୫ ଦିନ ପରେ ମିଳିଲା ନିଖୋଜ ରଙ୍ଗାଧରଙ୍କ ମୃତଦେହ : ସ୍ୱାମୀଙ୍କ ଅନ୍ତେଷ୍ଟି ବେଳେ ପ୍ରେମିକର ହାତ ଧରି ସ୍ତ୍ରୀ ହେଲା ଫେରାର

The Sakala Picture
Published On

ଓଳାଭର : ବିବାହର ପବିତ୍ର ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ଗୋଟେ ଜନମ ପାଇଁ ନୁହେଁ, ସାତ ଜନମ ପାଇଁ ଏକାଠି ରହିବାର ପଣ କରିଥାଆନ୍ତି ପତିପତ୍ନୀ । ହେଲେ ଯେତେବେଳେ ସେ ପ୍ରତିଶୃତିରେ ଫାଟ ଦେଖାଦିଏ,ଚାହୁଁ ଚାହୁଁ ସମ୍ପର୍କଟା ମିଛ ବୋଲି ପ୍ରମାଣିତ ହୋଇପଡେ ଏଭଳି ଏକ ପ୍ରାସଙ୍ଗିକତା ବହନ କରୁଥିବା ଘଟଣାଟି ଘଟିଛି ରାଜକନିକା ଥାନା ଭାମଣ୍ଡା ଗ୍ରାମରେ। ମୃତ ସ୍ୱାମୀର ଜୂଇ ଜଳୁଥିବା ଅଵସ୍ଥାରେ ନିଜ ପ୍ରେମିକର ହାତ ଧରି ସ୍ତ୍ରୀ ଫେରାର […]

ଓଳାଭର : ବିବାହର ପବିତ୍ର ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ଗୋଟେ ଜନମ ପାଇଁ ନୁହେଁ, ସାତ ଜନମ ପାଇଁ ଏକାଠି ରହିବାର ପଣ କରିଥାଆନ୍ତି ପତିପତ୍ନୀ । ହେଲେ ଯେତେବେଳେ ସେ ପ୍ରତିଶୃତିରେ ଫାଟ ଦେଖାଦିଏ,ଚାହୁଁ ଚାହୁଁ ସମ୍ପର୍କଟା ମିଛ ବୋଲି ପ୍ରମାଣିତ ହୋଇପଡେ ଏଭଳି ଏକ ପ୍ରାସଙ୍ଗିକତା ବହନ କରୁଥିବା ଘଟଣାଟି ଘଟିଛି ରାଜକନିକା ଥାନା ଭାମଣ୍ଡା ଗ୍ରାମରେ। ମୃତ ସ୍ୱାମୀର ଜୂଇ ଜଳୁଥିବା ଅଵସ୍ଥାରେ ନିଜ ପ୍ରେମିକର ହାତ ଧରି ସ୍ତ୍ରୀ ଫେରାର ହୋଇଯିବା ଭଳି ଅମାନବୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ମିଳିଥିବା ସୂଚନାଅନୁସାରେ ରାଜକନିକା ଥାନା ଭାମଣ୍ଡା ଗ୍ରାମ ନୃସିଂହ ନାଥ ମନ୍ଦିରର ପୂଜକ ରଙ୍ଗାଧର ଦାଶ ଯିଏକି ଗତ ୧୭ ତାରିଖରୁ କେଉଁଆଡେ ନିଖୋଜ ହେବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପ୍ରଥମେ ରଙ୍ଗାଧର ଦାଶଙ୍କ ସ୍ତ୍ରୀ ରତ୍ନମଣି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରାଜକନିକା ଥାନାରେ ପୁଣିଏକ ଅଭିଯୋଗ କରିଥିଲେ ନିଖୋଜ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ତାଙ୍କ ଭାଇ ସହ ପତ୍ନୀ ରତ୍ନମଣୀର ସବୁବେଳେ ଝଗଡା ଲାଗି ରହୁଥିଲା।ପାରିପାରିକ ଏହି ଝଗଡା ସେଇ ଗ୍ରାମର ଏକ ଯୁବକ ଓ ରତ୍ନମଣିଙ୍କ ଅବୈଧ ସମ୍ପର୍କକୁ ନେଇ ସବୁ ବେଳେ ରଙ୍ଗାଧର ମନସ୍ତାପରେ ରହୁଥିଲେ।ଏମିତିକି ଗତ ୧୭ ତାରିଖ ରଙ୍ଗାଧରଙ୍କ ନିଖୋଜ ପଛରେ ଏମାନଙ୍କ ହାତ ଥିବା ନେଇ ସେ ସନ୍ଦେହ ପ୍ରକଟ କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ଗତକାଲି ଭାମଣ୍ଡା ଗ୍ରାମ ପାଖ ଏକ ନାଳରୁ ମିଳିଥିଲା ଏକ ଗଳିତ ଶବ। ଶବଟି ରଙ୍ଗାଧରଙ୍କର ବୋଲି ମଧ୍ୟ ଚିହ୍ନଟ ପରେ କ୍ରମଶଃ ତାଙ୍କ ଭାଇ ଗଙ୍ଗାଧର କରୁଥିବା ସନ୍ଦେହ ଘନିଭୂତ ହୋଇଥିଲା। ମୃତ ଦେହରେ ବିଭିନ୍ନ କ୍ଷତ ଥିବା ସହ ମୁଣ୍ଡ ରେ ମଧ୍ୟ ଗଭୀର କ୍ଷତ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଶବବିଳିବା ପରେ ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ରାଜକନିକା ପୁଲିସ ପକ୍ଷରୁ ଶଵ ବ୍ୟବଚ୍ଛେଦ କରାଯାଇ ଗତକାଲି ଅପରାହ୍ନରେ ପରିବାରକୁ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ପରିବାର ଲୋକ ଗତକାଲି ରଙ୍ଗାଧରଙ୍କ ଅନ୍ତେଷ୍ଟି କାର୍ଯ୍ୟ କରିଥିଲେ। ହେଲେ ତାଜୁବ କରିବା ଭଳି କଥାଟି ହେଉଛି ଯେଉଁ ସ୍ତ୍ରୀ ସ୍ୱାମୀର ଏଭଳି ମୃତାହତ ହେବା ବେଳେ ଦୁଃଖରେ ମ୍ରିୟମାଣ ହେବା କଥା ତାହା ତାଙ୍କ ପାଖେ ଦେଖିବାକୁ ମିଳିନଥିଲା  ମଶାଣୀକୁ ଶବ କୋକେଇ ଯୋଗେ ବୁହା ହେଲା।ଜୂଇରେ ବି ନିଆଁ ଲାଗିଲା। ହେଲେ ସାତଜନମକୁ ସାଥି ହୋଇ ଥିବା ପତ୍ନୀ ଜଣକ କିନ୍ତୁ ମୁହଁ ମୋଡି ଚାଲିଗଲା ପ୍ରେମିକ ସହ। ଯାହାକି ପରକୀୟା ପ୍ରୀତି ନେଇ ଉଠିଥିବା କଥାଟି ଏଠାରେ ସତ୍ୟ ବୋଲି ବିବେଚିତ ହୋଇଛି। ସ୍ୱାମୀର ଜୂଇ ଲିଭି ନ ଥିଲା,ଏପାଖରେ ହାତରୁ ଶଂଖା ଖୋଲି ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହୋଇଯିବା ବୋଧହୁଏ ବିରଳ ଉଦାହରଣ ବୋଲି ଆଲୋଚନା ହେଉଛି।

ଉଳ୍ଲେଖଯୋଗ୍ୟ ରଙ୍ଗାଧର ଓ  ରତ୍ନମଣିଙ୍କର ଏବେ ଦୁଇ ଝିଅ,ଦୁଇ ପୁଅ ରହିଛନ୍ତି। ଦୁଇ ଝିଅ ନିଜ ପ୍ରତିକ୍ରିୟାରେ ଆମ ମାଆ ଅନ୍ୟ ଲୋକ ସହିତ ଖରାପ ସମ୍ପର୍କ ରଖି ଆମ ବାପାକୁ ମାରିଦେଲେ ବୋଲି କହିବା ସହ ଏମିତି ମାଆ କାହାକୁ ନ ମିଳୁ। ଏଭଳି ମାଆଙ୍କୁ ଆମେ ଚାହୁଁନା ବୋଲି କାନ୍ଦ କାନ୍ଦ ହୋଇ କହିଥିଲେ। ଅନ୍ୟପଟେ ରତ୍ନମଣିଙ୍କ ପ୍ରେମିକ ବି ରୋକଠୋକ୍ ଚାରିବର୍ଷ ହେବ ରତ୍ନମଣିଙ୍କ ସହ ସମ୍ପର୍କ ଥିବା ନେଇ କହିଥିଲେ।ଏମିତିକି ଏକଥା ରଙ୍ଗାଧର ବି ଏହାକୁ ଜାଣିଥିଲେ ବୋଲି ମଧ୍ୟ କହିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଏସବୁ ଘଟଣାରେ ରତ୍ନମଣିଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ବି ସ୍ପଷ୍ଟ ଭାବେ ଅନ୍ୟ ସେହି ବିବାହିତ ଯୁବକଙ୍କ ସହ ଅବୈଧ ମିଳାମିଶା ଅଛି ବୋଲି ମାନିଥିଲେ।ଏମିତିକି ସ୍ୱାମୀ ଗଲାପରେ ବିଧବା ହୋଇ ଶାଶୁଘରେ ପିଲାମାନଙ୍କ ସହ ରହିବ କି ନାହିଁ ପଚାରିଲା ପରେ ପିଲାମାନେ ତାଙ୍କୁ ରଖାଇ ଦେବେ ନାହିଁ।ସେଥିପାଇଁ ପ୍ରେମିକ ସହ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ।

ଅନ୍ୟପଟେ ଏ ଘଟଣାକୁ ନେଇ ଭାମଣ୍ଡା ଗ୍ରାମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୁଚାଛପାରେ ଦୁହିଂଙ୍କର ଅବୈଧ ପ୍ରେମ ବେଶ୍ ବହୁ ବର୍ଷ ଧରି ଚାଲିଥିବା କଥା ଚର୍ଚ୍ଚା ହୋଇଛି। ପ୍ରେମିକ ବି ଏହାକୁ ନେଇ ଚେତାବନୀ ଦେବା ପରେ ଆଜି ତାହା ସତ ହୋଇଛି। ରତ୍ନମଣି ଓ ତାଙ୍କ ପ୍ରେମିକ ଜାଣିଶୁଣି ରଙ୍ଗାଧରକୁ ବେକ ଚିପିବା ସହ ମୁଣ୍ଡରେ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଯାଏ ବି ଏମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସେମିତି ହୋଇ ନ ଥିବା ବେଳେ ମୃତ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର କରିଥିବା ଅଭିଯୋଗର ସତ୍ୟତା ବେଶ୍ ପ୍ରାସଙ୍ଗିକ ମନେହୁଏ। ଅପରପକ୍ଷରେ ରତ୍ନମଣି ସ୍ୱାମୀର ଜୂଇ ଜଳୁଥିବା ବେଳେ ପ୍ରେମିକର ହାତ ଧରି ଫେରାର ହୋଇଯିବା ଓ ଗ୍ରାମବାସୀଙ୍କ ଅଭିଯୋଗ ନିଶ୍ଚିତ ଭାବେ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଡେ ଇଙ୍ଗିତ କରୁଛି ।

23 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର