ଏସ୍‍ଏଚ୍‍ଜିଙ୍କ ପରିଚୟ ପାଲଟିିଛି ‘ମିଶନ ଶକ୍ତି ଗୃହ’

The Sakala Picture
Published On

ଭୁବନେଶ୍ୱର: ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଗ୍ରାମ ପଞ୍ଚାୟଗୁଡିକରେ ମିଶନ ଶକ୍ତି ଗୃହଗୁଡିକ ଏବେ ଏସ୍‍ଏଚ୍‍ଜିମାନଙ୍କ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବ୍ୟବସାୟ କେନ୍ଦ୍ରସ୍ଥଳୀ। ରାଜ୍ୟରେ ବର୍ତ୍ତମାନ ୧ହଜାର […]

ଭୁବନେଶ୍ୱର: ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଗ୍ରାମ ପଞ୍ଚାୟଗୁଡିକରେ ମିଶନ ଶକ୍ତି ଗୃହଗୁଡିକ ଏବେ ଏସ୍‍ଏଚ୍‍ଜିମାନଙ୍କ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବ୍ୟବସାୟ କେନ୍ଦ୍ରସ୍ଥଳୀ। ରାଜ୍ୟରେ ବର୍ତ୍ତମାନ ୧ହଜାର ମିଶନ ଶକ୍ତି ଗୃହ ଏସ୍‍ଏଚ୍‍ଜି କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଏସ୍‍ଏଚ୍‍ଜିମାନଙ୍କ ପାଇଁ ଏହି ଗୃହ ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ‘ମିଶନ ଶକ୍ତି ଗୃହ’ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି। ଯାହା ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ହେଉଛି। ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଟରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ୫ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ ଓ ୱାର୍ଡସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‍ଏଚ୍‍ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୬୧ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର କରାଯାଇଛି। ଏହା ଦ୍ୱାରା ଏସ୍‍ଏଚ୍‍ଜି ସଦସ୍ୟାମାନେ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ରାଜ୍ୟସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ୱର କାର୍ଯ୍ୟ ତୁଲାଇବା ପାଇଁ ଏହି ମିଶନ ଶକ୍ତି ଗୃହର ବ୍ୟବହାର କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‍ଏଚ୍‍ଜି’ ଦ୍ୱାରା ୬ମାସ ମଧ୍ୟରେ ୫ଲକ୍ଷ ଟଙ୍କା ବ୍ୟୟରେ ମିଶନ୍‍ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା। ଧାନସଂଗ୍ରହ ପାଇଁ ଚାଷୀମାନଙ୍କ ଅନ୍‍ଲାଇନ୍‍ ପଞ୍ଜିକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସମ୍ପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି। ଓମ୍‍ ମହାଲକ୍ଷ୍ମୀ ଏସ୍‍ଏଚ୍‍ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ନିଜ ଗାଁ ଭିତରେ ମହିଳାମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଏକାଠି ବସି ଆଲୋଚନା କରିବା ସହ ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରାଯାଉଛି। କୋଭିଡ଼୍‍-୧୯ ସମୟରେ ସିଲେଇ ଅଭିଜ୍ଞତା ଥିବା ଏସ୍‍ଏଚ୍‍ଜି ସଦସ୍ୟାମାନେ ଏହି ଗୃହଗୁଡିକୁ ମାସ୍କ ଉତ୍ପାଦନ କେନ୍ଦ୍ରଭାବେ ବ୍ୟବହାର କରିବା ସହ ମାସ୍କ ପ୍ରସ୍ତୁତି କରି ଲୋକଙ୍କୁ ଯୋଗାଇଦେଇଥିଲେ। ଏବେ ଗ୍ରାମ ପଞ୍ଚାୟତଗୁଡିକରେ ଏହି ଗୃହଗୁଡିକ ମିଶନ୍‍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟ ବୋଲି ନିଆଳି ଗ୍ରାମପଞ୍ଚାୟତର ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ସୌଦାମିନୀ ମଲ୍ଲିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର