ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

Madhusudan Das Picture
Published On

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି। ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ। ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ। ଏହି ସର୍ଭେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି।ଏସଆଇଆର ରେ ନାଁ କାଟିଥିଲେ ବି ଆବଶ୍ୟକୀୟ ପ୍ରମାଣ ପତ୍ର ଦେଇ ଯୋଡି ପାରିବେ। ସେହିପରି ବାଦ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି । ଜାନୁଆରୀରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ଫେବୃଆରୀ ୧୦ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଲକ୍ଷ୍ୟ। ସେପ୍ଟେମ୍ବର ୨୧ରେ ଏସଆଇଆର ପରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟର ତାଲିକା ଅନୁସାରେ ରାଜ୍ୟ ନିର୍ବାଚନ କମିଶନ କରିବେ ସର୍ଭେ । 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ରହିବ ଗୋଟିଏ ବୁଥ। ବିଧାନସଭାର ୩୯୦୦୦ ବୁଥକୁ ଭାଙ୍ଗି ୯୧ ହଜାର ବୁଥ କରାଯିବ। ପୌରାଞ୍ଚଳରେ ୬ ହଜାର ବୁଥ ରହିଲେ, ଆବଶ୍ୟକ ପଡିଲେ ଅଧିକ ବୁଥ କରାଯିବ। ସହରଞ୍ଚଳରେ ଇଭିଏମ ଏବଂ ଗ୍ରାମାଞ୍ଚଳରେ ବାଲାଟରେ ନିର୍ବାଚନ ହେବ। 

ଆହୁରି ପଢ଼ନ୍ତୁ: କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

ଡୋର ଟୁ ସର୍ଭେ ଟିମରେ ବୁଥ୍ ସ୍ତରୀୟ ଅଧିକାରୀ(BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥ୍, ସ୍ବଚ୍ଛସାଥ୍‌ ଏବଂ ଆଶା କର୍ମୀ ଘରକୁ ଘର ବୁଲିବେ। PEO,ବୁଥ୍ ସ୍ତରୀୟ ଅଧିକାରୀଙ୍କର (BLOs) ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AEROs) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ(EROs ) ସମ୍ପୂର୍ଣ ପ୍ରକ୍ରିୟାର ତଦାରଖ କରିବେ। ସର୍ଭେ ବେଳେ ସହଯୋଗ ପାଇଁ ଓଡିଶା ବାସୀଙ୍କୁ ଅପିଲ କଲେ ରାଜ୍ୟ ନିର୍ବାଚନ କମିଶନ। ବଡ଼ କଥା ହେଲା ଏହି ସର୍ଭେ ସମୟରେ ଭୋଟର ମାନେ ପୂର୍ବରୁ ବାଦ ପଡ଼ିଥିଲେ ଯୋଡି ହୋଇ ପାରିବେ, ଆଉ ଅଯୋଗ୍ୟ ଭୋଟରଙ୍କୁ ବାଦ ବି ଦିଆଯାଇ ପାରିବ। ନାମ ଯୋଡିବା ଏବଂ ସଂଶୋଧନ ପାଇଁ ଦାବୀ ଫାର୍ମ ନମ୍ବର 16 ଏବଂ ନାମ ବାଦ ଦେବା ପାଇଁ ଆପତ୍ତି ଫର୍ମ ୧୭କୁ ଦାଖଲ କରିବାକୁ ପଡିବ। ବଡ କଥା ହେଲା ନୂଆ ଭୋଟର ଲିଷ୍ଟ ହେଲେ ଗୋଟିଏ ପରିବାରର ସମସ୍ତ ଭୋଟର ଗୋଟିଏ ବୁଥରେ ହିଁ ଭୋଟ ଦେବେ। 

ଆହୁରି ପଢ଼ନ୍ତୁ: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା: ଜାଣନ୍ତୁ କେଉଁ ରୁଟ୍ ବନ୍ଦ ଓ କେଉଁଠି ହେବ ଡାଇଭର୍ସନ୍...

ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଆଧାରରେ କେନ୍ଦ୍ର ସରକାରଙ୍କ ୨୦୨୫ ଭୋଟର ଲିଷ୍ଟ ଅନୁଯାୟୀ ୩୦ଟି ଜିଲ୍ଲାରେ କରାଯାଇଥିବା ପାଇଲଟ୍ ସର୍ଭେରେ ଜଣା ପଡିଥିଲା ଯେ ପ୍ରାୟ ୭.୬୧% ଲୋଟର ମୃତ୍ୟୁ/ସ୍ଥାନାନ୍ତର ସତ୍ତ୍ବେ ଅସିଆରେ ଲୋଟର ତାଲିକାରେ ଅଛନ୍ତି ଏବଂ ପ୍ରାୟ ୪.୮୭% ଯୋଗ୍ୟ ଭୋଟର ବାବ୍ ପଡ଼ିଛନ୍ତି। ତେଣୁ ନୂଆ ସର୍ଭେ ବେଳେ ତାହାକୁ ସଂଶୋଧନ କରିହେବ। ଜାନୁଆରୀ ରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ତାପରେ ଆପତ୍ତି ଅଭିଯୋଗ ପାଇଁ ୨୦ ଦିନ ସମୟ ଦିଆଯିବ।  ଫେବୃଆରୀ ୧୦ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଲକ୍ଷ୍ୟ ରଖାଯାଇଥିବା ବେଳେ ନିର୍ଦ୍ଧରିତ ସମୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି କହିଛନ୍ତି କମିଶନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର