ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ହିତାଧିକାରୀଙ୍କୁ ମିଳିବ ମାଗଣା ଘରୋଇ ଆମ୍ବୁଲାନ୍ସ ସୁବିଧା

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ସ୍ୱାସ୍ଥ୍ୟ ସେବାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଯୋଜନା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ନେଇ ଉପୁଜୁଥିବା ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରାଜ୍ୟର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରୁ ଉତ୍ତମ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲ କଲେଜ ଓ ହସ୍‍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ଆସୁଥିବା ରୋଗୀମାନେ ଅନେକ ସମୟରେ ‘୧୦୮’ […]

ଭୁବନେଶ୍ୱର : ଓଡ଼ିଶା ସ୍ୱାସ୍ଥ୍ୟ ସେବାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଯୋଜନା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ନେଇ ଉପୁଜୁଥିବା ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରାଜ୍ୟର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରୁ ଉତ୍ତମ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲ କଲେଜ ଓ ହସ୍‍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ଆସୁଥିବା ରୋଗୀମାନେ ଅନେକ ସମୟରେ ‘୧୦୮’ ଆମ୍ବୁଲାନ୍ସର ଅଭାବ ହେତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଘରୋଇ ଆମ୍ବୁଲାନ୍ସ ଦ୍ୱାରା ରୋଗୀ ସମ୍ପର୍କୀୟମାନଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡ଼ୁଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ବିଏସ୍‌କେୱାଇ ପରିସରକୁ ବଢ଼ାଯିବା ସହ ଏହା ଅଧୀନରେ ମାଗଣା ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା କରୁଛି।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଯୋଗାଇଦେଇଥିବା ସ୍ୱାସ୍ଥ୍ୟ ସେବା ଓଡ଼ିଶାରେ ଇତିହାସ ସୃଷ୍ଟି କରିଛି। ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ନାରା ଦେଇ ଉପାନ୍ତରୁ ଉପକୂଳ, ଅପହଞ୍ଚ ଇଲାକାରେ ପହଞ୍ଚିଛି ଉତ୍ତମ ସ୍ୱାସ୍ଥ୍ୟ ସେବା। ରାଜ୍ୟର ସାଢ଼େ ତିନି କୋଟି ଲୋକଙ୍କ ପାଇଁ ବିନା ମୂଲ୍ୟରେ ସୁପର ସ୍ପେଶାଲିଟି ଚିକିତ୍ସା ସୁନିଶ୍ଚିତ କରାଯାଇଛି। ବିଏସ୍‍କେୱାଇ ସ୍ମାର୍ଟ ହେଲଥ୍‍ କାର୍ଡ ହେଉ ଅବା ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା, ସ୍ୱାସ୍ଥ୍ୟ ସେବାରେ ଆଣିଛି ନୂଆ ରୂପାନ୍ତରଣ। ତେବେ ଏହାର ପରିସର ଆହୁରି ବ୍ୟାପକ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ, ଖୁବ୍‍ଶୀଘ୍ର ବିଏସ୍‍କେୱାଇରେ ମାଗଣା ଆମ୍ବୁଲନାନ୍ସ ସେବା ଯୋଡ଼ି ହେବ। ଏଣିକି ଡାକ୍ତରଖାନାରେ ପହଞ୍ଚିବା ପାଇଁ ବିଏସ୍‍କେୱାଇ ହିତାଧିକାରୀଙ୍କୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ସରକାରୀ ଆମ୍ବୁଲାନ୍ସ ଅଭାବରେ ଘରୋଇ ଆମ୍ବୁଲାନ୍ସ ସେବା ମିଳିବ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଏନେଇ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ପ୍ରସ୍ତାବିତ ଯୋଜନା ଅନୁସାରେ, ଜିଲ୍ଲା ସ୍ତରରେ ସିଡିଏମ୍‍ଓ ଏକ ଘରୋଇ ଆମ୍ବୁଲାନ୍ସ ସମୂହ (ପୁଲ୍‍)ଗଠନ କରିବେ। ଏହି ସେବାରେ ନିୟୋଜିତ ଘରୋଇ ଆମ୍ବୁଲାନ୍ସରେ ଜିପିଏସ୍‍ ଖଞ୍ଜାଯିବ। ଫଳରେ ନିୟନ୍ତ୍ରଣ କକ୍ଷରେ କର୍ମଚାରୀ ସମ୍ପୃକ୍ତ ଆମ୍ବୁଲାନ୍ସର ଗତିବିଧି ଜାଣିପାରିବେ। ରୋଗୀ ସ୍ଥାନାନ୍ତରଣ ସମୟରେ ଯଦି ‘୧୦୮’ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବ, ତା’ହେଲେ ଘରୋଇ ଆମ୍ବୁଲାନ୍ସକୁ ନିୟୋଜିତ କରାଯିବ। ଏଥିପାଇଁ ରୋଗୀ କିମ୍ବା ସମ୍ପର୍କୀୟଙ୍କ ଠାରୁ ଟଙ୍କା ଟିଏ ବି ମଗାଯିବ ନାହିଁ। ଘରୋଇ ଆମ୍ବୁଲାନ୍ସର ଖର୍ଚ୍ଚ ସ୍ୱାସ୍ଥ୍ୟ ବିଭାଗ ଭରଣା କରିବ।

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଦାବି କଲେ ପୁରୀ ଶଙ୍କରାଚାର୍ଯ୍ୟ

ସୂଚନାଯୋଗ୍ୟ ଯେ ବିଏସ୍‍କେୱାଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ଶତାଧିକ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ ସବୁ ସମୟରେ ସରକାରୀ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଫଳରେ ମାଗଣାରେ ଚିକିତ୍ସିତ ହେବା ପାଇଁ ହିତାଧିକାରୀଙ୍କୁ ଘରୋଇ ଆମ୍ବୁଲାନ୍ସର ସହାୟତା ନେବାକୁ ପଡ଼ୁଛି। ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଗାଁରୁ କଟକ କିମ୍ବା ଭୁବନେଶ୍ୱର ଆଣିିବା ପାଇଁ ଘରୋଇ ଆମ୍ବୁଲାନ୍ସ ଚାଳକ ରୋଗୀ ସମ୍ପର୍କୀୟଙ୍କ ଠାରୁ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ନେଉଛନ୍ତିି। ସମସ୍ତଙ୍କ ପକ୍ଷରେ ଏହି ଖର୍ଚ୍ଚ ବହନ କରିବା ସମ୍ଭବ ନୁହେଁ। ଏହାବ୍ୟତିତ ଅନେକ ସମୟରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ବିଏସ୍‍କେୱାଇ ହିତାଧିକାରୀଙ୍କୁ ସରକାରୀ ଡାକ୍ତରଖାନା କିମ୍ବା ପଞ୍ଜିକୃତ ଘରୋଇ ଡାକ୍ତରଖାନା ଆଣିବା ପରିବର୍ତ୍ତେ କମିଶନ ଲୋଭରେ ଘରୋଇ ଡାକ୍ତରଖାନାକୁ ନେଇ ଯାଉଥିବା ଅଭିଯୋଗ ହେଉଛି। ଫଳରେ ରୋଗୀ ସମ୍ପର୍କୀୟଙ୍କୁ ଅଣ-ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଆର୍ଥିକ ଶୋଷଣର ଶିକାର ହେବାକୁ ପଡ଼ୁଛି। ତେଣୁ ଗରିବ ଲୋକଙ୍କୁ ଏସବୁ ଅସୁବିଧାରୁ ମୁକୁଳାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଖୁବ୍‍ଶିଘ୍ର ବିଏସ୍‍କେୱାଇ ଅଧୀନରେ ଏହି ସେବା ଉପଲବ୍ଧ କରାଇବାକୁ ଯୋଜନା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର