ଠକେଇ ମାମଲାରେ ହାତ ଟେକିଦେଉଛି ପୁଲିସ, ଥାନାକୁ ଦୌଡ଼ିଦୌଡ଼ି ଅଭିଯୋଗକାରୀ ନୟାନ୍ତ

The Sakala Picture
Published On

ଭୁବନେଶ୍ୱର :ଜୟନ୍ତ କୁମାର ବେହେରା। ଘର ଜଗତସିଂହପୁର ଜିଲ୍ଲା ଗୋପିଆକୁଦ ଗ୍ରାମରେ। ଟଙ୍କା ଦୁଇ ଗୁଣିତ କରାଇ ଦେବାକୁ ଲୋଭ ଦେଖାଇ ତାଙ୍କଠାରୁ ଦେବକାନ୍ତ ଲେଙ୍କା ନାମକ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକିଥିଲେ। ଲୁଇସ୍‍ ରୋଡ୍‌ରେ  ଥିବା କ୍ରିପା ସିକ୍ୟୁରିଟ୍‍ ସଂସ୍ଥାରେ ଟଙ୍କା ଜମା କରି ମାସକୁ ସୁଧ ଆକାରରେ ୫୦ ହଜାର ଟଙ୍କା ପାଇବାର ଲୋଭ ଦେଖାଇଥିଲେ ଦେବକାନ୍ତ। ଲୋଭରେ ପଡ଼ି ଜୟନ୍ତ ଉକ୍ତ ସଂସ୍ଥାରେ ୧୧ଲକ୍ଷ ଟଙ୍କା ଜମା କରିଥିଲେ। ଟଙ୍କା ନେବା […]

ଭୁବନେଶ୍ୱର :ଜୟନ୍ତ କୁମାର ବେହେରା। ଘର ଜଗତସିଂହପୁର ଜିଲ୍ଲା ଗୋପିଆକୁଦ ଗ୍ରାମରେ। ଟଙ୍କା ଦୁଇ ଗୁଣିତ କରାଇ ଦେବାକୁ ଲୋଭ ଦେଖାଇ ତାଙ୍କଠାରୁ ଦେବକାନ୍ତ ଲେଙ୍କା ନାମକ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକିଥିଲେ। ଲୁଇସ୍‍ ରୋଡ୍‌ରେ  ଥିବା କ୍ରିପା ସିକ୍ୟୁରିଟ୍‍ ସଂସ୍ଥାରେ ଟଙ୍କା ଜମା କରି ମାସକୁ ସୁଧ ଆକାରରେ ୫୦ ହଜାର ଟଙ୍କା ପାଇବାର ଲୋଭ ଦେଖାଇଥିଲେ ଦେବକାନ୍ତ। ଲୋଭରେ ପଡ଼ି ଜୟନ୍ତ ଉକ୍ତ ସଂସ୍ଥାରେ ୧୧ଲକ୍ଷ ଟଙ୍କା ଜମା କରିଥିଲେ। ଟଙ୍କା ନେବା ପରେ ମାସକୁ ସୁଧ ଆକାରରେ ୫୦ ହଜାର ଦେବା ବଦଳରେ ଅଭିଯୁକ୍ତ ଜୟନ୍ତ ରାତିଆ ରାତି ଅଫିସ୍‍ ତାଲା ପକାଇ ଫେରାର ହୋଇଯାଇଥିଲେ। ଏନେଇ ଜୟନ୍ତ ସମେତ ଏକାଧିକ ବ୍ୟକ୍ତି ବାରମ୍ବାର କ୍ୟାପିଟାଲ ଥାନାକୁ ଦୌଡ଼ିଥିଲେ ମଧ୍ୟ ପୁଲିସ ଅଭିଯୋଗ ରଖି ନ ଥିଲା। ବରଂ ‘ଟଙ୍କା ଦେବା ସମୟରେ ଆମକୁ କହି ଦେଇଥିଲ କି’ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଶେଷରେ ନିରାଶ ହୋଇ ଜୟନ୍ତ ସମେତ ଅନ୍ୟମାନେ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ କରିଥିଲେ। ହେଲେ ସେମାନେ ଅଭିଯୋଗ ରଖି ନ ଥିଲେ। ଶେଷରେ ସବୁଆଡୁ ନିରାଶ ହେବା ପରେ ଜମାକାରୀ ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। କେବଳ ଜୟନ୍ତ ନୁହେଁ ରାଜଧାନୀର ବିଭିନ୍ନ ଥାନା ଏଭଳି ଭାବେ ଠକେଇ ମାମଲାରେ ହାତ ଟେକି ଦେଉଛନ୍ତି। ଯେଉଁଥିପାଇଁ ପୁଲିସ ଅପେକ୍ଷା କୋର୍ଟରେ ଅଭିଯୋଗକାରୀ ଦ୍ୱାରସ୍ଥ ହେଉଛନ୍ତି। ଯାହାଫଳରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜଧାନୀର ବିଭିନ୍ନ ଥାନାରେ ୱାନ୍‍ସିସି ବଢ଼ୁଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ରାଜଧାନୀର ବିଭିନ୍ନ ଥାନାରେ ୭ ବର୍ଷରେ ୩ହଜାର ୫୩ ୱାନ୍‍ସିସି ମାମଲା ରୁଜୁ କରାଯାଇଛି। କିନ୍ତୁ ସେଥିରୁ ମାତ୍ର ୧ହଜାର ୨୯୨ ଜଣ ଗିରଫ ହୋଇଛନ୍ତି। ବଡ଼କଥା ହେଲା ୩ହଜାର ୫୪୩ ଜଣ ଅଭିଯୁକ୍ତ ଏବେବି ଫେରାର ରହିଛନ୍ତି। ରାଜଧାନୀର ସର୍ବାଧିକ ୱାନ୍‍ସିସି ବଡ଼ଗଡ଼଼ ଥାନାରେ ରୁଜୁ କରାଯାଇଛି। ବଡ଼ଗଡ଼଼ ଥାନାରେ ୩୧୦ମାମଲା ହୋଇଥିବା ବେଳେ ସେଥିରୁ ୧୪୩ଜଣ ଗିରଫ ହୋଇଛନ୍ତି। କିନ୍ତୁ ୬୪୪ ଜଣ ଅଭିଯୁକ୍ତ ଏବେବି ବାହାରେ ବୁଲୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସହିଦନଗର ଥାନାରେ ୨୬୬ଟି ମାମଲା ରୁଜୁହେବା ସହ ୫୩ଜଣ ଗିରଫ ହୋଇଥିବା ବେଳେ ୧୨୦ଜଣ ଫେରାର ଅଛନ୍ତି। ଏୟାରପୋର୍ଟ ଥାନରେ ୯ଟି ମାମଲା ରୁଜୁ ହୋଇଥିବା ବେଳେ କେହି ଗିରଫ ହୋଇନାହାନ୍ତି। ତେବେ ଏହି ମାମଲାରେ ୪ଜଣ ଫେରାର ଅଛନ୍ତି। ଧଉଳି ଥାନାରେ ୬୬ଟି ମାମଲା ହୋଇଛି। ସେଥିମଧ୍ୟରୁ କେହି ଗିରଫ ହୋଇ ନ ଥିବା ବେଳେ ୨୬ଜଣ ଫେରାର ରହିଛନ୍ତି। ସେହିପରି ଇନ୍‍ଫୋସିଟି ଥାନାରେ ୯୧ଟି ୱାନ୍‍ସିସି ରୁଜ୍ଜୁ ହୋଇଥିବା ବେଳେ ୧୬ଜଣ ଗିରଫ ହୋଇଥିଲେ। ସେଥିରୁ ୧୮୦ଜଣ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ନନ୍ଦନକାନନ ଥାନାରେ ୫୪ଟି ମାମଲା ହୋଇଥିଲା। ସେଥିରୁ ୪୦ ଜଣ ଗିରଫ ହୋଇଥିବା ବେଳେ ୧୭ଜଣ ଫେରାର ରହିଛନ୍ତି। ମଞ୍ଚେଶ୍ୱର ଥାନାରେ ୯୭ଟି ୱାନ୍‍ସିସି ରୁଜ୍ଜୁ ହେବା ସହ ୫୧ଜଣ ଗିରଫ ହୋଇଛନ୍ତି। କିନ୍ତୁ ୬୦ଜଣ ଏପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ଖଣ୍ଡଗିରି ଥାନାରେ ୧୨୫ଟି ୱାନ୍‍ସିସି ରୁଜ୍ଜୁ ହେବା ସହ ସେଥିରୁ ୪୨ଜଣ ଗିରଫ ହୋଇଛନ୍ତି। କିନ୍ତୁ ୧୦୦ଜଣ ଅଭିଯୁ୍‍କ୍ତ ଫେରାର ଅଛନ୍ତି। ମହିଳା ଥାନାରେ ୧୭୮ଟି ୱାନ୍‍ସିସି ରୁଜୁ ହୋଇଥିଲା। ସେଥିରୁ ୧୭୩ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୮୦ଜଣ ଫେରାର ଅଛନ୍ତି। ଖାରବେଳନଗର ଥାନାରେ ୧୧୩ଟି ମାମଲା ହେବା ସହ ୪୫ ଜଣ ଗିରଫ ହୋଇଥିଲେ। କିନ୍ତୁ ୧୨୭ଜଣ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଲକ୍ଷ୍ମୀସାଗର ଥାନାରେ ୨୩୪ଟି ୱାନ୍‍ସିସି ରୁଜ୍ଜୁ ହୋଇଥିବା ବେଳେ ୮୭ଜଣ ଗିରଫ ହୋଇଥିଲେ। କିନ୍ତୁ ୩୨୯ଜଣ ଏବେ ବି ଫେରାର ରହିଛନ୍ତି।

ସେହିପରି ନୂଆପଲ୍ଲୀ ଥାନାରେ ୨୨୧ଟି ୱାନ୍‍ସିସି ମାମଲା ରୁଜୁ ହୋଇଥିବା ବେଳେ ୧୧୦ଜଣ ଗିରଫ ହୋଇଛନ୍ତି। ଏହି ମାମଲାରେ ୩୦୦ଜଣ ଫେରାର ରହିଛନ୍ତି। କ୍ୟାପିଟାଲ ଥାନାରେ ୨୫୬ଟି ୱାନ୍‍ସିସି ରୁଜୁ ହୋଇଥିବା ବେଳେ ୮୭ ଜଣ ଗିରଫ ହୋଇଛନ୍ତି। କିନ୍ତୁ ୩୪୦ଜଣ ଏବେ ବି ଫେରାର ରହିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ୧୮୦ଟି ମାମଲା ହେବା ସହ ୬୦ଜଣ ଗିରଫ ହୋଇଛନ୍ତି। ହେଲେ ଏହି ମାମଲାରେ ୨୧୫ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ବାଲିପାଟଣା ଥାନାରେ ୧୦୦ଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ୪୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୦ ଜଣ ଅଭିଯୁକ୍ତ ପୁଲିସ ହାତରେ ଲାଗିନାହିଁ। ବାଲିଅନ୍ତା ଥାନାରେ ୧୨୦ଟି ମାମଲା ହୋଇଥିବା ବେଳେ ୬୦ଜଣ ଗିରଫ ହୋଇଥିଲେ। ସେଥିରୁ ୧୮୦ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଜଟଣୀ ଥାନାରେ ୨୧୭ଟି ମାମଲା ହେବା ସହ ୧୦୫ଜଣ ଫେରାର ରହିଛନ୍ତି। କିନ୍ତୁ ଏହି ସବୁ ମାମଲାରେ ୨୦୮ ଅଭିଯୁକ୍ତ ଫେରାର ଅଛନ୍ତି। ତମାଣ୍ଡୋ ଥାନାରେ ୧୮୬ଟି ୱାନ୍‍ସିସି ରୁଜୁ କରାଯିବା ସହ ୬୦ଜଣ ଗିରଫ ହୋଇଥିଲେ। ଏଥିରୁ ୨୯୦ଜଣ ଫେରାର ହୋଇଯାଇଛନ୍ତି। ସେହିପରି ଲିଙ୍ଗରାଜ ଥାନାରେ ୨୩୦ଟି ମାମଲା ରୁଜୁ କରାଯାଇଥିଲା। ସେଥିରୁ ୧୨୦ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୨୭୭ ଅଭିଯୁକ୍ତ ଫେରାର ରହିଛନ୍ତି।

ୱାନ୍‍ସିସି କ’ଣ

ଜଣେ ବ୍ୟକ୍ତି ଥାନାରୁ ନିରାଶ ହେବା ପରେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବାର ଆଇନ ରହିଛି। ତେଣୁ ବ୍ୟକ୍ତି କୋର୍ଟଙ୍କ ନିକଟରେ ୱାନ୍‍ସିସି ରୁଜ୍ଜୁ କରିବା ପରେ କୋର୍ଟ ସିଆର୍‍ପିସି ୧୫୬ କ୍ଲଜ୍‍-୩ରେ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ,ଅନେକ ଲୋକ ଜାଣିଶୁଣି ମିଛ ମାମଲା ରୁଜୁ କରିବାକୁ ଥାନାକୁ ଆସନ୍ତି। ଯାହାଫଳରେ ପୁଲିସ ଫେରାଇଦେବାକୁ ସେମାନେ କୋର୍ଟରେ ୱାନସିସି କରନ୍ତି। କିନ୍ତୁ ଅନେକ ମାମଲାରେ ପୁଲିସ ତଦନ୍ତ କରି ତାହା ମିଛ ଥିବା ଚାର୍ଜସିଟ୍‍ରେ କୋର୍ଟଙ୍କୁ ଦର୍ଶାଇଥାନ୍ତି। ଅନେକ ମଧ୍ୟ ନିଜକୁ ବଞ୍ଚାଇବାକୁ ଯାଇ କୋର୍ଟରେ ୱାନ୍‍ସିସି ରୁଜ୍ଜୁ କରିଥାନ୍ତି।

25 Oct 2021 By The Sakala

https://www.thesakala.in/latest-odisha-news/in-the-case-of-fraud-commissionerate-police-couldnt-investigate/article-6338
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର