କଥା ଦେଇ କଥା ରଖିଲେ ନବୀନ; ‘ଆଶୀର୍ବାଦ’ ଯୋଜନାରେ ୧୧୭ ପିଲାଙ୍କୁ ସହାୟତା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଅଧିନରେ ୧୧୭ ଶିଶୁଙ୍କୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଟୁଇଟ୍‍ କରି ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀର ନିଜ ପିତାମାତା କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଉଛି। ଗତ ଜୁନ୍‍ ମାସ ୨୦ ତାରିଖରେ ଆଶୀର୍ବାଦ ଯୋଜନାରେ ଅନାଥ ପିଲାମାନଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା […]

ଭୁବନେଶ୍ୱର: ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଅଧିନରେ ୧୧୭ ଶିଶୁଙ୍କୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଟୁଇଟ୍‍ କରି ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀର ନିଜ ପିତାମାତା କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତ ଜୁନ୍‍ ମାସ ୨୦ ତାରିଖରେ ଆଶୀର୍ବାଦ ଯୋଜନାରେ ଅନାଥ ପିଲାମାନଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଗତବର୍ଷ ଅର୍ଥାତ ୨୦୨୦ ମସିହା ଏପ୍ରିଲ ପହିଲା ଏବଂ ତା’ପରେ ଉଭୟ ପିତାମାତା କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ସହାୟତା ନେଇ ଘୋଷଣା କରାଯାଇଥିଲା। ଏହି ପିଲାମାନଙ୍କ ଭରଣପୋଷଣ ପାଇଁ ମାସିକ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଟଙ୍କା ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ଭରଣପୋଷଣରେ ଖର୍ଚ୍ଚ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହି ସହାୟତା ରାଶି ଅନାଥ ପିଲାଟିକୁ ୧୮ ବର୍ଷ ଯାଏ ନିୟମିତ ପ୍ରଦାନ କରାଯିବ। ଏହା ପୂର୍ବରୁ ଯଦି ସେହି ପିଲାଙ୍କୁ କେହି ସହୃଦୟ ବ୍ୟକ୍ତି ପୋଷ୍ୟ ରୂପେ ଗ୍ରହଣ କରନ୍ତି, ତେବେ ସହାୟତା ରାଶି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଥିଲା। ଏହି ପିଲାମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁସାରେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇବେ। ଏଥିସହିତ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ବାପାମାଆଙ୍କ ମୃତ୍ୟୁ ପୂର୍ବରୁ ପିଲାମାନେ ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ, ସେମାନେ ସେଠାରେ ପାଠ ପଢ଼ିପାରିବେ। ତାଙ୍କ ଦାୟିତ୍ୱ ନେଉଥିବା ଆତ୍ମୀୟ ଯଦି ଅନ୍ୟ ସ୍ଥାନରେ ଥାଆନ୍ତି, ତେବେ ସେଠାରେ ପିଲାମାନଙ୍କ ପଢ଼ିବା ବ୍ୟବସ୍ଥା କରାଯିବ। ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟମାନେ ଚାହିଁବେ ଯଦି ଶିକ୍ଷା ଅଧିକାର ଆଇନ୍‍ ବଳରେ ଜିଲ୍ଲାପାଳଙ୍କ ସହଯୋଗରେ ପିଲାଙ୍କୁ ଅନ୍ୟତ୍ର ପଢ଼ାଇପାରିବେ। ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ଗ୍ରୀନ୍‍ ପାସେଜ୍‍ ଯୋଜନାରେ ସହାୟତା କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କୌଣସି ପିଲା ଯଦି ସେମାନଙ୍କ ଆତ୍ମୀୟଙ୍କ ନିକଟରେ ନ ରହି ଶିଶୁ ସୁରକ୍ଷା କେନ୍ଦ୍ରରେ ରହୁଥିବ, ତେବେ ସେହି ଅନାଥ ପିଲାମାନଙ୍କ ଆକାଉଣ୍ଟକୁ ମାସିକ ହଜାରେ ଟଙ୍କା ପଠାଯିବ। ଜିଲ୍ଲାସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ , ଚାଇଲ୍ଡ ଲାଇନ୍‍ , ପଞ୍ଚାୟତ ଏବଂ ବ୍ଲକସ୍ତରୀୟ କମିଟି ଦ୍ୱାରା ଏହି ଅନାଥ ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର