ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା

The Sakala Picture
Published On

ବାଲେଶ୍ବର: ବାଲେଶ୍ବର ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କର୍ମଚାରୀ ଜଗିକି ରହୁଛନ୍ତି। ତେବେ ଅନେକ ଟ୍ରାଫିକ୍ କର୍ମଚାରୀ କେବଳ ଟ୍ରାଫିକ୍ ପୋଷ୍ଟ ଦାୟିତ୍ୱ ତୁଲାଇଥାନ୍ତି। ତେବେ ସୋମବାର ଦିନ ସିନେମା ଛକ ନିକଟରେ ଏକ ଟ୍ରାଫିକ୍ କର୍ମଚାରୀ ମାନବିକତାର ପରିଚୟ ଦେଇଛନ୍ତି। ଆଜି ଅପରାହ୍ନ ଜଣେ ବ୍ୟକ୍ତି(ବୟସ ପ୍ରାୟ ୫୫ ବର୍ଷ) ସିନେମା ଛକ ଆଡୁ ହସପିଟାଲ୍ ରାସ୍ତା ଦେଇ ଷ୍ଟେସନ ଆଡକୁ ଏକ ଠେଲାରେ ଗ୍ରୋସରି ସାମଗ୍ରୀ ନେଇ ବହୁତ କଷ୍ଟରେ […]

ବାଲେଶ୍ବର: ବାଲେଶ୍ବର ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କର୍ମଚାରୀ ଜଗିକି ରହୁଛନ୍ତି। ତେବେ ଅନେକ ଟ୍ରାଫିକ୍ କର୍ମଚାରୀ କେବଳ ଟ୍ରାଫିକ୍ ପୋଷ୍ଟ ଦାୟିତ୍ୱ ତୁଲାଇଥାନ୍ତି। ତେବେ ସୋମବାର ଦିନ ସିନେମା ଛକ ନିକଟରେ ଏକ ଟ୍ରାଫିକ୍ କର୍ମଚାରୀ ମାନବିକତାର ପରିଚୟ ଦେଇଛନ୍ତି। ଆଜି ଅପରାହ୍ନ ଜଣେ ବ୍ୟକ୍ତି(ବୟସ ପ୍ରାୟ ୫୫ ବର୍ଷ) ସିନେମା ଛକ ଆଡୁ ହସପିଟାଲ୍ ରାସ୍ତା ଦେଇ ଷ୍ଟେସନ ଆଡକୁ ଏକ ଠେଲାରେ ଗ୍ରୋସରି ସାମଗ୍ରୀ ନେଇ ବହୁତ କଷ୍ଟରେ ଟାଣି ଟାଣି ନେଉଥିଲେ। ଏହି ଦୃଶ୍ୟ ଦେଖି ଛକରେ ଛିଡା ହୋଇଥିବା ଜଣେ ଯୁବ ଟ୍ରାଫିକ୍ କର୍ମଚାରୀ ସଙ୍ଗେ ସଙ୍ଗେ ଦୌଡି ଯାଇ ଠେଲାକୁ ପଛ ପଟୁ ଠେଲି କିଛି ବାଟ ଆଗେଇ ଦେଇଥିଲେ। ଫଳରେ ବ୍ୟକ୍ତିଙ୍କୁ ଠେଲା ଆଗକୁ ଟାଣିବାରେ ସୁବିଧା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ଏପରି ମହାନତା ତଥା  ମଣିଷପଣିଆର ଦୃଶ୍ୟ କମ୍ ଦେଖିବାକୁ ମିଳେ। ବହୁତ କମ୍ ଲୋକ ଏପରି କାମ ପାଇଁ ଦୌଡିଯାଆନ୍ତି।
11 Jan 2022 By The Sakala

https://www.thesakala.in/latest-odisha-news/showed-greatness-traffic-police/article-8353
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର