ଆନ୍ଧ୍ରକୁ କୋଟିଆ ଜବାବ୍‌ : ଓଡ଼ିଶାରେ ମିଶିବାକୁ ଆନ୍ଧ୍ର ସୀମାନ୍ତ ୧୮ ଗ୍ରାମବାସୀଙ୍କ ନିବେଦନ

The Sakala Picture
Published On

ପଟାଙ୍ଗି : କୋରାପୁଟ ଜିଲ୍ଲା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ନିଜ କବଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏବେ ଆନ୍ଧ୍ରର ୧୮ଟି ଗ୍ରାମବାସୀ ଓଡ଼ିଶାରେ ମିଶିବାକୁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ଆସିଛି। ଆନ୍ଧ୍ର ସରକାର ସେମାନଙ୍କ ପାଇଁ କୋଣସି କାର୍ଯ୍ୟ କରୁନଥିବାରୁ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ଏବେ ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରିବା ନେଇ କୋରାପୁଟର ପୂର୍ବତନ ସାଂସଦଙ୍କୁ ନିବେଦନ କରିଥିବା […]

ପଟାଙ୍ଗି : କୋରାପୁଟ ଜିଲ୍ଲା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ନିଜ କବଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏବେ ଆନ୍ଧ୍ରର ୧୮ଟି ଗ୍ରାମବାସୀ ଓଡ଼ିଶାରେ ମିଶିବାକୁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ଆସିଛି। ଆନ୍ଧ୍ର ସରକାର ସେମାନଙ୍କ ପାଇଁ କୋଣସି କାର୍ଯ୍ୟ କରୁନଥିବାରୁ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ଏବେ ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରିବା ନେଇ କୋରାପୁଟର ପୂର୍ବତନ ସାଂସଦଙ୍କୁ ନିବେଦନ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ମିଳିଥିବା ସୂଚନା ପ୍ରକାରେ, ଓଡ଼ିଶାରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୧୮ଟି ଗ୍ରାମବାସୀ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ କୌଣସି ସୁବିଧା ପ୍ରଦାନ କରାଯାଉନଥିବାରୁ ଓଡ଼ିଶାରେ ସାମିଲ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଭୋଟ ସମୟରେ ସୁବିଧା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟ ପରେ ଅଞ୍ଚଳବାସୀଙ୍କୁ ଭୁଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡମା ପଞ୍ଚାୟତ ଅଞ୍ଚଳରେ ଆୟାଜିତ ଏକ ବୈଠକରେ ୧୮ ଖଣ୍ଡ ଗ୍ରାମର ଦୁଇ ହଜାରୁ ଅଧିକ ଲୋକ ସାମିଲ ହୋଇଥିଲେ। ପୂର୍ବତନ ସାଂସଦଙ୍କ ସମେତ ଉକ୍ତ ବୈଠକରେ ପଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଏବଂ ଓଡ଼ିଶାର ୩୦ ଜଣିଆ ଦଳ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଲୁର୍ ବ୍ଲକ ଅଧ୍ୟକ୍ଷ ତଉଡିପିଲି ମାଳତୀ ଦୋରା ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

କୋଡମା ପଞ୍ଚାୟତରେ ୧୮ ଟି ଗାଁ ତଥା କୋଡମା, ସିତାମାଡା, ସିରୁବାରା, ପୁୟୁମାଡା, କଞ୍ଜାପାକା, ଗୁଞ୍ଜେରି, ମୋଣିଙ୍ଗି, କଡାଙ୍ଗିବାଲସା, ଅଡୁଗୁଡା, ଏମ ସିନ୍ତାଲବାଲସା, ମାଛିକା ସିନ୍ତାଲବାଲସା, ଲଦୋ, ବାଂଦାପାଡୁ, ଶିରିଆରା, ଚିନାସୋରା, ପେଦାସୋରା, ଦଇଆରା, ପୋଈମାଡା ସହ ୧୦ ଟି ୱାର୍ଡରେ ୮୫୦ ପରିବାର ରହିଛନ୍ତି । ପୂର୍ବ ପର୍ଯ୍ୟାୟରେ ୫ ବର୍ଷ ଧରି ସାଲୁର ବ୍ଲକର ଅଧ୍ୟକ୍ଷ ରହିଥିବା ବେଳେ  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଆନ୍ଧ୍ରପ୍ରଦେଶ ସରକାର କେବଳ ଭୋଟ ନିମନ୍ତେ ଏଠାକୁ ଆସୁଛନ୍ତି । ଗ୍ରାମରେ ଶିକ୍ଷକ, ଅଙ୍ଗନବାଡି କର୍ମୀ ରହିଥିବା ବେଳେ ରାସ୍ତା, ସ୍କୁଲ, ଅଙ୍ଗନାବାଡି ଘର ଖଣ୍ଡେ ନାହିଁ। ଆନ୍ଧ୍ର ପ୍ରଦେଶ ସରକାର କେବଳ ବିଦ୍ୟୁତ ସହ ମାସିକ ପେନସନ ପ୍ରଦାନ କରୁଛନ୍ତି। ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଆନ୍ଧ୍ରପ୍ରଦେଶ ସରାକରଙ୍କୁ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଅପରପକ୍ଷରେ ପଞ୍ଚାୟତ ଠାରୁ ୭୦ କିମି ଦୂର ପଟାଙ୍ଗି ବ୍ଲକର କୁନ୍ଦୁଲି ହାଟପଦା ଉପରେ ରାସ୍ତା ସୁବିଧା ସହ ସ୍ବଳ୍ପ ଦିନ ମଧ୍ୟରେ ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ଉନ୍ନୟନ ଓ ବିକାଶ କାର୍ଯ୍ୟ ହୋଇଛି । ତେଣୁ କୋଟିଆ ଭଳି କୋଡମା ପଞ୍ଚାୟତର ୧୮ ଖଣ୍ଡ ଗ୍ରାମକୁ ମଧ୍ୟ ଓଡ଼ିଶାରେ ସାମିଲ କରିବା ସହ ଓଡ଼ିଶା ସରକାରଙ୍କ ଏହାର ବିକାଶ ପ୍ରତି ଗୁରୁତ୍ବ ଦେବା ନେଇ ସେମାନେ ଆଶାବ୍ୟକ୍ତ କରିଥିଲେ । ବୈଠକରେ ସେମିଳିଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଏସ. ନାରାୟଣ ରାଓ, କୋରାପୁଟ ଜିଲ୍ଲା କୁଇ ସମାଜର ସଭାପତି ଦାମୋଦର ଜାନୀ, ବିଙ୍ଗୁ ଜାନୀ, ନାରାୟଣ ଚୌଧୁରୀ, କୁଇ ସମାଜର କର୍ମକର୍ତ୍ତା ଏବଂ କାଣ୍ଟି ଓ ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ଶିକ୍ଷିତ ଯୁବକ ପ୍ରମୁଖ ଉପସ୍ଥିତ ଥିଲେ ।

14 Mar 2021 By The Sakala

ଆନ୍ଧ୍ରକୁ କୋଟିଆ ଜବାବ୍‌ : ଓଡ଼ିଶାରେ ମିଶିବାକୁ ଆନ୍ଧ୍ର ସୀମାନ୍ତ ୧୮ ଗ୍ରାମବାସୀଙ୍କ ନିବେଦନ

ପଟାଙ୍ଗି : କୋରାପୁଟ ଜିଲ୍ଲା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ନିଜ କବଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏବେ ଆନ୍ଧ୍ରର ୧୮ଟି ଗ୍ରାମବାସୀ ଓଡ଼ିଶାରେ ମିଶିବାକୁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ଆସିଛି। ଆନ୍ଧ୍ର ସରକାର ସେମାନଙ୍କ ପାଇଁ କୋଣସି କାର୍ଯ୍ୟ କରୁନଥିବାରୁ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ଏବେ ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରିବା ନେଇ କୋରାପୁଟର ପୂର୍ବତନ ସାଂସଦଙ୍କୁ ନିବେଦନ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ପ୍ରକାରେ, ଓଡ଼ିଶାରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୧୮ଟି ଗ୍ରାମବାସୀ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ କୌଣସି ସୁବିଧା ପ୍ରଦାନ କରାଯାଉନଥିବାରୁ ଓଡ଼ିଶାରେ ସାମିଲ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଭୋଟ ସମୟରେ ସୁବିଧା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟ ପରେ ଅଞ୍ଚଳବାସୀଙ୍କୁ ଭୁଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡମା ପଞ୍ଚାୟତ ଅଞ୍ଚଳରେ ଆୟାଜିତ ଏକ ବୈଠକରେ ୧୮ ଖଣ୍ଡ ଗ୍ରାମର ଦୁଇ ହଜାରୁ ଅଧିକ ଲୋକ ସାମିଲ ହୋଇଥିଲେ। ପୂର୍ବତନ ସାଂସଦଙ୍କ ସମେତ ଉକ୍ତ ବୈଠକରେ ପଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଏବଂ ଓଡ଼ିଶାର ୩୦ ଜଣିଆ ଦଳ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଲୁର୍ ବ୍ଲକ ଅଧ୍ୟକ୍ଷ ତଉଡିପିଲି ମାଳତୀ ଦୋରା ଯୋଗ ଦେଇଥିଲେ।

କୋଡମା ପଞ୍ଚାୟତରେ ୧୮ ଟି ଗାଁ ତଥା କୋଡମା, ସିତାମାଡା, ସିରୁବାରା, ପୁୟୁମାଡା, କଞ୍ଜାପାକା, ଗୁଞ୍ଜେରି, ମୋଣିଙ୍ଗି, କଡାଙ୍ଗିବାଲସା, ଅଡୁଗୁଡା, ଏମ ସିନ୍ତାଲବାଲସା, ମାଛିକା ସିନ୍ତାଲବାଲସା, ଲଦୋ, ବାଂଦାପାଡୁ, ଶିରିଆରା, ଚିନାସୋରା, ପେଦାସୋରା, ଦଇଆରା, ପୋଈମାଡା ସହ ୧୦ ଟି ୱାର୍ଡରେ ୮୫୦ ପରିବାର ରହିଛନ୍ତି । ପୂର୍ବ ପର୍ଯ୍ୟାୟରେ ୫ ବର୍ଷ ଧରି ସାଲୁର ବ୍ଲକର ଅଧ୍ୟକ୍ଷ ରହିଥିବା ବେଳେ  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଆନ୍ଧ୍ରପ୍ରଦେଶ ସରକାର କେବଳ ଭୋଟ ନିମନ୍ତେ ଏଠାକୁ ଆସୁଛନ୍ତି । ଗ୍ରାମରେ ଶିକ୍ଷକ, ଅଙ୍ଗନବାଡି କର୍ମୀ ରହିଥିବା ବେଳେ ରାସ୍ତା, ସ୍କୁଲ, ଅଙ୍ଗନାବାଡି ଘର ଖଣ୍ଡେ ନାହିଁ। ଆନ୍ଧ୍ର ପ୍ରଦେଶ ସରକାର କେବଳ ବିଦ୍ୟୁତ ସହ ମାସିକ ପେନସନ ପ୍ରଦାନ କରୁଛନ୍ତି। ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଆନ୍ଧ୍ରପ୍ରଦେଶ ସରାକରଙ୍କୁ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସେ କହିଛନ୍ତି ।

ଅପରପକ୍ଷରେ ପଞ୍ଚାୟତ ଠାରୁ ୭୦ କିମି ଦୂର ପଟାଙ୍ଗି ବ୍ଲକର କୁନ୍ଦୁଲି ହାଟପଦା ଉପରେ ରାସ୍ତା ସୁବିଧା ସହ ସ୍ବଳ୍ପ ଦିନ ମଧ୍ୟରେ ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ଉନ୍ନୟନ ଓ ବିକାଶ କାର୍ଯ୍ୟ ହୋଇଛି । ତେଣୁ କୋଟିଆ ଭଳି କୋଡମା ପଞ୍ଚାୟତର ୧୮ ଖଣ୍ଡ ଗ୍ରାମକୁ ମଧ୍ୟ ଓଡ଼ିଶାରେ ସାମିଲ କରିବା ସହ ଓଡ଼ିଶା ସରକାରଙ୍କ ଏହାର ବିକାଶ ପ୍ରତି ଗୁରୁତ୍ବ ଦେବା ନେଇ ସେମାନେ ଆଶାବ୍ୟକ୍ତ କରିଥିଲେ । ବୈଠକରେ ସେମିଳିଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଏସ. ନାରାୟଣ ରାଓ, କୋରାପୁଟ ଜିଲ୍ଲା କୁଇ ସମାଜର ସଭାପତି ଦାମୋଦର ଜାନୀ, ବିଙ୍ଗୁ ଜାନୀ, ନାରାୟଣ ଚୌଧୁରୀ, କୁଇ ସମାଜର କର୍ମକର୍ତ୍ତା ଏବଂ କାଣ୍ଟି ଓ ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ଶିକ୍ଷିତ ଯୁବକ ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର