ଶ୍ରୀଜୀଉଙ୍କ ଆଶିର୍ବାଦ ନେଲେ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା ଦର୍ଶନ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଶ୍ରୀ ମନ୍ଦିର ଆସି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି । ଆଜି ସାନ୍ଧ୍ୟାରେ ଷ୍ଟାର ଦମ୍ପତି ପୁରୀରେ ପହଁଚି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ବୈବାହିକ ଜୀବନ ସୁଖ ଶାନ୍ତିରେ ବିତାଇବା […]

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା ଦର୍ଶନ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଶ୍ରୀ ମନ୍ଦିର ଆସି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି । ଆଜି ସାନ୍ଧ୍ୟାରେ ଷ୍ଟାର ଦମ୍ପତି ପୁରୀରେ ପହଁଚି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ବୈବାହିକ ଜୀବନ ସୁଖ ଶାନ୍ତିରେ ବିତାଇବା ଲାଗି ଶ୍ରୀଜୀଉଙ୍କ ଆଶ୍ରୀବାଦ କାମନା କରିଥିଲେ। ଶ୍ରୀଜୀଉଙ୍କ ସେବାୟତ ଉଭୟଙ୍କୁ ଜଗନ୍ନାଥଙ୍କ ପାଟ ଖଣ୍ଡୁଆ ପିନ୍ଧାଇଥିଲେ। ସେହିପରି ସିଂହଦ୍ବାରରେ ଉଭୟେ ଦୀପ ଦାନ ମଧ୍ୟ କରିଥିଲେ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ତେବେ ଲକଡାଉନରେ ଯେଭଳି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ତାହା ସବୁ ମହାପ୍ରଭୁଙ୍କର ଆଶ୍ରୀବାଦ ଯୋଗୁ ହୋଇପାରିଥିବା  ସବ୍ୟସାଚ୍ଚୀ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ଏହିପରି ସାହାଯ୍ୟ କରିବା ପାଇଁ ମହାପ୍ରଭୁଙ୍କର କରୁଣା ନିତ୍ୟାନ୍ତ ଆବଶ୍ୟକ କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର