୩ ମାସ ହେଲା ବନ୍ଦ ହୋଇଛି ‘ଆଶୀର୍ବାଦ’ ସହାୟତା, କୋଭିଡ୍‌ ଅନାଥ ଛୁଆଙ୍କ ଭତ୍ତା ବନ୍ଦକୁ ନେଇ ବିଜେଡିର ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ୫୦ ହଜାରରୁ ଉଦ୍ଧ୍ୱର୍ ପିଲା ଯେଉଁମାନେ ନିଜ ବାପା, ମାଙ୍କୁ ହରାଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ମାର୍ଚ୍ଚ ମାସରୁ ଆର୍ଥିକ ସହାୟତା ଦେଉ ନାହାନ୍ତି। ବୟସ୍କ, ଭିନ୍ନକ୍ଷମ ଓ ବିଧବାଙ୍କୁ ଭତ୍ତା ପ୍ରଦାନରେ ବିଫଳ ହୋଇଥିବା ସରକାର ଛୋଟ ଛୋଟ ଅନାଥ ଶିଶୁଙ୍କ ସମ୍ବେଦନହୀନ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର  ଲେନିନ ମହାନ୍ତି କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ବ ଛୋଟ ଛୋଟ ଶିଶୁ ନିଜ ବାପାମାଆଙ୍କୁ ହରାଇ ଅନାଥ ହୋଇଥିଲେ। ସେମାନଙ୍କ ଲାଳନପାଳନ ପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ଯୋଜନା ପ୍ରଚଳନ କରି ମାସିକ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରିଥିଲେ। କୋଭିଡରେ ଉଭୟ ବାପାମାଆଙ୍କୁ ହରାଇଥିବା ପିଲାମାନେ ମାସିକ ୨.୫ ହଜାର ଏବଂ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିଲେ ମାସିକ ୧.୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ଏହି ମାସିକ ସହାୟତା ଅର୍ଥ ଅନାଥ ଶିଶୁମାନଙ୍କୁ ଲାଳନପାଳନ କରୁଥିବା ତାଙ୍କ ସଂପର୍କୀୟ ବା ସେ ରହୁଥିବା ଅନୁଷ୍ଠାନଙ୍କୁ ସିଧାସଳଖ ଆକାଉଣ୍ଟ ପ୍ରଦାନ କରାଯାଉଥିଲା । ଗତ ମାର୍ଚ୍ଚ ମାସଠାରୁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାନଯିବାରୁ ଏହି ପିଲାମାନଙ୍କ ଲାଳନପାଳନରେ ଘୋର ସଂକଟ ସୃଷ୍ଟି ହେଉଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ ମଧ୍ୟ ସରକାରୀ ସହାୟତା ବନ୍ଦ ହୋଇଥିବାରୁ ବର୍ତ୍ତମାନ ନିଜର ଅସହାୟତା ପ୍ରକାଶ କରୁଛନ୍ତି। ସରକାର ତୁରନ୍ତ ବକେୟା ଅର୍ଥ ରାଶି ସହ ମାସିକ ଭତ୍ତା ପ୍ରଦାନ କରିବାକୁ ବିଜେଡି ଦାବି କରିଛି।

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର