ବିଜେପିରୁ ଇସ୍ତଫା ଦେଲେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ । ବହୁ ଦିନ ଧରି ବିଜେପିରେ ରହିବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ମନ୍ମଥ ମିଶ୍ର । ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସତ୍ୱେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା । ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି । ଦଳ […]

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ । ବହୁ ଦିନ ଧରି ବିଜେପିରେ ରହିବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ମନ୍ମଥ ମିଶ୍ର । ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସତ୍ୱେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି । ଦଳ ମୋତେ ନିମନ୍ତ୍ରଣ କରିଥିଲା । ଏହା ପରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ସିଧାସଳଖ ଭାବେ ଯୋଡ଼ି ହୋଇଥିଲି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେବା ନେଇ ମନ୍ମଥ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଦ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ନିଜ ସଙ୍ଗୀତ ପ୍ରତି ସମୟର ଅଭାବର ରହୁଛି, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଙ୍ଗୀତକୁ ଯଥେଷ୍ଟ ସମୟ ଦେବା ପାଇଁ ସେ ଦଳ ତ୍ୟାଗ କରିଛନ୍ତି । ଦଳରେ ରହି ଦଳକୁ ସମୟ ଦେଇ ପାରୁନଥିଲେ । ତେଣୁ ଇସ୍ତଫା ଦେବାକୁ ସେ ଉଚିତ ମଣିଥିବା ପ୍ରକାଶ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି, ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଅନ୍ୟ ଜଣଙ୍କୁ ଟିକେଟ ମିଳିଲା ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର