ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ କମିଶନରଙ୍କ ଚେତାବନୀ, କେବେ ନା କେବେ ଆପଣଙ୍କୁ ଧରିବୁ ଓ ଲଭ ଲେଟର ଦେବୁ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ପୁଲିସ କମିଶନର ଡ.ସୁଧାଂଶୁ ଷଢ଼ଙ୍ଗୀଙ୍କ ଚେତାବନି ଦେଇଛନ୍ତି। ଆଜି ସଡ଼କ ସୁରକ୍ଷା ମାସର ଶେଷଦିନରେ ପୁଲିସ କମିଶନର ରାଜଧାନୀ ଭୁବନେଶ୍ବରରେ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୁଲିସ ସେମାନଙ୍କୁ ଦେଖିପାରୁ ନାହିଁ। କିନ୍ତୁ ସେମାନେ ଭୁଲି ଯାଉଛନ୍ତି କି ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା ସବୁ କିଛି ରେକର୍ଡ କରୁଛି। ଯେଉଁ ଅମାନିଆ ଗାଡି ଚାଳକ […]

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ପୁଲିସ କମିଶନର ଡ.ସୁଧାଂଶୁ ଷଢ଼ଙ୍ଗୀଙ୍କ ଚେତାବନି ଦେଇଛନ୍ତି। ଆଜି ସଡ଼କ ସୁରକ୍ଷା ମାସର ଶେଷଦିନରେ ପୁଲିସ କମିଶନର ରାଜଧାନୀ ଭୁବନେଶ୍ବରରେ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୁଲିସ ସେମାନଙ୍କୁ ଦେଖିପାରୁ ନାହିଁ। କିନ୍ତୁ ସେମାନେ ଭୁଲି ଯାଉଛନ୍ତି କି ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା ସବୁ କିଛି ରେକର୍ଡ କରୁଛି। ଯେଉଁ ଅମାନିଆ ଗାଡି ଚାଳକ ଟ୍ରାଫିକ ନିୟମ ମାନୁନାହାନ୍ତି ତାଙ୍କୁ ସିସିଟିଭି କ୍ୟାମେରା ଦେଖି ଚିହ୍ନଟ କରାଯାଉଛି। ଏହାକୁ ଆଧାର କରି ଆଇନ ଉଲ୍ଲଂଘନକାରୀଙ୍କ ଘରକୁ ପଠାଯାଉଛି ଚାଲାଣ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ପୁଲିସ କମିଶନର ଡ.ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି ଯେ ସିସିଟିଭି ଦେଖି ପ୍ରତ୍ୟେକ ଦିନ ୩୫୦ ଟି ଚାଲାଣ କଟା ଯାଉଛି,ଆଗାମୀ ଦୁଇ ରୁ ତିନି ମାସ ଭିତରେ ଏ ସଂଖ୍ୟା ଆହୁରି ବଢିବ, ଯେବେଠୁ ଟ୍ରାଫିକ ନିୟମକୁ କଡାକଡି କରାଯାଇ ଫାଇନ କଥା ଯାଉଛି ପାଖାପାଖି ଏହି ଏକ ବର୍ଷ ମଧ୍ୟରେ କଟକ ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଫାଇନ ରୂପରେ ଆଦାୟ କରାଯାଇଛି । ଆପଣ ଭାବନ୍ତୁନି ଟ୍ରାଫିକ ନିୟମ ଉଲଂଘନ କରି ଆପଣ ବଞ୍ଚିଯିବେ, କେବେ ନା କେବେ ଆପଣଙ୍କୁ ଆମେ ଧରିବୁ ଓ ଲଭ ଲେଟର ଦେବୁ ବୋଲି ପୁଲିସ କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର