ବ୍ରାଉନସୁଗାରର ଆଡ୍ଡାସ୍ଥଳୀ ପାଲଟିଛି ଜଳେଶ୍ୱର: ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

The Sakala Picture
Published On

ବାଲେଶ୍ୱର: ନିଶା କାରବାରର ହବ୍ ପାଲଟିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ଵର। ପ୍ରାୟ ଅଧିକାଂଶ ସମୟରେ ଏହି ସ୍ଥାନରୁ ଧଳାଜହର ଜବତ କରୁଛି ପୁଲିସ । ପୋଲିସ ଆଖିରେ ଧୂଳି ଦେଇ ଜଳେଶ୍ଵର ଅଞ୍ଚଳରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ପଠାଉଛନ୍ତି ମାଫିଆ। ତେବେ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵରର ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ […]

ବାଲେଶ୍ୱର: ନିଶା କାରବାରର ହବ୍ ପାଲଟିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ଵର। ପ୍ରାୟ ଅଧିକାଂଶ ସମୟରେ ଏହି ସ୍ଥାନରୁ ଧଳାଜହର ଜବତ କରୁଛି ପୁଲିସ । ପୋଲିସ ଆଖିରେ ଧୂଳି ଦେଇ ଜଳେଶ୍ଵର ଅଞ୍ଚଳରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ପଠାଉଛନ୍ତି ମାଫିଆ। ତେବେ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵରର ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବ୍ରାଉନସୁଗାର ଜବତ କରିବା ସହ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ସେକ ମନତାଜ ଓ ତାର ୩ ସହଯୋଗୀକୁ ଗିରଫ କରିଛି ଜଳେଶ୍ୱର ପୋଲିସ । ରାଜପୁର ବସ୍ତିରେ ଚଢ଼ାଉ କରି ମନତାଜକୁ ଗିରଫ କରିଥିବା ବେଳେ ସକାଳୁ ତା’ ସହଯେୋଗୀଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଉଛନ୍ତି ସେକ ମନତାଜ, ସେକ ରାଜା ,ସେକ ବାବୁ ଓ ଅନ୍ୟ ଜଣେ ସୋହଯୋଗୀ । ଆନ୍ତଃରାଜ୍ୟ ବ୍ରାଉନସୁଗାର କାରବାରରେ ଏମାନଙ୍କର ରହିଛି ବଡ଼ ଭୂମିକା ରହିଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର