ମା’ମାନଙ୍କୁ ସ୍ୱାବଲମ୍ବୀ କରୁଛି ‘ମିଶନ ଶକ୍ତି’: ଗୁଜୁରାଣ ମେଣ୍ଟାଉଛି ଗୁଆପତ୍ର; ଖଲି, ଦନା, ଟ୍ରେ ତିଆରି କରୁଛନ୍ତି

The Sakala Picture
Published On

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ। ମା’ମାନେ ସ୍ୱାବଲମ୍ବୀ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ନିଜ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। କେବଳ ପାରଦର୍ଶିତା ନୁହେଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ଦେଶବିଦେଶରେ […]

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ। ମା’ମାନେ ସ୍ୱାବଲମ୍ବୀ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ନିଜ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। କେବଳ ପାରଦର୍ଶିତା ନୁହେଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ଦେଶବିଦେଶରେ ବିକ୍ରି କରାଯାଉଛି। ଗୁଆ ପତ୍ରରୁ ପ୍ରସ୍ତୁତ କରିଛନ୍ତି ଭଳିକି ଭଳି ପ୍ଲେଟ, ଦନା, ଟ୍ରେ ଏବଂ ଥାଳି। ସବୁଆଡେ ଭୋକାଲ ଫର୍‍ ଲୋକାଲର ବାର୍ତ୍ତା ଦିଆଯାଉଥିବାବେଳେ ମହିଳାମାନଙ୍କ ଦ୍ୱାରା ଗୁଆ ପତ୍ରରେ ପ୍ରସ୍ତୁତ ଏଭଳି ସାମଗ୍ରୀ ବେଶ୍‍ ଆଦୃତ ହୋଇପାରିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚକାନୟନ ମହିଳା ଉତ୍ପାଦକ ଗ୍ରୁପ୍‍ର ମହିଳା ସଦସ୍ୟାମାନେ ଗୁଆ ପତ୍ରରୁ ଥାଳି, ଦନା ପ୍ରସ୍ତୁତ କରୁଛନ୍ତି। ୨୦୧୬ ମହିହାରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ଗ୍ରୁପ୍‍ର ମହିଳାମାନେ ଏହି ନିଆରା ପଦକ୍ଷେପ ନେଇଛନ୍ତି। ଏହି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୩୨ଜଣ ମହିଳା ଗୁଆ ପତ୍ରରୁ ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦେଶୀୟ ପଦ୍ଧତିରେ ତିଆରି ହୋଇଥିବା ଏହି ହସ୍ତଶିଳ୍ପ ସାମଗ୍ରୀ ବେଶ୍‍ ଆଦୃତ ହେଉଛି। ଗୁଆ ପତ୍ରରେ ତିଆରି ହୋଇଛି ପ୍ଲେଟ୍‍। ଏହା ଦେଖିବାକୁ ଯେପରି ନୂଆ, ସେହିପରି ମଜ୍‍ଭୁତ୍‍। ସୋଲ, ପଟିରେ ଡିସ୍‍ପୋଜାଲ୍‍ ପ୍ଲେଟ୍‍ ମିଳୁଥିଲା।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ପଲିଥିନ୍‍ ବ୍ୟାନ୍‍ ପରେ ଏବେ ଗ୍ରାମାଞ୍ଚଳର ମହିଳାମାନେ ଏହି ଦିଗରେ ଆଗେଇଛନ୍ତି। ନୂଆ ପ୍ରଯୁକ୍ତିଜ୍ଞାନ ଓ ସୃଜନୀର ସମିଶ୍ରଣରେ ପ୍ରସ୍ତୁତ ଏହି ନୂଆ ଆଉ ନିଆରା ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ସହ ଆଦୃତ ହେବାରେ ଲାଗିଛି। ଏହାସହିତ ସମାଜ ପରିବର୍ତ୍ତନର ମଙ୍ଗ ଧରିଛନ୍ତି। ଗୁଆ ବାହୁଙ୍ଗାରେ ତିଆରି ହୋଇଛି ଖାଇବା ପ୍ଲେଟ୍‍। ଏହାକୁ ତିଆରି କରୁଛନ୍ତି ବାଲେଶ୍ୱର ସିମୁଳିଆର ଚକାନୟନ ମହିଳା ଉତ୍ପାଦକ ଗୋଷ୍ଠୀ। ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ ଗୁଆ ବାହୁଙ୍ଗା ଆଣି ତାକୁ ପରିସ୍କାର କରି ଶୁଖାଇ ଦିଅନ୍ତି। ମାସକୁ ୧୦ହଜାରରୁ ଊର୍ଦ୍ଧ୍ବ ଗୁଆ ବାହୁଙ୍ଗା ଆଣି ସେଥିରୁ ମାହିଳମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହାପରେ ଏଥିରେ ହଳଦୀ ଓ ଫିଟିକରି ଦେଇ ସଫା କରାଯାଉଛି। ପରେ ମେସିନ୍‍ରେ ତିଆରି ହେଉଛି ଏହି ପ୍ଲେଟ୍‍। ଏଥିପାଇଁ ସେମାନଙ୍କୁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯାଇଛି। ଏହି ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠୀରେ ୩୨ଜଣ ମହିଳା ଅଛନ୍ତି। ୪ଟା ମେସିନ୍‍ରେ ଗୁଆରେ ତିଆରି ପ୍ଲେଟ୍‍ ତିଆରି କରାଯାଉଛି। କେବଳ ପ୍ଲେଟ୍‍ ନୁହେଁ ଗୁଆ ପତ୍ରରୁ ସେମାନେ ୧୩ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏମିତିକି ମହାମାରୀ କରୋନା ସମୟରେ ବି ମହିଳାମାନେ କାମ ଜାରି ରଖି ଅନ୍‍ଲାଇନ୍‍ ମାଧ୍ୟମରେ ରାଜ୍ୟର ବଭିନ୍ନ ଜିଲ୍ଲାକୁ ପଠାଇ ରୋଜଗାରକ୍ଷମ ହୋଇପାରିଛନ୍ତି। ବାହାଘର, ବ୍ରତଘରରେ ଭୋଜିଭାତ ହେଲେ ଏହି ପ୍ଲେଟ୍‍ ପାଇଁ ଅର୍ଡର କରାଯାଏ। ଏହିସବୁ ପ୍ଲେଟ୍‍ କଟକ, ଭୁବନେଶ୍ୱର, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଚେନ୍ନାଇ, ଗୁଜୁରାଟ ଆଦି ସ୍ଥାନକୁ ପଠାଯାଉଛି। ଏହି ପ୍ଲେଟ୍‍ର ଦାମ୍‍ ୫ଟଙ୍କାରୁ ଆରମ୍ଭ ହୋଇ ୨୦ଟଙ୍କା ପର୍ଯ୍ୟନ୍ତ ରହିଛି। ରାଜଧାନୀରେ ଆୟୋଜିତ ଏହି ମେଳାରେ ଏହି ପ୍ଲେଟ୍‍ର ଭଲ ବ୍ୟବସାୟ ହେଉଥିବା କନକପ୍ରଭା ମିଶ୍ର କହିଛନ୍ତି। ୪ଟି ମେସିନ୍‍ ଥିବାରୁ ମହିଳାମାନେ ଅଧିକରୁ ଅଧିକ ଅର୍ଡର୍‍ ରଖିପାରୁଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ସେମାନେ ୩ହଜାରରୁ ଊର୍ଦ୍ଧ୍ବ ସାମଗ୍ରୀ ବିକ୍ରି କରିପାରିଛନ୍ତି। ସେହିପରି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ବର୍ଷତମାମ ଏହି ଗୁଆ ପତ୍ରରୁ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାରୁ ୧ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରୋଜଗାର ହେଉଥିବା ମିନତୀ ପ୍ରଧାନ କରିଛନ୍ତି। ଦିନକୁ ୨ହଜାରରୁ ଊର୍ଦ୍ଧ୍ବ ଗୁଆପତ୍ରରୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦିଆଯାଇଥିଲା। ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ବର୍ଷକୁ ୨୦ଜଣ ଲେଖାଏଁ ମହିଳାଙ୍କୁ ଏହି କାରିଗରୀ ପ୍ରଶିକ୍ଷଣ ଦେଉଛନ୍ତି। ଶିଶିର ସରସ ମେଳାରେ ଏହି ଉତ୍ପାଦକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ଷ୍ଟଲ ପଡ଼ିଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

04 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର