ମାଲକାନଗିରି ଜିଲ୍ଲାରେ ୨ ବର୍ଷରେ କାର୍ଯ୍ୟକ୍ଷମ ହେବ ବିମାନବନ୍ଦର; ସମସ୍ତ ଆର୍ଥିକ ବ୍ୟୟଭାର ବହନ କରିବେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଉଡ଼ିବ ବିମାନ। ମାଲକାନଗିରି ଜିଲ୍ଲାରେ ଗୋଟିଏ ବିମାନବନ୍ଦର ନିର୍ମାଣ କରାଯିବ। ୨୦୧୭ରେ ମାଲକାନଗିରି ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି। ସ୍ୱାଭିମାନ ଅଞ୍ଚଳର ବିକାଶ ଦିଗରେ ରାଜ୍ୟ ସରକାରଙ୍କର ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏଠାରେ ୨-ସି କ୍ୟାଟେଗୋରୀର ବିମାନବନ୍ଦର ନିର୍ମାଣ କରାଯିବ। ଚଳିତ ବର୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଜମି ଅଧିଗ୍ରହଣ […]

ଭୁବନେଶ୍ୱର: ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଉଡ଼ିବ ବିମାନ। ମାଲକାନଗିରି ଜିଲ୍ଲାରେ ଗୋଟିଏ ବିମାନବନ୍ଦର ନିର୍ମାଣ କରାଯିବ। ୨୦୧୭ରେ ମାଲକାନଗିରି ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି। ସ୍ୱାଭିମାନ ଅଞ୍ଚଳର ବିକାଶ ଦିଗରେ ରାଜ୍ୟ ସରକାରଙ୍କର ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏଠାରେ ୨-ସି କ୍ୟାଟେଗୋରୀର ବିମାନବନ୍ଦର ନିର୍ମାଣ କରାଯିବ। ଚଳିତ ବର୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜଟିଳତା ରହିଛି। କିନ୍ତୁ ଦୁଇ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଏବେ ସୁଦ୍ଧା ୨୩୪ ଏକର ଜମି ଅଧିଗ୍ରହଣ କରାଯାଇ ତାର ବାଡ଼ ଥିବା ପାଚେରୀ ନିର୍ମାଣ ସରିଛି। ବିମାନବନ୍ଦର ନିର୍ମାଣ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଅବଷ୍ଟାକଲ ଲିମିଟେସନ୍‍ ସର୍ଭେ (ଓଏଲ୍‍ଏସ୍‍) ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ବାକି ଅଛି। ଓଏଲ୍‍ଏସ୍‍ ରିପୋର୍ଟ ହସ୍ତଗତ ହେବା ପରେ ୫୦ କୋଟି ଟଙ୍କା ମଞ୍ଜୁର କରିବା ପାଇଁ ରାଜ୍ୟ ଅର୍ଥ ବିଭାଗକୁ ସୁପାରିଶ କରାଯିବ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ବିମାନବନ୍ଦର ନିର୍ମାଣ କରୁଛନ୍ତି। ବାର୍ଷିକ ୨୮.୮ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ଏବେ ରାଜ୍ୟରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ଗୋଟିଏ ଲେଖାଏଁ ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ମାଲକାନଗିରି ତୃତୀୟ ବିମାନବନ୍ଦରର ସ୍ଥାନ ନେବାକୁ ଯାଉଛି। ଜୟପୁର ଏବଂ ଉତ୍‍କେଲା ଏୟାରଷ୍ଟ୍ରିପ୍‍ର ବିକାଶ କରି ଆରସିଏସ୍‍-ଉଡ଼ାନ୍‍ ଯୋଜନାରେ ସେଠାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏପରିସ୍ଥଳେ ମାଲକାନଗିରି ବିମାନବନ୍ଦର ନିର୍ମାଣ ସରିଲେ ଏହାକୁ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି। ମାଲକାନଗିରିରୁ ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖାପାଟଣାକୁ ବିମାନ ଚଳାଚଳ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଠାକୁ ଭାୟା ଉତ୍‍କେଲା ହୋଇ ବିମାନ ଚଳାଚଳ ହୋଇପାରେ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ସମତେ ଚାରି ଜିଲ୍ଲା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା’ର ଶୁଭାରମ୍ଭ କରିଥିଲେ। ପ୍ରଥମ ବିମାନ ଡାକ୍ତରୀ ଦଳ ନେଇ ମାଲକାନଗିରି ଗସ୍ତ କରିଥିଲା। ଏପରିସ୍ଥଳେ ଓଡ଼ିଶାର ଶେଷ ସୀମାରେ ଥିବା ମାଲକାନଗିରି ଜିଲ୍ଲାକୁ ବିମାନ ଚଳାଚଳ ଆରମ୍ଭ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିମାନ ଚଳାଚଳ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

28 Dec 2021 By The Sakala

ମାଲକାନଗିରି ଜିଲ୍ଲାରେ ୨ ବର୍ଷରେ କାର୍ଯ୍ୟକ୍ଷମ ହେବ ବିମାନବନ୍ଦର; ସମସ୍ତ ଆର୍ଥିକ ବ୍ୟୟଭାର ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଉଡ଼ିବ ବିମାନ। ମାଲକାନଗିରି ଜିଲ୍ଲାରେ ଗୋଟିଏ ବିମାନବନ୍ଦର ନିର୍ମାଣ କରାଯିବ। ୨୦୧୭ରେ ମାଲକାନଗିରି ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି। ସ୍ୱାଭିମାନ ଅଞ୍ଚଳର ବିକାଶ ଦିଗରେ ରାଜ୍ୟ ସରକାରଙ୍କର ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏଠାରେ ୨-ସି କ୍ୟାଟେଗୋରୀର ବିମାନବନ୍ଦର ନିର୍ମାଣ କରାଯିବ। ଚଳିତ ବର୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜଟିଳତା ରହିଛି। କିନ୍ତୁ ଦୁଇ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଏବେ ସୁଦ୍ଧା ୨୩୪ ଏକର ଜମି ଅଧିଗ୍ରହଣ କରାଯାଇ ତାର ବାଡ଼ ଥିବା ପାଚେରୀ ନିର୍ମାଣ ସରିଛି। ବିମାନବନ୍ଦର ନିର୍ମାଣ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଅବଷ୍ଟାକଲ ଲିମିଟେସନ୍‍ ସର୍ଭେ (ଓଏଲ୍‍ଏସ୍‍) ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ବାକି ଅଛି। ଓଏଲ୍‍ଏସ୍‍ ରିପୋର୍ଟ ହସ୍ତଗତ ହେବା ପରେ ୫୦ କୋଟି ଟଙ୍କା ମଞ୍ଜୁର କରିବା ପାଇଁ ରାଜ୍ୟ ଅର୍ଥ ବିଭାଗକୁ ସୁପାରିଶ କରାଯିବ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ବିମାନବନ୍ଦର ନିର୍ମାଣ କରୁଛନ୍ତି। ବାର୍ଷିକ ୨୮.୮ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ଏବେ ରାଜ୍ୟରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ଗୋଟିଏ ଲେଖାଏଁ ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ମାଲକାନଗିରି ତୃତୀୟ ବିମାନବନ୍ଦରର ସ୍ଥାନ ନେବାକୁ ଯାଉଛି। ଜୟପୁର ଏବଂ ଉତ୍‍କେଲା ଏୟାରଷ୍ଟ୍ରିପ୍‍ର ବିକାଶ କରି ଆରସିଏସ୍‍-ଉଡ଼ାନ୍‍ ଯୋଜନାରେ ସେଠାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ଏପରିସ୍ଥଳେ ମାଲକାନଗିରି ବିମାନବନ୍ଦର ନିର୍ମାଣ ସରିଲେ ଏହାକୁ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି। ମାଲକାନଗିରିରୁ ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖାପାଟଣାକୁ ବିମାନ ଚଳାଚଳ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଠାକୁ ଭାୟା ଉତ୍‍କେଲା ହୋଇ ବିମାନ ଚଳାଚଳ ହୋଇପାରେ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ସମତେ ଚାରି ଜିଲ୍ଲା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା’ର ଶୁଭାରମ୍ଭ କରିଥିଲେ। ପ୍ରଥମ ବିମାନ ଡାକ୍ତରୀ ଦଳ ନେଇ ମାଲକାନଗିରି ଗସ୍ତ କରିଥିଲା। ଏପରିସ୍ଥଳେ ଓଡ଼ିଶାର ଶେଷ ସୀମାରେ ଥିବା ମାଲକାନଗିରି ଜିଲ୍ଲାକୁ ବିମାନ ଚଳାଚଳ ଆରମ୍ଭ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିମାନ ଚଳାଚଳ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର