ସ୍ଥଳଭାଗ ମୁହାଁ ‘ଗୁଲାବ’: ସୁରକ୍ଷା ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ […]

ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଓଡିଶା ବାତ୍ୟା ଗୁଲାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ। ଓଡିଶା ପୂର୍ବରୁ ଯେପରି ବାତ୍ୟା ଗୁଡିକ ପାଇଁ ପ୍ରସ୍ତୁତ ରହି ସଫଳ ମୁକାବିଲା କରେ ଗୁଲାବ ପାଇଁ ମଧ୍ୟ ରାଜ୍ୟ ପସ୍ତୁତ ଥିବା ନବୀନ ମୋଦୀଙ୍କ ଅବଗତ କରିଥିଲେ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସ୍ଥାନାନ୍ତରଣ ସହ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧାଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ ସହ ଅଗ୍ନିଶମ ବିଭାଗ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ରହିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଅନ୍ୟପଟେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

26 Sep 2021 By The Sakala

ସ୍ଥଳଭାଗ ମୁହାଁ ‘ଗୁଲାବ’: ସୁରକ୍ଷା ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଓଡିଶା ବାତ୍ୟା ଗୁଲାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ। ଓଡିଶା ପୂର୍ବରୁ ଯେପରି ବାତ୍ୟା ଗୁଡିକ ପାଇଁ ପ୍ରସ୍ତୁତ ରହି ସଫଳ ମୁକାବିଲା କରେ ଗୁଲାବ ପାଇଁ ମଧ୍ୟ ରାଜ୍ୟ ପସ୍ତୁତ ଥିବା ନବୀନ ମୋଦୀଙ୍କ ଅବଗତ କରିଥିଲେ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସ୍ଥାନାନ୍ତରଣ ସହ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧାଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ ସହ ଅଗ୍ନିଶମ ବିଭାଗ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ରହିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଅନ୍ୟପଟେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

https://www.thesakala.in/latest-odisha-news/prime-minister-modi-speaks-to-the-chief-minister-about-security-and-preparations-for-cyclonic-storm-gulab/article-5660
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର