୫୦ଲକ୍ଷ ବ୍ୟୟରେ ରାଜ୍ୟର ପ୍ରତି ବ୍ଲକ୍‌ରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ୫୦ଲକ୍ଷ ଟଙ୍କା ରହିଛି ବୋଲି ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।  ବିଧାନସଭାରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ମାନଙ୍କ ବିକାଶ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ […]

ଭୁବନେଶ୍ବର : ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ୫୦ଲକ୍ଷ ଟଙ୍କା ରହିଛି ବୋଲି ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।  ବିଧାନସଭାରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ମାନଙ୍କ ବିକାଶ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି। ପ୍ରତି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟାଳୟ ଖୋଲିଲେ ମହିଳାମାନେ ଉପକୃତ ହେବେ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ମନ୍ତ୍ରୀ ଟୁକୁନି ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ବିଶେଷ କରି ମହିଳାଙ୍କ ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆର୍ଥିକ ସହାୟତା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀ ମାନଙ୍କୁ ୧୫ ହଜାର ଓ ଡିଜିଟାଲ ଶସକ୍ତିକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି । ସେହିପରି ୩୩୮ ଗୋଟି ମହସଂଘ ଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେହିପରି ମନ୍ତ୍ରୀ କହିଛନ୍ତି ଏହାସହ ମିଶନ ଶକ୍ତିରେ ଋଣ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦ ୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର