ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୟଭୀତ ହୋଇପଡ଼ିଛି
ବିଜେପି ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ସରକାରୀ କଳର ଅପବ୍ୟବହାର କରୁଛି ବିଜେପି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ବିଜେପି ସରକାର ଭୟଭୀତ ହୋଇ ଗିରଫ କରାଇଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଶ୍ରୀ ତୁମ୍ୱନାଥ ପଣ୍ଡା, ଅମି୍ରତା ମିଶ୍ର, ସୋଫିଆ ଆଲାମ୍, ସ୍ୱରାଜଲକ୍ଷ୍ମୀ ସାମଲ, ମଧୁସ୍ମିତା ପରିଡ଼ା ପ୍ରମୁଖ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନିର୍ଯାତନା: ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଶ୍ୱଶୁର

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ପ୍ରଶାସନ ଓ ପୋଲିସକୁ କାମରେ ଲଗାଇ ଦେଇଛି । ପରାଜୟକୁ ଆଶଙ୍କା କରି ଅସହିଷ୍ଣୁ ହୋଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଚକ୍ରାନ୍ତ କରି ଗିରଫ କରିଛି ବିଜେପି ସରକାର । ବିସିଜେଡି ପ୍ରତି ବିପୁଳ ସମର୍ଥନ ଯୋଗୁଁ ରାଜ୍ୟର ବହୁ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି, ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରୁ ନାହିଁ । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ବିଜେପି ସରକାରୀ କଳ ଓ ବଳ ଲଗାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରି ଛାତ୍ର ସଂସଦ ନିର୍ବାଚନ ହାତେଇବାକୁ ଚକ୍ରାନ୍ତ କରୁଛି ବିଜେପି । ଇପ୍ସିତା ସାହୁ ସେଥିରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ଗିରଫ କରାଯାଇଛି । ଅନେକ ସ୍ଥାନରେ ବିଜେପି ବିସିଜେଡି ପ୍ରାର୍ଥୀଙ୍କୁ ଅପହରଣ କରି ନେଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ବିପୁଳ ସମର୍ଥନ ରହିଥିବାରୁ ଅନେକ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଭାପତିଙ୍କ ଉପସ୍ଥିତିକୁ ସହ୍ୟ କରିପାରୁନି ବିଜେପି । ନିର୍ବାଚନରେ ବିଜେପି ନେତା ମାନେ ହସ୍ତକ୍ଷେପ କରୁଥିବା ବେଳେ ପୋଲିସ ପ୍ରଶାସନ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଇପ୍ସିତା ସାହୁଙ୍କୁ ଗିରଫ କରିବା ହୀନମନ୍ୟତାର ପରିଚୟ । ବିଜେପି ସରକାରଙ୍କ କର୍ପୋରେଟର ମାନେ କଲେଜ କ୍ୟାମ୍ପସରେ ରହୁଥିବା ବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ । ବିଜେପି ସରକାର ଭୀରୁତାର ପରିଚୟ ଦେଉଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ ପାଇଁ ବିଜେପି ଲାଗି ପଡ଼ିଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର ସବୁ ସୀମା ଅତିକ୍ରମ କରିଛନ୍ତି । ଯାହାକୁ ଇପ୍ସିତା ସାହୁ ଲୋକ ଲୋଚନକୁ ଆଣିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁଙ୍କୁ ମଧ୍ୟ ପୋଲିସ ପ୍ରଶାସନ ଅଟକାଇବାକୁ ପ୍ରୟାସ କରିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ସରକାରଙ୍କୁ ଘାରିଛି ପରାଜୟର ଭୟ । ଆଗାମୀ ଦିନରେ ରାଜ୍ୟର ଛାତ୍ର ସମାଜ ସରକାରଙ୍କୁ ଉଚିତ୍ ଜବାବ ଦେବେ ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର