ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ

The Sakala Picture
Published On

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିଲେ। ପାଟଣାଗଡ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ […]

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିଲେ। ପାଟଣାଗଡ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାମୀ-ସ୍ତ୍ରୀଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକଙ୍କଠାରୁ ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ, ମଘାମରା ଗ୍ରାମର ଚିନ୍ତା ନାଗଙ୍କ ପୁଅ ଯୁଗଳ ନାଗ ଓ ତାଙ୍କ ସମ୍ପକୀୟ ବିଦୁ ନାଗଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ୧୨ ବର୍ଷ ପୂର୍ବେ ଚିନ୍ତା ନାଗଙ୍କ ପରିବାର ୪ ଏକର ରୟତି ଜମି ସହିତ ଲାଗି ରହିଥିବା ସରକାରୀ ଜମି ଦଖଲ କରି ଚାଷ କରି ଆସୁଥିଲେ । ଚିନ୍ତାଙ୍କ କାକା ଦୀନବନ୍ଧୁ ଚାଷ କରୁଥିବା ପୈତୃକ ସମ୍ପତ୍ତିକୁ ସେହି ଗ୍ରାମର ବିଦୁନାଗଙ୍କୁ ଉକ୍ତ ଚାଷ ଜମି ବିକ୍ରି କରି ଦେଇଥିଲେ । ସେହି ୪ ଏକର ଚାଷ ଜମିକୁ ଲାଗି ରହିଥିବା ବଳକା ସରକାରୀ ଜମି ଉପରେ ଚାଷ କରିଆସୁଥିଲେ । କିଛି ମାସ ତଳେ ସରକାରୀ ଜମି ଉପରେ ବିଦୁନାଗ ଆପତ୍ତି ଜାହିର କରିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ପରିବାରଙ୍କ ଗଣ୍ଡଗୋଳକୁ ନେଇ କିଛି ମାସ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସେହି ସମୟରେ ଥିବା ଥାନା ଅଧିକାରୀ ଓ କେନ୍ଦୂମୁଣ୍ଡି ଆର୍ ଆଇ ଙ୍କ ଉପସ୍ଥିତିରେ ଜମି ମପା ହୋଇଥିଲା । ସରକାରୀ ଜମି ଉପରେ ଚିନ୍ତାଙ୍କ ପରିବାର ଚାଷ କରିବା ପାଇଁ ଅନୁମତି ଦେଇଥିବା ଚିନ୍ତା ନାଗ କହିଛନ୍ତି । ଉକ୍ତ ସରକାରୀ ଜମି ଉପରେ ଚିନ୍ତା ଚାଷ କରିବାରୁ ବିଦୁ ନାଗ ବିରୋଧ କରି ଆସୁଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଆଜି ସକାଳ ୮ ଟାରେ ସମୟରେ ଯୁଗଳ ନାଗ ମିସ୍ତ୍ରୀ କାମ କରିବାକୁ ପାଟଣାଗଡ଼ ଅଭିମୁଖେ ବାହାରୁ ଥିବା ବେଳେ ବିଦୁ ନାଗ, ଶୁକ ନାଗ, ସୁନୀଲ ନାଗ ଗାଁ ଦାଣ୍ଡରେ ଅଟକାଇ ମାରାଣାସ୍ତ୍ର ଧରି ଅତର୍କିତ ଭାବରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ସମୟରେ ଯୁଗଳଙ୍କ ସ୍ତ୍ରୀ ସାଦ ନାଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଲୁହା ଛଡ଼ରେ ପିଟିଥିଲେ । ପାଟଣାଗଡ଼ ଥାନା କେସ ନଂ ୧୬୧/୨୧ ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଖବର ସଂଗ୍ରହ ହେବା ପର୍ୟ୍ଯନ୍ତ ତିନି ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆଇଆଇସି ଅନନ୍ତ ପଧାନଙ୍କ ଠାରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

02 Sep 2021 By The Sakala

ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିଲେ। ପାଟଣାଗଡ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାମୀ-ସ୍ତ୍ରୀଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକଙ୍କଠାରୁ ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ, ମଘାମରା ଗ୍ରାମର ଚିନ୍ତା ନାଗଙ୍କ ପୁଅ ଯୁଗଳ ନାଗ ଓ ତାଙ୍କ ସମ୍ପକୀୟ ବିଦୁ ନାଗଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ୧୨ ବର୍ଷ ପୂର୍ବେ ଚିନ୍ତା ନାଗଙ୍କ ପରିବାର ୪ ଏକର ରୟତି ଜମି ସହିତ ଲାଗି ରହିଥିବା ସରକାରୀ ଜମି ଦଖଲ କରି ଚାଷ କରି ଆସୁଥିଲେ । ଚିନ୍ତାଙ୍କ କାକା ଦୀନବନ୍ଧୁ ଚାଷ କରୁଥିବା ପୈତୃକ ସମ୍ପତ୍ତିକୁ ସେହି ଗ୍ରାମର ବିଦୁନାଗଙ୍କୁ ଉକ୍ତ ଚାଷ ଜମି ବିକ୍ରି କରି ଦେଇଥିଲେ । ସେହି ୪ ଏକର ଚାଷ ଜମିକୁ ଲାଗି ରହିଥିବା ବଳକା ସରକାରୀ ଜମି ଉପରେ ଚାଷ କରିଆସୁଥିଲେ । କିଛି ମାସ ତଳେ ସରକାରୀ ଜମି ଉପରେ ବିଦୁନାଗ ଆପତ୍ତି ଜାହିର କରିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ପରିବାରଙ୍କ ଗଣ୍ଡଗୋଳକୁ ନେଇ କିଛି ମାସ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସେହି ସମୟରେ ଥିବା ଥାନା ଅଧିକାରୀ ଓ କେନ୍ଦୂମୁଣ୍ଡି ଆର୍ ଆଇ ଙ୍କ ଉପସ୍ଥିତିରେ ଜମି ମପା ହୋଇଥିଲା । ସରକାରୀ ଜମି ଉପରେ ଚିନ୍ତାଙ୍କ ପରିବାର ଚାଷ କରିବା ପାଇଁ ଅନୁମତି ଦେଇଥିବା ଚିନ୍ତା ନାଗ କହିଛନ୍ତି । ଉକ୍ତ ସରକାରୀ ଜମି ଉପରେ ଚିନ୍ତା ଚାଷ କରିବାରୁ ବିଦୁ ନାଗ ବିରୋଧ କରି ଆସୁଥିଲା ।

ଆଜି ସକାଳ ୮ ଟାରେ ସମୟରେ ଯୁଗଳ ନାଗ ମିସ୍ତ୍ରୀ କାମ କରିବାକୁ ପାଟଣାଗଡ଼ ଅଭିମୁଖେ ବାହାରୁ ଥିବା ବେଳେ ବିଦୁ ନାଗ, ଶୁକ ନାଗ, ସୁନୀଲ ନାଗ ଗାଁ ଦାଣ୍ଡରେ ଅଟକାଇ ମାରାଣାସ୍ତ୍ର ଧରି ଅତର୍କିତ ଭାବରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ସମୟରେ ଯୁଗଳଙ୍କ ସ୍ତ୍ରୀ ସାଦ ନାଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଲୁହା ଛଡ଼ରେ ପିଟିଥିଲେ । ପାଟଣାଗଡ଼ ଥାନା କେସ ନଂ ୧୬୧/୨୧ ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଖବର ସଂଗ୍ରହ ହେବା ପର୍ୟ୍ଯନ୍ତ ତିନି ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆଇଆଇସି ଅନନ୍ତ ପଧାନଙ୍କ ଠାରୁ ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର