ସାହାହେଲା ସେପ୍ଟେମ୍ବର: ୧୦ ଜିଲ୍ଲାରେ ସୁଧୁରିଲା ନିଅଣ୍ଟିଆ ସ୍ଥିତି, ୧୧ରେ ଆଉ ଏକ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ଼଼ ମୁହାଁ ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଚଳିତ ମୌସୁମୀ ଋତୁରେ ସବୁଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ଏହି ଲଘୁଚାପଟି ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେବାର ଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ ଭଲ ରହିବ। ତେଣୁ ରାଜ୍ୟରେ ନିଅଣ୍ଟିଆ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ଼଼ ମୁହାଁ ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଚଳିତ ମୌସୁମୀ ଋତୁରେ ସବୁଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ଏହି ଲଘୁଚାପଟି ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେବାର ଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ ଭଲ ରହିବ। ତେଣୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ଅନେକ ପରିମାଣରେ ଭରଣା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନ୍ୟପଟେ ଚଳିତ ଲଘୁଚାପର ପ୍ରଭାବ ମଙ୍ଗଳବାର ରାତି ପର୍ଯ୍ୟନ୍ତ ରହିଛି। ଏହା ଦ୍ୱାରା ନିଅଣ୍ଟିଆ ପରିମାଣ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ରାଜ୍ୟର ସ୍ୱାଭାବିକ ବର୍ଷା ହୋଇଥିବା ତାଲିକାରେ ୧୦ ଟି ଜିଲ୍ଲା ଯୋଡ଼ି ହୋଇଛି। ଏହା ସହିତ ନିଅଣ୍ଟିଆ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇ ୨୭ ପ୍ରତିଶତରେ ପହଞ୍ଚିଛି। ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ହୋଇଛି। ତାଳଚେରରେ ସର୍ବାଧିକ ୧୦୩ ମିମି ବର୍ଷା ହୋଇଥିବା ବେଳେ ଭାବନୀପାଟଣାରେ ୮୩ ମିମି, ବାଲେଶ୍ୱରରେ ୬୦, ଚାନ୍ଦବାଲିରେ ୬୦ ଗୋପାଳପୁରରେ ୫୮, ଛତ୍ରପୁରରେ ୬୨, ପାରଳାଖେମୁଣ୍ଡିରେ ୮୮ ମିମି ବର୍ଷା ହୋଇଛି। ଏହା ସହିତ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ଲଘୁଚାପଟି ବର୍ତ୍ତମାନ ଘନିଭୂତ ହୋଇ ୱେଲ୍‍ମାର୍କଡ (ସଦୃଶ) ଲଘୁଚାପରେ ପରିଣତ ହୋଇଛି। ଓଡ଼ିଶା ଉପରୁ ଧୀରେ ଧୀରେ ପ୍ରଭାବ କମୁଥିଲେ ମଧ୍ୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଉପକୂଳ ଓଡ଼ିଶାରେ ପବନର ବେଗ ୪୦-୫୦ କିମି ବହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ବୁଧବାର ରାଜ୍ୟରେ ବିଶେଷ ବର୍ଷା ନଥିବା ବେଳେ ଗୁରୁବାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବ। ପୁଣି ଶୁକ୍ରବାରଠାରୁ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର