ପଞ୍ଚଭୂତରେ ବିଲୀନ ହେଲେ ବୀରପୁଅ ରାଣାପ୍ରତାପ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଜଣାଇଲା ଜନ୍ମମାଟି

The Sakala Picture
Published On

ତାଳଚେର : ପଞ୍ଚଭୂତରେ ବିଲୀନ ହେଲେ  ବୀର ଓଡ଼ିଆ ପୁଅ ରାଣାପ୍ରତାପ ଦାସ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ରାଣାପ୍ରତାପଙ୍କୁ ମୁଖାଗ୍ନି ଦେଇଛନ୍ତି ପୁତୁରା ଆତିସ ଦାସ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ପରେ ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ବୀର ଓଡ଼ିଆ ପୁଅ ରାଣାପ୍ରତାପଙ୍କ ଅନ୍ତିମ ବିଦାୟ ପାଇଁ ଶ୍ମଶାନଘାଟ ଲୋକାରଣ୍ୟ ହୋଇଥିବା ବେଳେ ସମସ୍ତଙ୍କ ଆଖି ଛଳ ଛଳ ହୋଇ ପଡିଥିଲା । ରାଣାପ୍ରତାପ ଅମର […]

ତାଳଚେର : ପଞ୍ଚଭୂତରେ ବିଲୀନ ହେଲେ  ବୀର ଓଡ଼ିଆ ପୁଅ ରାଣାପ୍ରତାପ ଦାସ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ରାଣାପ୍ରତାପଙ୍କୁ ମୁଖାଗ୍ନି ଦେଇଛନ୍ତି ପୁତୁରା ଆତିସ ଦାସ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ପରେ ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ବୀର ଓଡ଼ିଆ ପୁଅ ରାଣାପ୍ରତାପଙ୍କ ଅନ୍ତିମ ବିଦାୟ ପାଇଁ ଶ୍ମଶାନଘାଟ ଲୋକାରଣ୍ୟ ହୋଇଥିବା ବେଳେ ସମସ୍ତଙ୍କ ଆଖି ଛଳ ଛଳ ହୋଇ ପଡିଥିଲା । ରାଣାପ୍ରତାପ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇପଡିଥିଲା ସମଗ୍ର ପରିବେଶ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ବୀର ଯବାନ ରାଣାପ୍ରତାପ ଦାସଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଣାଯାଇଥିଲା। ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତା’ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଗଲା ବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଲୋକେ। ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁରରେ  ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁ ପରିକ୍ରମା କରାଯିବା ପରେ ଗାଁ  ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ସୂଚନାଯୋଗ୍ୟ ଗତ ବୁଧବାର ସିଡିଏସ୍ ବିପିନ ରାୱତ ତାମିଲନାଡୁର ୱେଲିଂଟନ ଥିବା ଡିଫେନ୍ସ ଷ୍ଟାଫ୍ କଲେଜରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ସେ ସୁଲୁର ଏୟାର ବେସ୍‌ରୁ ହେଲିକପ୍ଟରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରରେ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ବ୍ୟତୀତ ଏହି ହେଲିକପ୍ଟରରେ ଥିବା ଅନ୍ୟ ସମସ୍ତ (ମୋଟ ୧୩ ଜଣ)ଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର