ରାଜଧାନୀରେ ସ୍ୱିଗି ବୟ କରୁଥିଲେ ଗଞ୍ଜେଇ ଡେଲିଭରୀ

The Sakala Picture
Published On

ଭୁବନେଶ୍ବର: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଚାଲାଣକାରୀ । କେତେବେଳେ ଆମ୍ବୁଲାନ୍ସ, ପରିବା , ଅଦା ବୋଝେଇ ଟ୍ରକ, କଦଳୀ ଓ ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଛିତ ଆଉ କେତେବେଳେ କୋରିୟର ମାଧ୍ଯମରେ । ଏବେ ପୁଣି ଏକ ନୂଆ ଟ୍ରେଣ୍ଡରେ ରାଜଧାନୀରେ ଗଞ୍ଜେଇ କାରବାର ହେଉଥିବା ଜଣାପଡ଼ିଛି। ଡେଲିଭରୀ ବୟ କରୁଥିଲେ ଗଞ୍ଜେଇ ଡେଲିଭରୀ । ଅଭିଯୁକ୍ତଙ୍କ ନାଁ ପ୍ରେମଚନ୍ଦ୍ର ନାୟକ। ସୂଚନା ଅନୁଯାୟୀ, ସ୍ୱିଗି ବୟ […]

ଭୁବନେଶ୍ବର: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଚାଲାଣକାରୀ । କେତେବେଳେ ଆମ୍ବୁଲାନ୍ସ, ପରିବା , ଅଦା ବୋଝେଇ ଟ୍ରକ, କଦଳୀ ଓ ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଛିତ ଆଉ କେତେବେଳେ କୋରିୟର ମାଧ୍ଯମରେ । ଏବେ ପୁଣି ଏକ ନୂଆ ଟ୍ରେଣ୍ଡରେ ରାଜଧାନୀରେ ଗଞ୍ଜେଇ କାରବାର ହେଉଥିବା ଜଣାପଡ଼ିଛି। ଡେଲିଭରୀ ବୟ କରୁଥିଲେ ଗଞ୍ଜେଇ ଡେଲିଭରୀ । ଅଭିଯୁକ୍ତଙ୍କ ନାଁ ପ୍ରେମଚନ୍ଦ୍ର ନାୟକ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ସ୍ୱିଗି ବୟ ପ୍ରେମଚନ୍ଦ୍ର ନାୟକ ଗଞ୍ଜେଇ ଡେଲିଭରୀ କରୁଥିଲା। ଭୁବନେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାଡ୍ କୌଣସି ସୂତ୍ରରୁ ଖବର ପାଇ ପ୍ରେମଚନ୍ଦ୍ରକୁ ଗିରଫ କରିବା ସହ  ୧୫ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବେ ବୋଲି ଜଣାପଡ଼ିଛି। ପ୍ରେମଚନ୍ଦ୍ର କେବେ ଠାରୁ ଗଞ୍ଜେଇ କାରବାର କରୁଥିଲା ତଦନ୍ତ କରୁଛି ଅବକାରୀ ମୋବାଇଲ ସ୍କ୍ବାର୍ଡ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏଭଳି ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହିଛି । କୋରିୟରରେ ହେଉଥିଲା ଗଞ୍ଜେଇ ଚାଲାଣ । ଭୁବନେଶ୍ୱର ଲଜିଷ୍ଟିକ୍ ଓ ଟ୍ରାନ୍ସପୋର୍ଟ ସଂସ୍ଥା ମାଧ୍ୟମରେ ହୋଇଥାନ୍ତା ଗଞ୍ଜେଇ ଚାଲାଣ । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ କରିଥିଲା କମିଶନରେଟ୍ ପୋଲିସ । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର