ସାଇବର ସେଲରେ ନାହାନ୍ତି ଇନ୍ସପେକ୍ଟର ରାଙ୍କିଂ ର ଅଧିକାରୀ; କେମିତି ହେବ ସାଇବର ଠକେଇର ତଦନ୍ତ

The Sakala Picture
Published On

ଭୁବନେଶ୍ୱର: ଗତବର୍ଷ କୋଭିଡ୍ ଆରମ୍ଭ ପରଠୁ ରାଜଧାନୀରେ ସାଇବର ଠକେଇ ଜନିତ ମାମଲା ବଢ଼ିବାରେ ଲାଗିଛି। ପୂର୍ବବର୍ଷ ଅପେକ୍ଷା ରାଜଧାନୀରେ ୩୮ ପ୍ରତିଶତ ସାଇବର ମାମଲା ବଢ଼ିଛି। ହେଲେ ପୁଲିସ ସାଇବର୍ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଛି। କଟକ ପୁଲିସ ଅପେକ୍ଷା ରାଜଧାନୀ ପୁଲିସ ସାଇବର୍ ମାମଲାରେ ବିଫଳ ହୋଇଛି। ଆଇଟି ନିୟମ ଅନୁସାରେ ସାଇବର୍ ମାମଲାର ତଦନ୍ତ ଜଣେ ଇନ୍ସପେକ୍ଟର ରାଙ୍କିଂ ର ଅଧିକାରୀ କରିବେ । ହେଲେ ଅଢ଼େଇ ମାସ […]

ଭୁବନେଶ୍ୱର: ଗତବର୍ଷ କୋଭିଡ୍ ଆରମ୍ଭ ପରଠୁ ରାଜଧାନୀରେ ସାଇବର ଠକେଇ ଜନିତ ମାମଲା ବଢ଼ିବାରେ ଲାଗିଛି। ପୂର୍ବବର୍ଷ ଅପେକ୍ଷା ରାଜଧାନୀରେ ୩୮ ପ୍ରତିଶତ ସାଇବର ମାମଲା ବଢ଼ିଛି। ହେଲେ ପୁଲିସ ସାଇବର୍ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଛି। କଟକ ପୁଲିସ ଅପେକ୍ଷା ରାଜଧାନୀ ପୁଲିସ ସାଇବର୍ ମାମଲାରେ ବିଫଳ ହୋଇଛି। ଆଇଟି ନିୟମ ଅନୁସାରେ ସାଇବର୍ ମାମଲାର ତଦନ୍ତ ଜଣେ ଇନ୍ସପେକ୍ଟର ରାଙ୍କିଂ ର ଅଧିକାରୀ କରିବେ । ହେଲେ ଅଢ଼େଇ ମାସ ହେବ ସାଇବର ସେଲରେ କୌଣସି ଇନ୍ସପେକ୍ଟର ରାଙ୍କ ର ଅଧିକାରୀ ନାହାନ୍ତି। ମଞ୍ଚେଶ୍ବର ଥାନାର ତତ୍କାଳୀନ ଇନ୍ସପେକ୍ଟର ଜିତେନ୍ଦ୍ର ସେଠୀଙ୍କୁ ସାଇବର୍‌ ହେଲ୍‌ପ ଡେସ୍କର ଦାୟିତ୍ୱ ଦିଆଯାଇଥିଲା। ତାଙ୍କର କଟକକୁ ବଦଳି ହେବା ପରେ ଏହି ସେଲର ମୁଖିଆ ପଦ ଖାଲିପଡ଼ିଛି । ଯେଉଁଥିପାଇଁ ମାମଲାର ତଦନ୍ତ ଠିକ୍ ଭାବେ ହୋଇପାରୁନାହିଁ । ବର୍ତ୍ତମାନ ସାଇବର୍‌ ସେଲର ଦାୟିତ୍ୱ ଜଣେ ଏସ୍‌ଆଇଙ୍କ ହାତରେ ପୁଲିସ ଟେକି ଦେଇଛି। ହେଲେ ନିୟମ ଅନୁସାରେ ସେ ମଧ୍ୟ ସାଇବର୍ ମାମଲାର ତଦନ୍ତ କରିପାରିବେ ନାହିଁ । କିନ୍ତୁ ଡିସିପି ଅଫିସରେ ଥିବା ସାଇବର୍ ସେଲକୁ ଆସୁଥିବା ଅଭିଯୋଗର ତଦନ୍ତ କିଏ କରୁଛି ତାହାକୁ ନେଇ ଏବେ ମଧ୍ୟ ଏବେ ପ୍ରଶ୍ନ ଉଠୁଛି। କେବଳ ଲୋକଙ୍କ ଅଭିଯୋଗକୁ ଲେଖି ରଖିବା ଛଡ଼ା ସାଇବର ସେଲ୍‌ କିଛି ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରୁ ନ ଥିବା ଅଭିଯୋଗ ହୋଇଛି। ଯାହାର ଉଦାହରଣ ଦୁଇ ଦିନ ତଳେ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ନାମରେ ଅନ୍ୟ ଜଣେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଫେସ୍‌ବୁକ୍‌ରେ ତାଙ୍କର ଫଟୋ ପୋଷ୍ଟ କଲେ । ଉକ୍ତ ଯୁବକ ଜଣଙ୍କ ସାଇବର୍‌ ସେଲର ଦ୍ବାରସ୍ଥ ହେଲେ କିନ୍ତୁ ଏପର୍ଯ୍ୟନ୍ତ ଏଭଳି ଅଶ୍ଳୀଳ ପୋଷ୍ଟକୁ ସାଇବର୍ ସେଲ ଚିହ୍ନଟ କରିବାରେ ବିଫଳ ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଥାନାରୁ ବୋଝ କମିବା ପାଇଁ ଚାଲ୍

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗତବର୍ଷ ଠାରୁ ରାଜଧାନୀର ଏକାଧିକ ଥାନା ମାନଙ୍କରେ ସାଇବରଜନିତ ମାମଲା ବଢ଼ିବାରେ ଲାଗିଛି । ଆଇଟି ଆକ୍ଟ ଅନୁସାରେ ଇନ୍ସପେକ୍ଟର ସାଇବର ମାମଲାର ତଦନ୍ତ କରିବାକୁ ବାଧ୍ୟ ଥିବାରୁ ଥାନା ଅଧିକାରୀ ମାମଲା ନେଉଛନ୍ତି । ତେଣୁ ଗୋଟିଏ ବର୍ଷରେ ୪୫ ରୁ ଉର୍ଦ୍ଧ୍ବ ସାଇବର ମାମଲା ଥାନା ଅଧିକାରୀ ନେଇଥିଲେ | ସାଇବର ମାମଲା ବଢ଼ୁଥିବାରୁ ମାମଲା ସଂଖ୍ୟା କମାଇବା ପାଇଁ ସାଇବର୍‌ ହେଲ୍ପ ଡେସ୍କ ଗୋଟେ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି | ଥାନାକୁ ସାଇବର ଜନିତ ମାମଲା ଆସିଲେ ସେମାନେ ସାଇବର ହେଲ୍ପ ଡେସ୍କ ନିକଟକୁ ପଠାଇ ଦେଇଛନ୍ତି । ହେଲ୍ପ ଡେସ୍କ କେବଳ ଅଭିଯୋଗ ଗ୍ରହଣ କରି ଚୁପ୍ ହୋଇ ବସି ପଡ଼ୁଛି । ପରବର୍ତ୍ତୀ ସମୟରେ ଠିକ୍‌ଙ୍କ ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିବା ସମୟରେ ଏଫ୍‌ଆଇଆର କପି ବ୍ୟାଙ୍କରେ ଆବଶ୍ୟକତା ପଡୁଥିବା ବେଳେ ଅଭିଯୋଗକାରୀ ଅସୁବିଧାରେ ପଡ଼ୁଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଟଙ୍କା ଫେରାଇବାରେ ବିଫଳ

ରାଜଧାନରୁ ପ୍ରତିଦିନ ସାଇବର ଠକ ଲକ୍ଷାଧୂକ ଟଙ୍କା ଲୁଟି ନେଉଛନ୍ତି | ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ସାଇବର ର୍ୟ୍ଯନ୍ତ ହେଲସ୍କରେ ଅଭିଯୋଗ କରୁଛନ୍ତି | ସାଇବର ହେଲୁଡେସ୍କ ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଉଛି | ହେଲେ ଭକ୍ତ ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିବାରେ ବିଫଳ ହେଉଛି । ବିଚରା ଠକେଇର ଶିକାର ହୋଇଥିବା ବ୍ୟକ୍ତି ସାଇବର ହେଇ ଡେସ୍କ ଭରସାରେ ରହୁଛନ୍ତି । କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଲେ ମଧ୍ୟ ଟଙ୍କା ଫେରି ଆସୁନି | ଶେଷରେ ସାଇବର ହେକ୍ଟ ଡେସ୍କ ନିଜର ଦୋଷ ଛଡ଼ାଇବା ପାଇଁ ବ୍ୟାଙ୍କର ଉପରେ ଦୋଷ ଲଦିବାରେ ଲାଗିଛି । ବ୍ୟାଙ୍କ୍ କର୍ଣ୍ଣପକ୍ଷ ମଧ୍ୟ ପୁଲିସ ଉପରେ ଦୋଷ ଲଦି ବସିପଡୁଛି । ବ୍ୟାଙ୍କ୍ ଏବଂ ପୁଲିସ ମଧ୍ୟରେ ଟଣାଓଟଣା ଭିତରେ ଠକେଇର ଶିକାର ବ୍ୟକ୍ତି ପେଷି ହୋଇ ଯାଇଛି !

ସାଇବର୍‌ ସେଲର ଅଧାପନ୍ତରିଆ ତଦନ୍ତ

ଡିସିପି ଅଫିସରେ ଥିବା ସାଇବର ସେଲ ସବୁବେଳେ ଅଧ ପନ୍ତରିଆ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । କାରଣ ଗତ ମାସରେ ସହିଦନଗର ଥାନା ଗିରଫ କରିଥିବା ସାଇବର ଠକର ଲିଙ୍କ ଖୋଲିବାରେ ବିଫଳ ହୋଇଛି ଏହି ସେଲ ଗିରଫ ଠକଙ୍କ ଠାରୁ ୧୦ ହଜାର ପ୍ରିପେଡ୍ ସିମ୍ ଜବତ କରାଯାଇଥିଲା । ଏହି ଠକମାନେ ରାଜ୍ୟ ବାହାରର ସାଇବର ଅପରାଧୀଙ୍କୁ ସିମ୍ ଯୋଗାଉ ଥିଲେ । ହେଲେ ସେଲ ଏହି ସିମ୍କୁ ଟ୍ରାକ୍ କରି ରାଜ୍ୟ ବାହାରର ସାଇବର ଠକକୁ ଧରିବାରେ ଫେଲ ମାରିଥିଲା ।

ଦାଖଲ ହେଉନି ଚାର୍ଜସିଟ୍

ସାଇବର ମାମଲାରେ ଏକାଧିକ ଅପରାଧୀ ଗିରଫ ହେଉ ନ ଥିବାରୁ ପୁଲିସ ଚାର୍ଜସିଟ୍ ଦାଖଲ କରିପାରୁନି । ଯେଉଁଥିପାଇଁ ଦିନ ପରେ ଦିନ ସାଇବର ମାମଲା ଗଡ଼ିବାରେ ଲାଗିଛି | ଏପରିକି ଆନା ଅଧିକାରୀଙ୍କ ବଦଳି ପରେ ନୂତନ ଥାନା ଅଧିକାରୀଙ୍କ ଉପରେ ସାଇବର୍‌ଜନିତ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଉଛି | ନା ସେ ଠିକ ସେ ତଦନ୍ତ ସାରି ପାରୁଛନ୍ତି ନା ଅନ୍ୟ ମାମଲାର ତଦନ୍ତ କରିପାରୁଛନ୍ତି | ବର୍ତ୍ତମାନ ରାଜଧାନୀରେ ୩ ହଜାର ସାଇବର ମାମଲା ପଡ଼ିରହିଥିବା କୁହାଯାଇଛି ।

11 Sep 2021 By The Sakala

https://www.thesakala.in/latest-odisha-news/no-inspector-ranking-officer-in-cyber-cell-how-will-be-investigate/article-5338
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର