ବଳି ପଡୁଛି ରାଜ୍ୟର ସ୍ୱାର୍ଥ : ବିଧାସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

The Sakala Picture
Published On

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ […]

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ । ତେଣୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ମମିତା ମେହେର ପ୍ରସଙ୍ଗରେ ଘଣ୍ଟ ବଜାଇ ଗୃହରେ ପାଣି ଛିଞ୍ଚି ଗୃହକୁ ବିଶୋଧନ କରିବାର ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ତୁ ଗୃହ ଚଳାଇବା ସପକ୍ଷରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସରକାର ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ବିରୋଧିଙ୍କ ଏଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଗୃହ କାର୍ଯ୍ୟରେ  ବାଧା ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ତେଣୁ ମୋଟ ୬ ଦିନ ହେବ ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଥିବା ସ୍ୱତେ ମଧ୍ୟ ଘଣ୍ଟାଏ ଚାଲିପାରିନି ଗୃହ । ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ତାହା ସଫଳ ହୋଇନାହିଁ ।ଏପରି ସ୍ଥିତିରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନାହିଁ । ବିରୋଧି କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୀନ ଉଦ୍ୟମକୁ ଅନ୍ୟପଟେ ବିଜେଡି ଦଳର ନେତୃତ୍ୱ ନିନ୍ଦା ପ୍ରକଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

07 Dec 2021 By The Sakala

ବଳି ପଡୁଛି ରାଜ୍ୟର ସ୍ୱାର୍ଥ : ବିଧାସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ । ତେଣୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ମମିତା ମେହେର ପ୍ରସଙ୍ଗରେ ଘଣ୍ଟ ବଜାଇ ଗୃହରେ ପାଣି ଛିଞ୍ଚି ଗୃହକୁ ବିଶୋଧନ କରିବାର ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ତୁ ଗୃହ ଚଳାଇବା ସପକ୍ଷରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସରକାର ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ବିରୋଧିଙ୍କ ଏଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଗୃହ କାର୍ଯ୍ୟରେ  ବାଧା ସୃଷ୍ଟି କରିଛି ।

ତେଣୁ ମୋଟ ୬ ଦିନ ହେବ ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଥିବା ସ୍ୱତେ ମଧ୍ୟ ଘଣ୍ଟାଏ ଚାଲିପାରିନି ଗୃହ । ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ତାହା ସଫଳ ହୋଇନାହିଁ ।ଏପରି ସ୍ଥିତିରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନାହିଁ । ବିରୋଧି କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୀନ ଉଦ୍ୟମକୁ ଅନ୍ୟପଟେ ବିଜେଡି ଦଳର ନେତୃତ୍ୱ ନିନ୍ଦା ପ୍ରକଟ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର