ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ରିମାଣ୍ଡ ବେଳେ ସତ ଉଗାରିଛି ଗୋବିନ୍ଦ ସାହୁ

The Sakala Picture
Published On

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ। ପୁଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି। ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ । ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ […]

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ। ପୁଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ । ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ ଉଗାରିଛି ଗୋବିନ୍ଦ ସାହୁ। ଅପରାଧ ସ୍ୱୀକାର କରିବା ସହ ନିଜ ମୁହଁରେ କହିଛି ଷଡ଼ଯନ୍ତ୍ରର ସତ । ମମିତାଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦକୁ ସହଯୋଗ କରିଥିଲା ଡ୍ରାଇଭର ରାଧେଶ୍ୟାମ। ଆବଶ୍ୟକ ପଡ଼ିଲେ ଡ୍ରାଇଭର ରାଧେକୁ ରିମାଣ୍ଡରେ ଆଣାଯିବ। ମମିତାଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ୍‌ ଜଳାଇ ଦେଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି ।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଡ଼ା ପ୍ଲାଷ୍ଟିକ ଜିନିଷ ମିଳିଛି। ତାହା ଫୋନ୍ ହୋଇ ଥାଇପାରେ ବୋଲି ଡିଆଇଜି କହିଛନ୍ତି। ଜବତ ଜିନିଷ ସବୁକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ। ତଦନ୍ତ ବେଳେ ଦୁଇଟି ବ୍ୟାଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ମମିତାଙ୍କୁ ପୋଡ଼ା ଯାଇଥିବା ଜାଗାରୁ ଗୋଟିଏ ଓ ଅନ୍ୟଟି ରାଧେର ଘରୁ ମିଳିଥିଲା। ପୋଡ଼ା ଜାଗାରୁ ମିଳିଥିବା ବ୍ୟାଗ ମମିତାଙ୍କ ପରିବାର ଚିହ୍ନିଛନ୍ତି। ତେବେ ଡ୍ରାଇଭର ରାଧେ ଘରୁ ମିଳିଥିବା ବ୍ୟାଗ ଚିହ୍ନଟ ହୋଇପାରିନି। ମୃତଦେହର ଡିଏନଏ ଟେଷ୍ଟ ପାଇଁ ଲାବରେଟୋରୀ ପଠାଯାଇଛି। ଅଟକ ବେଳେ ଗୋବିନ୍ଦଠାରୁ ୨ ଓ ଗିରଫ ବେଳେ ଗୋଟିଏ ମୋବାଇଲ ଜବତ ହୋଇଥିବା ଡିଆଇଜି କହିଛନ୍ତି ।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର