ମନରୁ ଲିଭିନି ପ୍ରଳୟଙ୍କାରୀ ୧୯୯୯ ମହାବାତ୍ୟାର ସେହି କରାଳ ରୂପ, ମାତ୍ର କେଇ ଘଣ୍ଟାରେ ଦୋହଲି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ

The Sakala Picture
Published On

ଓଡ଼ିଶା ଇତିହାସର ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ମହାବାତ୍ୟା’। ଇତିମଧ୍ୟରେ ସେହି ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୨ ବର୍ଷ।  ଅକ୍ଟୋବର ମାସ ଆସିଲେ ସେହି କାଳରାତ୍ରୀର କରାଳ ରୂପକୁ ଦେଖିଥିବା ଲୋକଙ୍କ ଦେହ ଶିହରି ଉଠେ। ସେ ଦିନ କେଇ ଘଣ୍ଟାର  ତାଣ୍ଡବ ଓଡ଼ିଶାର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅକ୍ଟୋବର ୨୫ରେ ଅଣ୍ଡାମାନ ଦ୍ବୀପରେ ପୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ମାହାବାତ୍ୟାର ରୂପନେଇ ସଂହାର […]

ଓଡ଼ିଶା ଇତିହାସର ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ମହାବାତ୍ୟା’। ଇତିମଧ୍ୟରେ ସେହି ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୨ ବର୍ଷ।  ଅକ୍ଟୋବର ମାସ ଆସିଲେ ସେହି କାଳରାତ୍ରୀର କରାଳ ରୂପକୁ ଦେଖିଥିବା ଲୋକଙ୍କ ଦେହ ଶିହରି ଉଠେ। ସେ ଦିନ କେଇ ଘଣ୍ଟାର  ତାଣ୍ଡବ ଓଡ଼ିଶାର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅକ୍ଟୋବର ୨୫ରେ ଅଣ୍ଡାମାନ ଦ୍ବୀପରେ ପୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ମାହାବାତ୍ୟାର ରୂପନେଇ ସଂହାର ଲୀଳା ରଚିଥିଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ଓ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । ପ୍ରକୃତିର ଏହି ସଂହାର ଲୀଳାରେ ପ୍ରଭାବିତ ହୋଇଥିଲା ଅର୍ଦ୍ଧାଧିକ ଓଡ଼ିଶା। ମୋଟାମୋଟି କହିବାକୁ ଗଲେ ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଇଥିଲା। ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା।  ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। ବଡ଼ ବଡ଼ ଗଛ, କଚ୍ଚା ଘର,ବିଦ୍ୟୁତ୍ ଖୁଣ୍ଟ, ଟାୱାର ଧରାଶୟୀ ହୋଇଥିଲା। ମହାବାତ୍ୟା ଯେମିତି ଶ୍ରୀହୀନ କରିଦେଇଥିଲା ଅନେକ ଜିଲ୍ଲାକୁ । ପ୍ରଭାବିତ ହୋଇଥିଲା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସେତେବେଳେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ହଜାର ଥିଲା ଯାହା ବେସରକାରୀ ହିସାବରେ ଢେର ଅଧିକ କୁହାଯାଇଥିଲା। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟର ଦୃଶ୍ୟ ବି କିଛି କମ୍ ନ ଥିଲା। ଲୋକମାନେ ବାସହୀନ ହେବା ସହ ଖାଦ୍ୟ ପାଇଁ ସେମାନଙ୍କ ବିକଟାଳ ଆତୁରତା ଥିଲା ବେଶ୍ ଦୟନୀୟ ଓ ଯନ୍ତ୍ରଣାଦାୟକ। ଅବଶ୍ୟ ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏଯାବତ୍ ଅନେକ ବାତ୍ୟାକୁ ସାମ୍ନା କରିଛି। ୨୦୨୦ରେ ଅମ୍ପାନ ୨୦୧୯ରେ ‘ଫନି’, ୨୦୧୮ରେ ‘ତିତ୍‌ଲି, ୨୦୧୪ରେ ‘ହୁଡ଼ହୁଡ ୨୦୧୩ରେ ‘ଫାଇଲିନ୍’ ଭଳି ବାତ୍ୟା ଦେଖିଛି ଓଡ଼ିଶା। ତେବେ ମହାବାତ୍ୟା ଲୋକଙ୍କୁ ଏକ ପ୍ରକାର ସତର୍କ ତଥା ସଂଘର୍ଷର ଶିକ୍ଷା ପ୍ରଦାନ ପ୍ରାକୃତିକ ବିପର୍ଯ୍ୟୟ ଦିଗରେ ଆଗୁଆ ପଦକ୍ଷେପ ନେବା ଶିଖାଇଛି। ମହାବାତ୍ୟାର ଶିକ୍ଷାକୁ ଗ୍ରହଣ କରି ରାଜ୍ୟ ସରକାର ଶୂନ୍ୟ ମୃତାହତ ମିଶନ ହାତକୁ ନେଇ ସଫଳ ହୋଇଛନ୍ତି। ଯେଉଁଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ମଡ଼େଲ ସାଜିଛି। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି । ପ୍ରକୃତିର ସେହି କରାଳ ରୂପକୁ ମନେ ପକାଇ ପୁଣି ବଡ ଧରଣର କିଛି ନ ଘଟୁ ବୋଲି ଇଶ୍ବରଙ୍କଠାରେ ପ୍ରାର୍ଥନା କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର