ମିଲେଟ୍ ମିଶନ ଆଣିଛି ନୂତନ ସମ୍ଭାବନା; ମୟୂରଭଞ୍ଜ ଜିଲ୍ଲାର ଉଦ୍ୟୋଗୀ ଓ ଏସଏଚଜି ଗୋଷ୍ଠୀଙ୍କ ଜୀବିକା ବୃଦ୍ଧି ସହିତ ୩ ହଜାର ମାଣ୍ଡିଆ ଚାଷୀ ହୋଇଛନ୍ତି ଉପକୃତ

The Sakala Picture
Published On

ବାରିପଦା: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବ୍ୟବସାୟୀ କରଣ ମୟୂରଭଞ୍ଜ ଜିଲ୍ଲାରେ ନୂତନ ସମ୍ଭାବନା ଆଣିଦେଇଛି। ଓଡିଶା ସରକାରଙ୍କ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ପୃଷ୍ଟିଶସ୍ୟର ଉତ୍ପାଦକତା ଏବଂ ଘରୋଇ ଉପଯୋଗ, ଉନ୍ନତ ପ୍ରକ୍ରିୟାକରଣ ଏବଂ ମିଲେଟ୍ସର ଉପଯୁକ୍ତ ମୂଲ୍ୟ ହାସଲ ପାଇଁ ଲକ୍ଷ୍ୟ ସହ ଅତିରିକ୍ତ ପୃଷ୍ଟି ସାଧନ ଯୋଜନା ଏବଂ ସାଧାରଣ ବିତରଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ କରାଯାଇଛି। ଓଡିଶା ମିଲେଟ୍ ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ୩ହଜାର କୃଷକ […]

ବାରିପଦା: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବ୍ୟବସାୟୀ କରଣ ମୟୂରଭଞ୍ଜ ଜିଲ୍ଲାରେ ନୂତନ ସମ୍ଭାବନା ଆଣିଦେଇଛି। ଓଡିଶା ସରକାରଙ୍କ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ପୃଷ୍ଟିଶସ୍ୟର ଉତ୍ପାଦକତା ଏବଂ ଘରୋଇ ଉପଯୋଗ, ଉନ୍ନତ ପ୍ରକ୍ରିୟାକରଣ ଏବଂ ମିଲେଟ୍ସର ଉପଯୁକ୍ତ ମୂଲ୍ୟ ହାସଲ ପାଇଁ ଲକ୍ଷ୍ୟ ସହ ଅତିରିକ୍ତ ପୃଷ୍ଟି ସାଧନ ଯୋଜନା ଏବଂ ସାଧାରଣ ବିତରଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ କରାଯାଇଛି। ଓଡିଶା ମିଲେଟ୍ ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ୩ହଜାର କୃଷକ ୨୫୦୦ ହେକ୍ଟର ଚାଷ ଜମିରେ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରି ବିଭିନ୍ନ ପ୍ରକାରର ମିଲେଟ୍ସ ସଫଳତାର ସହିତ ଉତ୍ପାଦକତା ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି। ଚାଷୀ ମାନେ ଚଳିତ ଖରିଫ ୨୦୨୦-୨୧ରେ ଡିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରୋତ୍ସାହନ ମୂଳକ ଅଧିକ ସହାୟତା ଲକ୍ଷ୍ୟ ପୂରଣ ହୋଇପାରିଛି। ମୋଟ ୨୦୦ କୃଷକ ଚଳିତ ଖରିଫ ବିପଣନ ଋତୁରେ ମାଣ୍ଡିଆ କ୍ରୟରେ ଅଂଶଗ୍ରହଣ ପାଇଁ ପଞ୍ଜିକୃତ ହୋଇଛନ୍ତି ଏବଂ ମଣ୍ଡି ମାଧ୍ୟମରେ ୩୮୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉପଯୋଗ ଏବଂ ଜୀବିକା ବୃଦ୍ଧି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ପାଇଁ ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ବ୍ଲକରେ ମିଶନ ଶକ୍ତି ସହଯୋଗରେ ୯ଟି ମିଲେଟ୍ସ ଶକ୍ତି ଟିଫିନ୍ ସେଣ୍ଟର/କିଓସ୍କ ପ୍ରତିଷ୍ଠା କରାଯାଇଅଛି। ଜିଲ୍ଲାରେ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ହାତକୁ ନେବା ପରେ ମିଲେଟ୍ସ ବା ମାଣ୍ଡିଆ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ/ସାମଗ୍ରୀର ଦୈନନ୍ଦିନ ଜୀବନରେ ଖାଦ୍ୟ ଭାବେ ବ୍ୟବହାର କରାଯିବା ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ମିଲେଟ୍ସ ପୃଷ୍ଟି ଶସ୍ୟର ବହୁଳ ବ୍ୟବହାର ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାରରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଓ ଯଶିପୁର ବ୍ଲକରେ ଚାଷ ହେଉଥିବା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପୃଷ୍ଟିକର ଓ ବେଶ୍ ସ୍ୱାଦିଷ୍ଟ। ଓଡିଶା ମିଲେଟ୍ସ ମିଶନ ପ୍ରୋତ୍ସାହନରେ ଯଶିପୁର କୃଷକ ଉତ୍ପାଦନ କୋ ଲିମିଟେଡ୍ ଦ୍ୱାରା ପରି·ଳିତ ଏହି ମିଲେଟ୍ସ ପୃଷ୍ଟିସାର ଖାଦ୍ୟଶସ୍ୟ ବ୍ୟାପକ ବ୍ୟବହାର ପାଇଁ ଜିଲ୍ଲାରେ ମକର ସଂକ୍ରାନ୍ତିରେ ରାଜ୍ୟରେ ପ୍ରଥମ ଥର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ(ମିଲେଟ୍ସ) ଶକ୍ତି ଭ୍ରାମ୍ୟମାଣ (ମୋବାଇଲ) ଭ୍ୟାନ ଜରିଆରେ ଗାଁକୁ ଗାଁ ବୁଲି ସଚେତନ କରିଥିଲା। ଚଳିତ ମାସରେ ମଧ୍ୟ ଦ୍ୱିତୀୟ ଥର ଅନୁରୂପ ସଚେତନତା ରଥ ଜିଲ୍ଲା ପରିକ୍ରମା କରୁଛି। କାର୍ଯ୍ୟକ୍ରମକୁ ବିଭିନ୍ନ ବ୍ଲକ୍ ଅଞ୍ଚଳରେ ସଂପ୍ରସାରିତ କରାଯାଇ ବିକ୍ରୟ ୟୁନିଟ୍ ଖୋଲାଯାଇଛି। ସେହିପରି ମୋରଡ଼ା ବ୍ଲକ, କୋହି ପଞ୍ଚାୟତର ମୋହନପୁର ଗ୍ରାମରେ ଏମଏସଏମଇ ବିଭାଗର ସ୍ଫୃତି ଯୋଜନାରେ ନୂତନ ଭାବେ ମିଲେଟ୍ସ ପ୍ରକ୍ରିୟାକରଣ କାରଖାନା ସ୍ଥାପନ ପୂର୍ବକ ସେଠାରୁ ବିଭିନ୍ନ ପ୍ରକାରର ପାସ୍ତା, ନୁଡ଼ଲ୍ସ ଓ ପାମ୍ପଡ଼ ଆଦି ପ୍ରସ୍ତୁତି ହୋଉଛି। ଏହାର ସୁନ୍ଦର ପ୍ୟାକେଟିଂ କରାଯାଇ ଦେଶର ପ୍ରମୁଖ ସହରକୁ ବିକ୍ରୟ ପାଇଁ ଗଲାଣି। ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯାଉଥିବା ଆଦିବାସୀ ଓ ଜନଜାତି ବର୍ଗର ପୁରଷ ମହିଳା ବର୍ତ୍ତମାନ ଏହି କାରଖାନାରେ ନିଯୁକ୍ତି ପାଇଁ ରୋଜଗାର କରୁଛନ୍ତି ବୋଲି ରିମା ସି, ମିନୁ ସି ଓ ରଞ୍ଜିତା ଦେଓ ପ୍ରକାଶ କରିଛନ୍ତି। ପୂର୍ବରୁ ମାଣ୍ଡିଆକୁ ଲୋକେ କେବଳ ଜାଉ କରି ଖାଉଥିଲେ। ବର୍ତ୍ତମାନ ଏହା ସ୍ୱାସ୍ଥ ପକ୍ଷେ ହିତକାର ଜାଣିବା ପରେ ସମସ୍ତଙ୍କ ଆଦୃତି ବଢ଼ିଲାଣି। ଏଣୁ ଜଙ୍କଫୁଡ଼ ପରିବର୍ତ୍ତେ ମିଲେଟ୍ସରୁ ପ୍ରସ୍ତୁତ ପାସ୍ତା, ନୁଡ଼ଲ୍ସ ଭଳି ଖାଦ୍ୟ ସାମଗ୍ରୀ ଆଗାମୀ ଦିନରେ ବଜାରରେ ପ୍ରଭାବ ବିସ୍ତାର କରିବ। ମୟୂରଭଞ୍ଜରେ ବହୁ ପରିମାଣରେ ସ୍ୱାଦିଷ୍ଟ ମାଣ୍ଡିଆ ମିଳୁଥିବାରୁ ଏଠାରେ ଏକ ଉଦ୍ୟୋଗ ସ୍ଥାପନା କରିଛୁ ବୋଲି ମିଲେଟ ମେଜିକ ଫାଉଣ୍ଡେସନର ପ୍ରମୁଖ ଦମ୍ପତ୍ତି ଅଜୟ ରାଜ ଓ ଶ୍ୟାମା ରାଜ କହିଛନ୍ତି। ଆଗାମୀ ଦିନରେ ଶିମିଳିପାଳ ସଂଲଗ୍ନ ଗ୍ରାମର ପୁରୁଷ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏଭଳି ଅଧିକ ଯୋଜନା କାର୍ଯ୍ୟକାରୀ ଲକ୍ଷ୍ୟ ରଖିଛନ୍ତି ବୋଲି ଉଭୟେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

12 Sep 2021 By The Sakala

https://www.thesakala.in/latest-odisha-news/millet-mission-has-brought-new-possibilities/article-5357
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର