ଦୀପାବଳି ପାଇଁ OSPCB ର ମାର୍ଗଦର୍ଶିକା ଜାରି: ବ୍ୟାନ୍ ହେଲା ବାରିୟମ୍ ବାଣ, ଜାଣନ୍ତୁ କେବେ ଓ କିଭଳି ଫୁଟାଇବେ ବାଣ...

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ଚଳିତ ବର୍ଷ ଦୀପାବଳି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବୋର୍ଡ ପକ୍ଷରୁ ବାରିୟମ ଯୁକ୍ତ ବାଣ ଏବଂ ଅନ୍ୟାନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଏହି ନିୟମ ଅନୁଯାୟୀ, କେବଳ ପରିବେଶ ଅନୁକୂଳ ଗ୍ରୀନ କ୍ରାକର ବା ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା; ୨୭ ତାରିଖ ଅପରାହ୍ନ ୧ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଜାରି କରାଯାଇଥିବା ଆଡଭାଇଜରୀ ଅନୁଯାୟୀ, ଦୀପାବଳି ଦିନ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ବାଣର ଶବ୍ଦ ତୀବ୍ରତା ୪ ମିଟର ଦୂରତାରେ ୧୨୫ ଡେସିବେଲ (dB-AI) ରୁ ଅଧିକ ହେବା ଉଚିତ ନୁହେଁ। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଏବଂ ତାଳଫୋଟକା ବା 'ଗାର୍ଲାଣ୍ଡ କ୍ରାକର' ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସ୍ଥିତି ସତ୍ତ୍ୱେ ଘୁଞ୍ଚିବନି OPSC ପରୀକ୍ଷା: ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ କେବଳ CSIR-NEERI ଦ୍ୱାରା ଅନୁମୋଦିତ ଗ୍ରୀନ କ୍ରାକର ବିକ୍ରି କରାଯାଇପାରିବ। ଏହି ବାଣ ପ୍ୟାକେଟ ଉପରେ ବୈଧ QR Code ରହିବା ବାଧ୍ୟତାମୂଳକ, ଯାହାକୁ ଗ୍ରାହକମାନେ ଯାଞ୍ଚ କରି କିଣିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଇ-କମର୍ସ ପ୍ଲାଟଫର୍ମ ବା ଅନଲାଇନ ଜରିଆରେ ବାଣ ବିକ୍ରିକୁ ବୋର୍ଡ ବ୍ୟାନ କରିଛି। ବିକ୍ରେତାମାନଙ୍କୁ PESO ର ଗାଇଡଲାଇନ ଅନୁଯାୟୀ ଆବଶ୍ୟକ ଲାଇସେନ୍ସ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଏବଂ ଧର୍ମପୀଠ ଭଳି ସମ୍ବେଦନଶୀଳ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଏହି ସ୍ଥାନଗୁଡ଼ିକୁ 'ସାଇଲେନ୍ସ ଜୋନ' ଭାବେ ବିବେଚନା କରାଯିବ। ବାଣ ଫୁଟାଇବା ସମୟରେ ସୂତା ପୋଷାକ ପିନ୍ଧିବା ଏବଂ ପାଖରେ ପାଣି ବା ବାଲି ବାଲ୍ଟି ରଖିବାକୁ ବୋର୍ଡ ପରାମର୍ଶ ଦେଇଛି। ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଅଭିଭାବକଙ୍କ ବିନା ଉପସ୍ଥିତିରେ ବାଣ ଫୁଟାଇ ପାରିବେ ନାହିଁ। ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ଖୋଲା ଓ ସୁରକ୍ଷିତ ସ୍ଥାନ ଚୟନ କରିବାକୁ ବୋର୍ଡ ପରାମର୍ଶ ଦେଇଛି। ଜଳି ନଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା ନକରିବା ଏବଂ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । 

ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଓଡ଼ିଶା ବାଣ ଓ ଲାଉଡସ୍ପିକର (ନିୟନ୍ତ୍ରଣ) ଅଧିନିୟମ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ପ୍ରଶମନ) ନିୟମ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ କରାଯିବ। କୌଣସି ଅଭିଯୋଗ ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ବରିଷ୍ଠ ନାଗରିକ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ବ୍ୟକ୍ତିମାନଙ୍କୁ ବାଣ ଧୁଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର