ତୃତୀୟ ଲହର ମୁକାବିଲା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଥିବା ବେଳେ ତୃତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ମହଜୁଦ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରରେ ରାଜ୍ୟରେ ଦୈନିକ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ। ତାକୁ ଆଧାର କରି  ଷ୍ଟେଟ ଟାକ୍ସଫୋର୍ସ, ଡିଷ୍ଟ୍ରିକ ଟାକ୍ସଫୋର୍ସ ଗଠନ […]

ଭୁବନେଶ୍ବର : କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଥିବା ବେଳେ ତୃତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ମହଜୁଦ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରରେ ରାଜ୍ୟରେ ଦୈନିକ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ। ତାକୁ ଆଧାର କରି  ଷ୍ଟେଟ ଟାକ୍ସଫୋର୍ସ, ଡିଷ୍ଟ୍ରିକ ଟାକ୍ସଫୋର୍ସ ଗଠନ ହୋଇଛି । ତେବେ ତୃତୀୟ ଲହର ପରିଚାଳନା ନେଇ ଏସଓପି ତିଆରି ହୋଇଛି, ଯେଉଁଥିରେ ସମସ୍ତ ଜିଲ୍ଲାପାଳ, ମୁନସିପାଲ କମିଶନର, ମେଡିକାଲ କଲେଜ ମାନଙ୍କୁ ଏହି ଏସଓପି ପାଳନ ନେଇ ସ୍ବଷ୍ଟ ନିର୍ଦ୍ଦେଶ ରହିଥିବା ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଏହା ସହ ଓଏସଏମସିଏଲ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମଧ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଶିଶୁ ମାନଙ୍କ ପାଇଁ ୨୩୯୦ ସାଧାରଣ ବେଡ୍‌ ସାଙ୍ଗକୁ ୬୧଼୦ ଆଇସିୟୁ ବ୍ୟାଡ ପ୍ରସ୍ତୁତ ଅଛି । ଶିଶୁ ଭବନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ୫୦ ପ୍ରତିଶତ ବେଡ୍‌ ତୃତୀୟ ଲହର ପାଇଁ ପ୍ରସ୍ତୁତ ରଖିବା ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଥିବା ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି । ଏହା ସହିତ ଆଗକୁ ପାର୍ବଣ ଋତୁ ଥିବା ବେଳେ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ କୋଭିଡ ନିୟମ ପାଳନ କଲେ କୋରନାର ତୃତୀୟ ଲହର କୁ ହରାଇପାରିବା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

29 Aug 2021 By The Sakala

ତୃତୀୟ ଲହର ମୁକାବିଲା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଥିବା ବେଳେ ତୃତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ମହଜୁଦ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରରେ ରାଜ୍ୟରେ ଦୈନିକ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ। ତାକୁ ଆଧାର କରି  ଷ୍ଟେଟ ଟାକ୍ସଫୋର୍ସ, ଡିଷ୍ଟ୍ରିକ ଟାକ୍ସଫୋର୍ସ ଗଠନ ହୋଇଛି । ତେବେ ତୃତୀୟ ଲହର ପରିଚାଳନା ନେଇ ଏସଓପି ତିଆରି ହୋଇଛି, ଯେଉଁଥିରେ ସମସ୍ତ ଜିଲ୍ଲାପାଳ, ମୁନସିପାଲ କମିଶନର, ମେଡିକାଲ କଲେଜ ମାନଙ୍କୁ ଏହି ଏସଓପି ପାଳନ ନେଇ ସ୍ବଷ୍ଟ ନିର୍ଦ୍ଦେଶ ରହିଥିବା ମନ୍ତ୍ରୀ କହିଛନ୍ତି ।

ଏହା ସହ ଓଏସଏମସିଏଲ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମଧ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଶିଶୁ ମାନଙ୍କ ପାଇଁ ୨୩୯୦ ସାଧାରଣ ବେଡ୍‌ ସାଙ୍ଗକୁ ୬୧଼୦ ଆଇସିୟୁ ବ୍ୟାଡ ପ୍ରସ୍ତୁତ ଅଛି । ଶିଶୁ ଭବନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ୫୦ ପ୍ରତିଶତ ବେଡ୍‌ ତୃତୀୟ ଲହର ପାଇଁ ପ୍ରସ୍ତୁତ ରଖିବା ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଥିବା ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି । ଏହା ସହିତ ଆଗକୁ ପାର୍ବଣ ଋତୁ ଥିବା ବେଳେ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ କୋଭିଡ ନିୟମ ପାଳନ କଲେ କୋରନାର ତୃତୀୟ ଲହର କୁ ହରାଇପାରିବା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

https://www.thesakala.in/latest-odisha-news/state-government-preparation-for-third-wave-the-health-minister/article-5008
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର