ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ମତଦାନ ଜାରି, କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା

Madhusudan Das Picture
Published On

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ କ୍ୟାମ୍ପସଗୁଡ଼ିକରେ ଫେରିଛି ଛାତ୍ର ଗଣତନ୍ତ୍ର। ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୩୪୬ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ମତଦାନ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଏହା ପରେ ତୁରନ୍ତ ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଆଜି ହିଁ ଅଫିସିଆଲ୍ ଫଳାଫଳ ଘୋଷଣା କରାଯିବ। ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୬ ତାରିଖରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୧୨ଟି ସ୍ଥାନରେ ଇଡିର ଚଢ଼ାଉ, କର୍ପୋରେଟ୍ ରାକେଟ୍ ଠାବ

ଚଳିତ ବର୍ଷ ନିର୍ବାଚନ ମଇଦାନରେ ବ୍ୟାପକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। କେବଳ ସଭାପତି ପଦ ପାଇଁ ମୋଟ ୮୬୬ ଜଣ ପ୍ରାର୍ଥୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଭୋଟ ପୁନଃ ଗଣତି ଦାବି, ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ହାଇଭୋଲଟେଜ୍ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି। ଏଠାରେ ପ୍ରମୁଖ ଛାତ୍ର ସଂଗଠନ ଏବିଭିପି (ABVP), ବିସିଜେଡି (BCJD) ଏବଂ ଏନଏସୟୁଆଇ (NSUI) ମଧ୍ୟରେ କଡ଼ା ତ୍ରିମୁଖୀ ଲଢ଼େଇ ଚାଲିଛି।

ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଦେଖାଦେଇଥିବା ଛୋଟମୋଟ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲଗୁଡ଼ିକୁ ଖାଲି କରିବା ସହ ଅନୁମତି ବିନା ପୋଷ୍ଟର ଓ ବ୍ୟାନର ଲଗାଇବା ଉପରେ କଟକଣା ଜାରି କରିଛନ୍ତି।

ପୋଲିସ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସମ୍ବେଦନଶୀଳ କ୍ୟାମ୍ପସଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ କମିଶନର, ରେଞ୍ଜ ଆଇଜି ଏବଂ ସ୍ଥାନୀୟ ଡିସିପିମାନେ ସିଧାସଳଖ ଭାବେ ନିର୍ବାଚନ ପ୍ରକ୍ରିୟାର ତଦାରଖ କରୁଛନ୍ତି। ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ମତଦାନ ପାଇଁ ରିଜର୍ଭ ପୋଲିସ କ୍ୟାମ୍ପ ଏବଂ ରାପିଡ୍ ଆକ୍ସନ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର