ଗଣମାଧ୍ୟମ ସଂସ୍ଥାର ଭିଜୁଆଲ ଏଡିଟରଙ୍କୁ ଅପହରଣ, ଜଣେ କିନ୍ନରଙ୍କ ସହ ୩ ଅଟକ

The Sakala Picture
Published On

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଞ୍ଚଳରୁ ଏକ ଗଣମାଧ୍ୟମ ସଂସ୍ଥାର ଭିଜୁଆଲ ଏଡିଟରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ସାହୁ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଜଣେ କିନ୍ନରଙ୍କ ସହ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କୁ କିଛି ଯୁବକ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ରାଜେନ୍ଦ୍ର ତାଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ନୂଆପଲ୍ଲୀ ସ୍ଥିତ ଘରୁ ଉଠାଇ ନେଇଯାଇଥିଲେ। ଜଣେ […]

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଞ୍ଚଳରୁ ଏକ ଗଣମାଧ୍ୟମ ସଂସ୍ଥାର ଭିଜୁଆଲ ଏଡିଟରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ସାହୁ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଜଣେ କିନ୍ନରଙ୍କ ସହ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କୁ କିଛି ଯୁବକ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ରାଜେନ୍ଦ୍ର ତାଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ନୂଆପଲ୍ଲୀ ସ୍ଥିତ ଘରୁ ଉଠାଇ ନେଇଯାଇଥିଲେ। ଜଣେ କିନ୍ନର ଏବଂ ଦୁଇ ଜଣ ଯୁବକ ତାଙ୍କୁ ଉଠାଇ ନେଇ ଭରତପୁରର ଏକ ବସ୍ତିକୁ ନେଇଥିଲେ। ସେଠାରେ ଥିବା ଏକ ଘରେ ତାଙ୍କୁ ରଖି ମାଡ଼ ମାରିବା ସହ ଯୁବତୀଙ୍କୁ ବିବାହ କରିବା ପାଇଁ କହିଥିଲେ। ଶେଷରେ ସେ ରାଜି ହେବା ପରେ ତାଙ୍କୁ ଛାଡ଼ି ଦେଇଥିଲେ। ଏନେଇ ରାଜେନ୍ଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଜଣେ କିନ୍ନରଙ୍କ ସହ ୨ ଯୁବକଙ୍କୁ କାବୁ କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର