ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ

The Sakala Picture
Published On

ଭୁବନେଶ୍ବର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ । ୭୬ବର୍ଷ ବୟସରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ବାମପନ୍ଥୀ ଚିନ୍ତାଧାରାସହ ସେ ଜଡିତ ଥିଲେ। ସିପିଆଇ ପ୍ରାର୍ଥୀ ଭାବେ ୩ଥର ବାଲେଶ୍ବର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । ସିପିଆଇରେ ସେ ୧୯୭୧ମିସିହାରୁ ୧୯୯୪ ମସିହା ପର୍ଯ୍ଯନ୍ତ ଜଡିତ […]

ଭୁବନେଶ୍ବର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ । ୭୬ବର୍ଷ ବୟସରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ବାମପନ୍ଥୀ ଚିନ୍ତାଧାରାସହ ସେ ଜଡିତ ଥିଲେ। ସିପିଆଇ ପ୍ରାର୍ଥୀ ଭାବେ ୩ଥର ବାଲେଶ୍ବର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । ସିପିଆଇରେ ସେ ୧୯୭୧ମିସିହାରୁ ୧୯୯୪ ମସିହା ପର୍ଯ୍ଯନ୍ତ ଜଡିତ ଥିଲେ। ଏହାପରେ ସେ ୧୯୯୫ରେ ସ୍ବାଧିନ ପ୍ରାର୍ଥୀ ଭବେ ମଧ୍ଯ ବିଜୟ ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ପରେ ୨୦୦୪ରେ ସେ ଓଡିଶା ଗଣ ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୪୬ ଏପ୍ରିଲ ୩୦ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଅରୁଣ ଦେ ବୃତ୍ତିରେ ଜଣେ ଆଇନଜୀବୀ । ୨୦୦୯ରେ ସେ ଓଡିଶା ଗଣ ପରିଷଦରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । ୨୦୦୯ ପରେ ସେ ଆଉ ନିର୍ବାଚନ ଜିତି ପାରିନଥିଲେ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନ ପାଇବାରୁ ସେ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ଆସନରୁ ଲିଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ହାରିଯାଇଥିଲେ । ୨୦୨୦ରେ ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡି ଫେରିଥିଲେ ।

02 Aug 2021 By The Sakala

ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ । ୭୬ବର୍ଷ ବୟସରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ବାମପନ୍ଥୀ ଚିନ୍ତାଧାରାସହ ସେ ଜଡିତ ଥିଲେ। ସିପିଆଇ ପ୍ରାର୍ଥୀ ଭାବେ ୩ଥର ବାଲେଶ୍ବର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । ସିପିଆଇରେ ସେ ୧୯୭୧ମିସିହାରୁ ୧୯୯୪ ମସିହା ପର୍ଯ୍ଯନ୍ତ ଜଡିତ ଥିଲେ। ଏହାପରେ ସେ ୧୯୯୫ରେ ସ୍ବାଧିନ ପ୍ରାର୍ଥୀ ଭବେ ମଧ୍ଯ ବିଜୟ ଲାଭ କରିଥିଲେ।

ପରେ ୨୦୦୪ରେ ସେ ଓଡିଶା ଗଣ ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୪୬ ଏପ୍ରିଲ ୩୦ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଅରୁଣ ଦେ ବୃତ୍ତିରେ ଜଣେ ଆଇନଜୀବୀ । ୨୦୦୯ରେ ସେ ଓଡିଶା ଗଣ ପରିଷଦରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । ୨୦୦୯ ପରେ ସେ ଆଉ ନିର୍ବାଚନ ଜିତି ପାରିନଥିଲେ।

୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନ ପାଇବାରୁ ସେ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ଆସନରୁ ଲିଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ହାରିଯାଇଥିଲେ । ୨୦୨୦ରେ ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡି ଫେରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର