ଶିବମୟ ଏକାମ୍ରକ୍ଷେତ୍ର

The Sakala Picture
Published On

ଭୁବନେଶ୍ବର : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ମହାଶିବରାତ୍ରୀ ପାଇଁ ଏକାମ୍ରକ୍ଷେତ୍ରର ପରିବେଶ ଉତ୍ସବମୁଖର ରହିଛି।  ଫୁଲରେ ସଜେଇ ହୋଇଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭକ୍ତ ମାନେ ସକାଳୁ ପ୍ରଭୁଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି।  ମନ୍ଦିର ବେଢାରେ ସାଧାରଣ ଭକ୍ତ ଜାଗର ଦୀପ ଜାଳିବାକୁ ଅନୁମତି ମିଳିଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧି […]

ଭୁବନେଶ୍ବର : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ମହାଶିବରାତ୍ରୀ ପାଇଁ ଏକାମ୍ରକ୍ଷେତ୍ରର ପରିବେଶ ଉତ୍ସବମୁଖର ରହିଛି।  ଫୁଲରେ ସଜେଇ ହୋଇଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭକ୍ତ ମାନେ ସକାଳୁ ପ୍ରଭୁଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି।  ମନ୍ଦିର ବେଢାରେ ସାଧାରଣ ଭକ୍ତ ଜାଗର ଦୀପ ଜାଳିବାକୁ ଅନୁମତି ମିଳିଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧି ୫୦ ପ୍ରତିଶତ ଭକ୍ତଙ୍କୁ ଦୀପ ଜାଳିପାରିବେ । କୋଭିଡ କଟକଣା ପାଇଁ ଭକ୍ତଙ୍କ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡ଼ା ଯାଉଥିବା ବେଳେ ଭିତରକୁ ଭୋଗ କିମ୍ବା ଅନ୍ୟ ପୂଜା ସାମଗ୍ରୀ ନେଇଯିବାକୁ ବାରଣ ରହିଛି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

କୋଭିଡ୍‍ କଟକଣା ମଧ୍ୟରେ ହିଁ ଏଠାରେ ସମସ୍ତ ପ୍ରକାର ଦର୍ଶନ ବ୍ୟବସ୍ଥା କରାଯାଇଛି। ମହାଶିବ ରାତ୍ରିରେ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ଯେମିତି କୌଣସି ସମସ୍ୟା ନ ହୁଏ ସେମାନଙ୍କ ପାଇଁ ବିଏମ୍‍ସି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜୋତା ରଖିବା ପାଇଁ ଜୋତାଷ୍ଟାଣ୍ଡ ସୁବିଧା କରାଯାଇଛି। ପାଣି ଟ୍ୟାଙ୍କର, ସ୍ୱେଚ୍ଛାସେବୀ ଏବଂ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି ବିଏମ୍‍ସି ତରଫରୁ ଅସ୍ଥାୟୀ ଭଜନମଣ୍ଡପର ମଧ୍ୟ ସ୍ଥାନ ନିରୂପଣ ହୋଇଛି। ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୋବାଇଲ୍‍ ଟଏଲେଟ୍‍ ରଖାଯାଇଛି ଓ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ୍‍ ରଖାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଜାଗର ଲାଗି ଲିଙ୍ଗରାଜ ମନ୍ଦିର ରେ  ଗୁରୁବାର ଭୋର୍‍ ୩ ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ। ଭୋର ସାଢ଼େ ୩ ଟାରୁ ଦିନ ୧୧ଟା ଯାଏ ସାହାଣମେଲା ଦର୍ଶନ ହେବ। ସକାଳ ୬ ଟା ୩୦ ରେ ରୋଷହୋମ, ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ଅପରାହ୍ଣ ୨ଟା ୩୦ ଯାଏ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ସେହିପରି ମଧ୍ୟହ୍ନ ସାଢ଼େ ୨ଟାରୁ ୨ଟା ୪୫ ମଧ୍ୟରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ସମ୍ପନ୍ନ ହେବ। ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ ହୋଇ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ ସାହଣ ମେଲା ଦର୍ଶନ ହେବ। ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ରାତି ୧୦ଟାରୁ ୧୧ ଟା ଯାଏ ସାହଣ ମେଲା ଦର୍ଶନ ହେବ। ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ। ପୁଣି ଭୋର୍‍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ।

11 Mar 2021 By The Sakala

ଶିବମୟ ଏକାମ୍ରକ୍ଷେତ୍ର

ଭୁବନେଶ୍ବର : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ମହାଶିବରାତ୍ରୀ ପାଇଁ ଏକାମ୍ରକ୍ଷେତ୍ରର ପରିବେଶ ଉତ୍ସବମୁଖର ରହିଛି।  ଫୁଲରେ ସଜେଇ ହୋଇଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭକ୍ତ ମାନେ ସକାଳୁ ପ୍ରଭୁଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି।  ମନ୍ଦିର ବେଢାରେ ସାଧାରଣ ଭକ୍ତ ଜାଗର ଦୀପ ଜାଳିବାକୁ ଅନୁମତି ମିଳିଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧି ୫୦ ପ୍ରତିଶତ ଭକ୍ତଙ୍କୁ ଦୀପ ଜାଳିପାରିବେ । କୋଭିଡ କଟକଣା ପାଇଁ ଭକ୍ତଙ୍କ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡ଼ା ଯାଉଥିବା ବେଳେ ଭିତରକୁ ଭୋଗ କିମ୍ବା ଅନ୍ୟ ପୂଜା ସାମଗ୍ରୀ ନେଇଯିବାକୁ ବାରଣ ରହିଛି ।

କୋଭିଡ୍‍ କଟକଣା ମଧ୍ୟରେ ହିଁ ଏଠାରେ ସମସ୍ତ ପ୍ରକାର ଦର୍ଶନ ବ୍ୟବସ୍ଥା କରାଯାଇଛି। ମହାଶିବ ରାତ୍ରିରେ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ଯେମିତି କୌଣସି ସମସ୍ୟା ନ ହୁଏ ସେମାନଙ୍କ ପାଇଁ ବିଏମ୍‍ସି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜୋତା ରଖିବା ପାଇଁ ଜୋତାଷ୍ଟାଣ୍ଡ ସୁବିଧା କରାଯାଇଛି। ପାଣି ଟ୍ୟାଙ୍କର, ସ୍ୱେଚ୍ଛାସେବୀ ଏବଂ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି ବିଏମ୍‍ସି ତରଫରୁ ଅସ୍ଥାୟୀ ଭଜନମଣ୍ଡପର ମଧ୍ୟ ସ୍ଥାନ ନିରୂପଣ ହୋଇଛି। ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୋବାଇଲ୍‍ ଟଏଲେଟ୍‍ ରଖାଯାଇଛି ଓ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ୍‍ ରଖାଯାଇଛି।

ଜାଗର ଲାଗି ଲିଙ୍ଗରାଜ ମନ୍ଦିର ରେ  ଗୁରୁବାର ଭୋର୍‍ ୩ ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ। ଭୋର ସାଢ଼େ ୩ ଟାରୁ ଦିନ ୧୧ଟା ଯାଏ ସାହାଣମେଲା ଦର୍ଶନ ହେବ। ସକାଳ ୬ ଟା ୩୦ ରେ ରୋଷହୋମ, ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ଅପରାହ୍ଣ ୨ଟା ୩୦ ଯାଏ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

ସେହିପରି ମଧ୍ୟହ୍ନ ସାଢ଼େ ୨ଟାରୁ ୨ଟା ୪୫ ମଧ୍ୟରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ସମ୍ପନ୍ନ ହେବ। ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ ହୋଇ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ ସାହଣ ମେଲା ଦର୍ଶନ ହେବ। ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ରାତି ୧୦ଟାରୁ ୧୧ ଟା ଯାଏ ସାହଣ ମେଲା ଦର୍ଶନ ହେବ। ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ। ପୁଣି ଭୋର୍‍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର