ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ ୭୭ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି। କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ […]

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ ନେଇଯାଇଛନ୍ତି। ସାଇବର୍‍ ହେଲ୍ପଡେସ୍କକୁ ନଭେମ୍ବର ମାସରେ ୪୬୦ଟି ଅଭିଯୋଗ କଲ୍‍ ଆସିଛି। ସେଥରୁ ୨୪୬ଟି କେବଳ ଭୁବନେଶ୍ୱରରୁ ଆସିଥିବା ଜଣାପଡ଼ିଛି। ସେଥିରୁ ୟୁପିଆଇ ଠକେଇ ୯୭, କ୍ରେଡିଟ୍‍/ଡେବିଡ୍‍ କାର୍ଡ ୩୬ ଓ ୧୧୩ଟି ଅନ୍ୟାନ୍ୟ ଉପାୟରେ ଠକେଇ ସମ୍ପର୍କିତ କଲ୍‍ ଆସିଛି। ସେହିପରି ନଭେମ୍ବର ମାସ ସାଇବର୍‍ ହେଲ୍ପଡେସ୍କକୁ ବଡ଼ ସଫଳତା ମିଳିଛି। ଠକେଇ ଶିକାର ହେବାର ଘଣ୍ଟାଏ ଅର୍ଥାତ୍‍ ଗୋଲ୍ଡଡେନ୍‍ ଆୱାରରେ ଭିତରେ ଅଭିଯୋଗକାରୀ ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଥିଲେ। ତେବେ ସାଇବର୍‍ ଡେସ୍କ ୨୬ଲକ୍ଷ ୯୭ହଜାର ୨୪୮ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଇନ୍‍ଫୋସିଟିର ଜଣେ ମହିଳା ୭୫ହଜାର ଓ ୭୦ହଜାର, ନୂଆପଲ୍ଲୀର ୧ ଲକ୍ଷ ୪୦ହଜାର ଓ ୯୭ହଜାର ଏବଂ ଭରତପୁରର ୧ ଲକ୍ଷ ୧୮ହଜାର ଟଙ୍କା ଭଳି ବଡ଼ଧରଣ ଟଙ୍କା ଫେରସ୍ତ କରିଛି ସାଇବର ହେଲ୍ପଡେସ୍କ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସହରରୁ ୧୩ଟି ବଡ଼ଧରଣର ସାଇବର୍‍ ଠକେଇ ହୋଇଥିବାରୁ ଉକ୍ତ ଅଭିଯୋଗଗୁଡିକୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଥିସହିତ ଠକେଇ ଲାଗି ଫୋନ୍‍ କଲ୍‍ ଆସିବା ୫୯ଟି ନମ୍ବରକୁ ଗୃହ ମନ୍ତ୍ରାଳୟର ସାଇବର୍‍ ସେଫ୍‍ ପୋର୍ଟାଲ ଜରିଆରେ ବ୍ଲକ କରାଯାଇଛି। ଫଳରେ ଗୋଟିଏ ସିମ୍‍ ରେ ଥରେ ସାଇବର ଠକ ଠକିପାରିବ। ଉକ୍ତ ନମ୍ବରରେ ଆଉ କାହାଠାରୁ ଠକେଇ କରିପାରିବନି ଠକ। ଏଭଳି ଭାବେ ଗତ ୧୧ମାସରେ ରାଜଧାନୀରୁ କେବଳ ୧୦କୋଟି ଟଙ୍କା ଠକ ନେଇଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କୌଣସି ସଂସ୍ଥାର ହେଲ୍ପଲାଇନ୍‍ ନମ୍ବର ଜାଣିବା ଲାଗି ଗୁଗ୍‍ଲରେ ସର୍ଚ୍ଚ କରି ଜାରି ହୋଇଥିବା ହେଲ୍ପଲାଇନ୍‍ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସେହି ସଂସ୍ଥାର ୱେବ୍‍ସାଇଟ୍‍କୁ ଯାଇ ହେଲ୍ପଲାଇନ୍‍ ରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତିି।

02 Dec 2021 By The Sakala

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ ୭୭ ଲକ୍ଷ

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି।

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ ନେଇଯାଇଛନ୍ତି। ସାଇବର୍‍ ହେଲ୍ପଡେସ୍କକୁ ନଭେମ୍ବର ମାସରେ ୪୬୦ଟି ଅଭିଯୋଗ କଲ୍‍ ଆସିଛି। ସେଥରୁ ୨୪୬ଟି କେବଳ ଭୁବନେଶ୍ୱରରୁ ଆସିଥିବା ଜଣାପଡ଼ିଛି। ସେଥିରୁ ୟୁପିଆଇ ଠକେଇ ୯୭, କ୍ରେଡିଟ୍‍/ଡେବିଡ୍‍ କାର୍ଡ ୩୬ ଓ ୧୧୩ଟି ଅନ୍ୟାନ୍ୟ ଉପାୟରେ ଠକେଇ ସମ୍ପର୍କିତ କଲ୍‍ ଆସିଛି। ସେହିପରି ନଭେମ୍ବର ମାସ ସାଇବର୍‍ ହେଲ୍ପଡେସ୍କକୁ ବଡ଼ ସଫଳତା ମିଳିଛି। ଠକେଇ ଶିକାର ହେବାର ଘଣ୍ଟାଏ ଅର୍ଥାତ୍‍ ଗୋଲ୍ଡଡେନ୍‍ ଆୱାରରେ ଭିତରେ ଅଭିଯୋଗକାରୀ ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଥିଲେ। ତେବେ ସାଇବର୍‍ ଡେସ୍କ ୨୬ଲକ୍ଷ ୯୭ହଜାର ୨୪୮ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଇନ୍‍ଫୋସିଟିର ଜଣେ ମହିଳା ୭୫ହଜାର ଓ ୭୦ହଜାର, ନୂଆପଲ୍ଲୀର ୧ ଲକ୍ଷ ୪୦ହଜାର ଓ ୯୭ହଜାର ଏବଂ ଭରତପୁରର ୧ ଲକ୍ଷ ୧୮ହଜାର ଟଙ୍କା ଭଳି ବଡ଼ଧରଣ ଟଙ୍କା ଫେରସ୍ତ କରିଛି ସାଇବର ହେଲ୍ପଡେସ୍କ।

ସହରରୁ ୧୩ଟି ବଡ଼ଧରଣର ସାଇବର୍‍ ଠକେଇ ହୋଇଥିବାରୁ ଉକ୍ତ ଅଭିଯୋଗଗୁଡିକୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଥିସହିତ ଠକେଇ ଲାଗି ଫୋନ୍‍ କଲ୍‍ ଆସିବା ୫୯ଟି ନମ୍ବରକୁ ଗୃହ ମନ୍ତ୍ରାଳୟର ସାଇବର୍‍ ସେଫ୍‍ ପୋର୍ଟାଲ ଜରିଆରେ ବ୍ଲକ କରାଯାଇଛି। ଫଳରେ ଗୋଟିଏ ସିମ୍‍ ରେ ଥରେ ସାଇବର ଠକ ଠକିପାରିବ। ଉକ୍ତ ନମ୍ବରରେ ଆଉ କାହାଠାରୁ ଠକେଇ କରିପାରିବନି ଠକ। ଏଭଳି ଭାବେ ଗତ ୧୧ମାସରେ ରାଜଧାନୀରୁ କେବଳ ୧୦କୋଟି ଟଙ୍କା ଠକ ନେଇଯାଇଛି।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କୌଣସି ସଂସ୍ଥାର ହେଲ୍ପଲାଇନ୍‍ ନମ୍ବର ଜାଣିବା ଲାଗି ଗୁଗ୍‍ଲରେ ସର୍ଚ୍ଚ କରି ଜାରି ହୋଇଥିବା ହେଲ୍ପଲାଇନ୍‍ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସେହି ସଂସ୍ଥାର ୱେବ୍‍ସାଇଟ୍‍କୁ ଯାଇ ହେଲ୍ପଲାଇନ୍‍ ରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତିି।

https://www.thesakala.in/latest-odisha-news/cyber-fraud-increased-in-state/article-7308
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର