ବଜେଟକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା: କହିଲେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କିଛି ନାହିଁ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଦେଶକୁ ଏହି ମହାମାରୀ ସମୟରେ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ […]

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଦେଶକୁ ଏହି ମହାମାରୀ ସମୟରେ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ତେବେ କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ସମ୍ପୃକ୍ତ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିିସହିତ କରୋନା କାଳରେ ମନ୍‌ରେଗାରେ ବଜେଟକୁ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦର ବୃଦ୍ଧି ସର୍ବାଧିକ ପ୍ରଭାବିତ ହେଉଛନ୍ତି । ବଜେଟରେ ଏ ନେଇ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏଥିସହିତ ଏଲ୍‌ପିଜି ସବ୍‌ସିଡିରେ ମଧ୍ୟ ହ୍ରାସ କରାଯାଉଛି । ଏହା ଦ୍ୱାରା ମହିଳା ମାନେ ବିଶେଷ ଭାବେ ପ୍ରଭାବିତ ହେବେ । ଓଡ଼ିଶା ମିଲେଟ ମିଶନ ପୋଷଣ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । କେନ୍ଦ୍ର ସରକାର ମଧ୍ୟ ମାଣ୍ଡିଆର ଗୁରୁତ୍ୱକୁ ବୁଝିପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ମିଳିତ ଜାତିସଂଘକୁ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

01 Feb 2022 By The Sakala

ବଜେଟକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା: କହିଲେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କିଛି ନାହିଁ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଦେଶକୁ ଏହି ମହାମାରୀ ସମୟରେ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ସମ୍ପୃକ୍ତ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିିସହିତ କରୋନା କାଳରେ ମନ୍‌ରେଗାରେ ବଜେଟକୁ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦର ବୃଦ୍ଧି ସର୍ବାଧିକ ପ୍ରଭାବିତ ହେଉଛନ୍ତି । ବଜେଟରେ ଏ ନେଇ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏଥିସହିତ ଏଲ୍‌ପିଜି ସବ୍‌ସିଡିରେ ମଧ୍ୟ ହ୍ରାସ କରାଯାଉଛି । ଏହା ଦ୍ୱାରା ମହିଳା ମାନେ ବିଶେଷ ଭାବେ ପ୍ରଭାବିତ ହେବେ । ଓଡ଼ିଶା ମିଲେଟ ମିଶନ ପୋଷଣ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । କେନ୍ଦ୍ର ସରକାର ମଧ୍ୟ ମାଣ୍ଡିଆର ଗୁରୁତ୍ୱକୁ ବୁଝିପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ମିଳିତ ଜାତିସଂଘକୁ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର