ଟଙ୍କା ପାଇଁ ଭାଇ ହେଲା ବଇରୀ; ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

The Sakala Picture
Published On

ନୟାଗଡ଼: ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଧାର ଟଙ୍କା ପାଇଁ ଭାଇ ହୋଇଛି ବଇରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ମାଣିକପାଟଣା ଛକର ଟ୍ରାଫିକ୍ ପୋଷ୍ଟ ନିକଟରେ । ମୃତକ ବଡ ଭାଇ ହେଲେ ପଦ୍ମନାଭ ନାୟକ।ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି ଏବଂ ତା’ଠାରୁ ୪ଟି ଅଫୁଟା ବୋମା ଜବତ ହୋଇଥିବା ନେଇ ସୂଚନା ମିଳିଛି । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ […]

ନୟାଗଡ଼: ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଧାର ଟଙ୍କା ପାଇଁ ଭାଇ ହୋଇଛି ବଇରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ମାଣିକପାଟଣା ଛକର ଟ୍ରାଫିକ୍ ପୋଷ୍ଟ ନିକଟରେ । ମୃତକ ବଡ ଭାଇ ହେଲେ ପଦ୍ମନାଭ ନାୟକ।ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି ଏବଂ ତା’ଠାରୁ ୪ଟି ଅଫୁଟା ବୋମା ଜବତ ହୋଇଥିବା ନେଇ ସୂଚନା ମିଳିଛି । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବଡ଼ ଭାଇର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଘଟଣାରେ ପୋଲିସ ଅଭିଯୁକ୍ତ ସାନ ଭାଇ ଚକ୍ରଧର ନାୟକ ଏବଂ ତାର ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ସମେତ ଏକ ବାଇକ ଜବତ କରିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଧାର ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ଧମକ ଦେବା ଆରମ୍ଭ ହେବା ପରେ ସାନଭାଇ ରାଗି ଯାଇ ଭାଇକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ସାଙ୍ଗ ମନୋଜ ମହାରଣାଠାରୁ ବୋମା ଆଣି ବଡ଼ଭାଇ ପଦ୍ମନାଭ ଯାଉଥିବା ବେଳେ ତା ଉପରକୁ ଫୋପାଡିଥିଲା । ବୋମା ମାଡ଼ରେ ବଡ଼ଭାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

07 Nov 2021 By The Sakala

ଟଙ୍କା ପାଇଁ ଭାଇ ହେଲା ବଇରୀ; ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ନୟାଗଡ଼: ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଧାର ଟଙ୍କା ପାଇଁ ଭାଇ ହୋଇଛି ବଇରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ମାଣିକପାଟଣା ଛକର ଟ୍ରାଫିକ୍ ପୋଷ୍ଟ ନିକଟରେ । ମୃତକ ବଡ ଭାଇ ହେଲେ ପଦ୍ମନାଭ ନାୟକ।ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି ଏବଂ ତା’ଠାରୁ ୪ଟି ଅଫୁଟା ବୋମା ଜବତ ହୋଇଥିବା ନେଇ ସୂଚନା ମିଳିଛି । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବଡ଼ ଭାଇର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଘଟଣାରେ ପୋଲିସ ଅଭିଯୁକ୍ତ ସାନ ଭାଇ ଚକ୍ରଧର ନାୟକ ଏବଂ ତାର ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ସମେତ ଏକ ବାଇକ ଜବତ କରିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଧାର ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ଧମକ ଦେବା ଆରମ୍ଭ ହେବା ପରେ ସାନଭାଇ ରାଗି ଯାଇ ଭାଇକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ସାଙ୍ଗ ମନୋଜ ମହାରଣାଠାରୁ ବୋମା ଆଣି ବଡ଼ଭାଇ ପଦ୍ମନାଭ ଯାଉଥିବା ବେଳେ ତା ଉପରକୁ ଫୋପାଡିଥିଲା । ବୋମା ମାଡ଼ରେ ବଡ଼ଭାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର