜି ଅପରାହ୍ନରେ ରଚିଥିଲା ଯୋଜନାବଦ୍ଧ ଆକ୍ରମଣ।ଚନ୍ଦ୍ରକାନ୍ତ ତାଙ୍କର କିଛି ସହଯୋଗୀମାନଙ୍କ ସହ ମିଶି ବିଭିନ୍ନ ମାରଣାସ୍ତ୍ର ଧରି ନିତ୍ୟାନନ୍ଦଙ୍କ ଘରେ ପହଞ୍ଚିଥିଲେ। କୈାଣସି ସୁତ୍ରରୁ ଖବର ପାଇ ନିତ୍ୟାନନ୍ଦ ପରିବାର ଲୋକେ ଘରବନ୍ଦ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରି ଉକ୍ତ ଗ୍ରାମରେ ପହଞ୍ଚିଥିଲେ। ପ୍ରଥମେ ଆକ୍ରମଣକାରିମାନେ ପୋଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଖସି ପଳାଇବାକୁ ଚେଷ୍ଟା କରିଥିଲେ।ମାତ୍ର ପ୍ରତି ଆକ୍ରମଣ କରି ପୋଲିସ ଅଭିଯୁକ୍ତ ଚନ୍ଦ୍ରକାନ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ମାନେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ପୋଲିସ ଚନ୍ଦ୍ରକାନ୍ତ ଠାରୁ ଗୋଟିଏ ବନ୍ଧୁକ ୩ଟି ଜୀବନ୍ତ ଗୁଳି,୨ଟି ଭୁଜାଲି,୨ଟି ମୋବାଇଲ ଏବଂ ଗୋଟିଏ ଓଡି ୦୧ ଏଡି- ୮୦୬୪ ସ୍କୁଟି ଜବଦ କରିଛି । ପୋଲିସ ନିଜ ପକ୍ଷରୁ ୨୪୬/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

15 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର