ଆଜିଠୁ ଆରମ୍ଭ ହେବାକୁ ଯାଉଛି ନାମାଙ୍କନପତ୍ର ଦାଖଲ, ଶେଷ ଆଶାରେ ବିଧାୟକଙ୍କ ଘର ଛାଡୁନାହାନ୍ତି ଆଶାୟୀ

The Sakala Picture
Published On

ଭୁବନେଶ୍ୱର: ଆଜି ଠାରୁ ବିଏମ୍‍ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଦଳୀୟ ଟିକଟ ଘୋଷଣା କରି ନାହାନ୍ତି। ବିଶେଷକରି ବିଜୁ ଜନତା ଦଳରୁ ଟିକଟ ଆଶାୟୀଙ୍କ ସଂଖ୍ୟା ଆଶାତୀତ ବଢ଼଼ିଯାଇଥିବା ବେଳେ ବିଜେଡି ଟିକଟ ବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି। ପଞ୍ଚାୟତ ନିର୍ବାଚନରେ ବିରୋଧୀ ବିଧ୍ୱଂସ ଗୋଟିଚାଳନା କରି ବିଜେଡି ଏହାକୁ ଏକପାଖିଆ ବିଜୟ କରିଥିବାରୁ ନୂଆ […]

ଭୁବନେଶ୍ୱର: ଆଜି ଠାରୁ ବିଏମ୍‍ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଦଳୀୟ ଟିକଟ ଘୋଷଣା କରି ନାହାନ୍ତି। ବିଶେଷକରି ବିଜୁ ଜନତା ଦଳରୁ ଟିକଟ ଆଶାୟୀଙ୍କ ସଂଖ୍ୟା ଆଶାତୀତ ବଢ଼଼ିଯାଇଥିବା ବେଳେ ବିଜେଡି ଟିକଟ ବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି। ପଞ୍ଚାୟତ ନିର୍ବାଚନରେ ବିରୋଧୀ ବିଧ୍ୱଂସ ଗୋଟିଚାଳନା କରି ବିଜେଡି ଏହାକୁ ଏକପାଖିଆ ବିଜୟ କରିଥିବାରୁ ନୂଆ ପୁରୁଣା ସବୁ ରାଜନେତା ଏବେ ବିଜେଡି ଟିକଟ ପାଇଁ ମୁହାଁଇଛନ୍ତି। ଯାହାଦ୍ୱାରା ସଠିକ୍‍ ପ୍ରାର୍ଥୀଙ୍କୁ ବାଛି ସେମାନଙ୍କୁ ଟିକଟ ଦେବା ଉପରେ ଦଳ ଗୁରୁତ୍ୱ ଦେଉଛି। ଅନ୍ୟପଟେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବାକୁ ଥିବାରୁ ଟିକଟ ପାଇଁ ବାୟୋଡାଟା ସହ ଆବେଦନ କରିଥିବା ଆଶାୟୀମାନେ ଭୁବନେଶ୍ୱରର ୩ ବିଧାୟକଙ୍କ ଘର ଛାଡ଼ୁନାହାନ୍ତି। ଶେଷ ଆଶା ନେଇ ମଙ୍ଗଳବାର ଦିନ ତମାମ ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଛନ୍ତି। ଏମିତି ନିଜ ୱାର୍ଡ ପଛେ ପରିବର୍ତ୍ତନ ହୋଇଯାଉ କିନ୍ତୁ ଦଳୀୟ ଟିକଟ ଖଣ୍ଡେ ପକ୍କା କରାଇଦେବା ପାଇଁ ଆଶାୟୀମାନ ଗୁହାରି କରୁଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ କିଛି ପୁରୁଣା କର୍ପୋରେଟରଙ୍କ ଟିକଟ ପକ୍କା ହୋଇଥିବା ବେଳେ କିଛି ନୂଆ ମୁହଁ ଉପରେ ଦଳ ଭରସା କରିଥିବା ଜଣାପଡ଼ିଛି। ଏଥିପାଇଁ କିଛି ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିଥିବା ବେଳେ କେବଳ ସେମାନଙ୍କ ନାଁ ଘୋଷଣାକୁ ବାକି ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୩ ବିଧାୟକ ପ୍ରତି ୱାର୍ଡରୁ ୩ ଜଣ ପ୍ରମୁଖ ନାଁକୁ ଦଳୀୟ ମୁଖ୍ୟାଳୟକୁ ପଠାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିଛି। ସମ୍ଭବତଃ ବୁଧବାର ପ୍ରଥମ ପର୍ଯ୍ୟାୟରେ କିଛି ୱାର୍ଡର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏମିତି କି ଯେଉଁ କେତେଜଣଙ୍କୁ ସବୁଜ ସଙ୍କେତ ମିଳିଛି, ସେମାନେ ବିଧାୟକଙ୍କ ଘର ଛାଡ଼ି ୱାର୍ଡରେ ଘର ଘର ବୁଲିବା ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ପ୍ରାର୍ଥୀ ଚୟନରେ କୌଣସି ଆବିଳତା ନ ଥାଏ। ମୁଖ୍ୟମନ୍ତ୍ରୀ ଠିକ୍‍ ସମୟରେ ଠିକ୍‍ ନିଷ୍ପତ୍ତି ନେଇଥାନ୍ତି। ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଲୋକେ ଦଳ ସହିତ ଅଛନ୍ତି। ପୌର ନର୍ବାଚନରେ ମଧ୍ୟ ରହିବେ ବୋଲି ସେ କହିଛନ୍ତି। ଅନ୍ୟପଟେ କର୍ପୋରେଟର ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସତ୍ତ୍ବେ ଏହି ପ୍ରକ୍ରିୟା ସରିବାକୁ ବସିଥିବା ବେଳେ ବିଜେଡିରୁ କିଏ ମେୟର ପ୍ରାର୍ଥୀ ହେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରି ନାହିଁ। ଯେଉଁ କେତେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ମଧ୍ୟ ସିଧାସଳଖ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ହିଁ ସମସ୍ତ ପ୍ରାର୍ଥୀ ଚାହିଁ ବସିଛନ୍ତି। ଅନ୍ୟପଟେ ମଙ୍ଗଳବାର ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢ଼ଙ୍ଗୀ ମଧ୍ୟ ଦଳୀୟ ନେତାଙ୍କ ସହିତ ବୈଠକ କରିଛନ୍ତି। କେମିତି କର୍ପୋରେଟର ପ୍ରାର୍ଥୀଙ୍କ ସହିତ ମେୟର ପ୍ରାର୍ଥୀ ଚୟନ କରାଯିବ ସେନେଇ ଦଳସ୍ତରରେ ଆଲୋଚନା ଜାରି ରହିଥିବା ସେ କହିଛନ୍ତି। ବିଶେଷକରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଯୋଗ୍ୟତା ଦେଖି ଖୁବ୍‍ଶୀଘ୍ର ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ବିଜେଡି ଟିକଟ ଘୋଷଣାକୁ ସମସ୍ତଙ୍କ ନଜର ରହିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହାକୁ ଚାହିଁ ରହିଛନ୍ତି। ୬୭ଟି ଆସନରୁ ମୋଟ୍‍ ୩୪ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପୂର୍ବତନ କର୍ପୋଟେରଙ୍କ ସମ୍ପର୍କୀୟମାନଙ୍କ ପାଇଁ ଲବି ହୋଇଛି। ଯଦି ସେମାନଙ୍କୁ ବିଜେଡି ବାଦ୍‍ ଦିଏ ତେବେ ସେମାନଙ୍କୁ ମଧ୍ୟ ନିଜ ଦଳକୁ ନେଇ ବିଜେପି ଟିକଟ୍‍ ଦେବାକୁ ଯୋଜନା କରିଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

02 Mar 2022 By The Sakala

ଆଜିଠୁ ଆରମ୍ଭ ହେବାକୁ ଯାଉଛି ନାମାଙ୍କନପତ୍ର ଦାଖଲ, ଶେଷ ଆଶାରେ ବିଧାୟକଙ୍କ ଘର ଛାଡୁନାହାନ୍ତି ଆଶାୟୀ

ଭୁବନେଶ୍ୱର: ଆଜି ଠାରୁ ବିଏମ୍‍ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଦଳୀୟ ଟିକଟ ଘୋଷଣା କରି ନାହାନ୍ତି। ବିଶେଷକରି ବିଜୁ ଜନତା ଦଳରୁ ଟିକଟ ଆଶାୟୀଙ୍କ ସଂଖ୍ୟା ଆଶାତୀତ ବଢ଼଼ିଯାଇଥିବା ବେଳେ ବିଜେଡି ଟିକଟ ବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି। ପଞ୍ଚାୟତ ନିର୍ବାଚନରେ ବିରୋଧୀ ବିଧ୍ୱଂସ ଗୋଟିଚାଳନା କରି ବିଜେଡି ଏହାକୁ ଏକପାଖିଆ ବିଜୟ କରିଥିବାରୁ ନୂଆ ପୁରୁଣା ସବୁ ରାଜନେତା ଏବେ ବିଜେଡି ଟିକଟ ପାଇଁ ମୁହାଁଇଛନ୍ତି। ଯାହାଦ୍ୱାରା ସଠିକ୍‍ ପ୍ରାର୍ଥୀଙ୍କୁ ବାଛି ସେମାନଙ୍କୁ ଟିକଟ ଦେବା ଉପରେ ଦଳ ଗୁରୁତ୍ୱ ଦେଉଛି। ଅନ୍ୟପଟେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବାକୁ ଥିବାରୁ ଟିକଟ ପାଇଁ ବାୟୋଡାଟା ସହ ଆବେଦନ କରିଥିବା ଆଶାୟୀମାନେ ଭୁବନେଶ୍ୱରର ୩ ବିଧାୟକଙ୍କ ଘର ଛାଡ଼ୁନାହାନ୍ତି। ଶେଷ ଆଶା ନେଇ ମଙ୍ଗଳବାର ଦିନ ତମାମ ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଛନ୍ତି। ଏମିତି ନିଜ ୱାର୍ଡ ପଛେ ପରିବର୍ତ୍ତନ ହୋଇଯାଉ କିନ୍ତୁ ଦଳୀୟ ଟିକଟ ଖଣ୍ଡେ ପକ୍କା କରାଇଦେବା ପାଇଁ ଆଶାୟୀମାନ ଗୁହାରି କରୁଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ କିଛି ପୁରୁଣା କର୍ପୋରେଟରଙ୍କ ଟିକଟ ପକ୍କା ହୋଇଥିବା ବେଳେ କିଛି ନୂଆ ମୁହଁ ଉପରେ ଦଳ ଭରସା କରିଥିବା ଜଣାପଡ଼ିଛି। ଏଥିପାଇଁ କିଛି ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିଥିବା ବେଳେ କେବଳ ସେମାନଙ୍କ ନାଁ ଘୋଷଣାକୁ ବାକି ରହିଛି।

ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୩ ବିଧାୟକ ପ୍ରତି ୱାର୍ଡରୁ ୩ ଜଣ ପ୍ରମୁଖ ନାଁକୁ ଦଳୀୟ ମୁଖ୍ୟାଳୟକୁ ପଠାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିଛି। ସମ୍ଭବତଃ ବୁଧବାର ପ୍ରଥମ ପର୍ଯ୍ୟାୟରେ କିଛି ୱାର୍ଡର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏମିତି କି ଯେଉଁ କେତେଜଣଙ୍କୁ ସବୁଜ ସଙ୍କେତ ମିଳିଛି, ସେମାନେ ବିଧାୟକଙ୍କ ଘର ଛାଡ଼ି ୱାର୍ଡରେ ଘର ଘର ବୁଲିବା ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ପ୍ରାର୍ଥୀ ଚୟନରେ କୌଣସି ଆବିଳତା ନ ଥାଏ। ମୁଖ୍ୟମନ୍ତ୍ରୀ ଠିକ୍‍ ସମୟରେ ଠିକ୍‍ ନିଷ୍ପତ୍ତି ନେଇଥାନ୍ତି। ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଲୋକେ ଦଳ ସହିତ ଅଛନ୍ତି। ପୌର ନର୍ବାଚନରେ ମଧ୍ୟ ରହିବେ ବୋଲି ସେ କହିଛନ୍ତି। ଅନ୍ୟପଟେ କର୍ପୋରେଟର ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସତ୍ତ୍ବେ ଏହି ପ୍ରକ୍ରିୟା ସରିବାକୁ ବସିଥିବା ବେଳେ ବିଜେଡିରୁ କିଏ ମେୟର ପ୍ରାର୍ଥୀ ହେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରି ନାହିଁ। ଯେଉଁ କେତେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ମଧ୍ୟ ସିଧାସଳଖ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ହିଁ ସମସ୍ତ ପ୍ରାର୍ଥୀ ଚାହିଁ ବସିଛନ୍ତି। ଅନ୍ୟପଟେ ମଙ୍ଗଳବାର ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢ଼ଙ୍ଗୀ ମଧ୍ୟ ଦଳୀୟ ନେତାଙ୍କ ସହିତ ବୈଠକ କରିଛନ୍ତି। କେମିତି କର୍ପୋରେଟର ପ୍ରାର୍ଥୀଙ୍କ ସହିତ ମେୟର ପ୍ରାର୍ଥୀ ଚୟନ କରାଯିବ ସେନେଇ ଦଳସ୍ତରରେ ଆଲୋଚନା ଜାରି ରହିଥିବା ସେ କହିଛନ୍ତି। ବିଶେଷକରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଯୋଗ୍ୟତା ଦେଖି ଖୁବ୍‍ଶୀଘ୍ର ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି।

ବିଜେଡି ଟିକଟ ଘୋଷଣାକୁ ସମସ୍ତଙ୍କ ନଜର ରହିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହାକୁ ଚାହିଁ ରହିଛନ୍ତି। ୬୭ଟି ଆସନରୁ ମୋଟ୍‍ ୩୪ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପୂର୍ବତନ କର୍ପୋଟେରଙ୍କ ସମ୍ପର୍କୀୟମାନଙ୍କ ପାଇଁ ଲବି ହୋଇଛି। ଯଦି ସେମାନଙ୍କୁ ବିଜେଡି ବାଦ୍‍ ଦିଏ ତେବେ ସେମାନଙ୍କୁ ମଧ୍ୟ ନିଜ ଦଳକୁ ନେଇ ବିଜେପି ଟିକଟ୍‍ ଦେବାକୁ ଯୋଜନା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର