ବିଜେଡିରେ ମିଶିଲେ ଶତାଧିକ ଜେଏମଏମ ନେତା ଓ କର୍ମୀ

The Sakala Picture
Published On

ଭୁବନେଶ୍ୱର: ବିଜୁ ଜନତା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି  ମେଗା ମିଶ୍ରଣ ପର୍ବ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ମୟୁରଭଞ୍ଜର ଶତାଧିକ ଜେଏମଏମ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି କର୍ମୀ । ମିଶ୍ରଣ ପର୍ବରେ ରାଜ୍ୱସ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଥିଲେ । ଜେଏମଏମର ପୂର୍ବତନ ରାଜ୍ୟ […]

ଭୁବନେଶ୍ୱର: ବିଜୁ ଜନତା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି  ମେଗା ମିଶ୍ରଣ ପର୍ବ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ମୟୁରଭଞ୍ଜର ଶତାଧିକ ଜେଏମଏମ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି କର୍ମୀ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ମିଶ୍ରଣ ପର୍ବରେ ରାଜ୍ୱସ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଥିଲେ । ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ , ଜେଏମଏମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସଂପାଦକ, କୁସୁମୀ ବ୍ଲକ ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବିଜେଡିରେ ମିଶିଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ତାଙ୍କ ନୀତି ଆଦର୍ଶ ଓ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ୱରେ ଆମେ ବିଜେଡିରେ ଯୋଗ ଦେଲୁ। ମୋଦି ସରକାର ଆଦିବାସୀଙ୍କ ପାଇଁ ଯେଉଁ ନୀତି କରୁଛନ୍ତି, ସେଥିରେ ନବୀନଙ୍କ ବିକଳ୍ପ ନାହିଁ ବୋଲି କହିଛନ୍ତି ଦଳରେ ମିଶିଥିବା ନେତା ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର