ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରେ  ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆଜି   ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରରେ  ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। କିନ୍ତୁ ଏ ଡବଲ ଇଞ୍ଜିନ  ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ  ଏଜେଣ୍ଡା ହୋଇଛି।

ଆହୁରି ପଢ଼ନ୍ତୁ: ପରିତ୍ୟକ୍ତ କୂଅରେ ଖସିପଡିଥିଲା ହାତୀ, ସୁରକ୍ଷିତ ଉଦ୍ଧାର କଲେ ବନବିଭାଗ କର୍ମଚାରୀ

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏ ସରକାର ଅମଳରେ  ସମସ୍ତେ ହଇରାଣ। ଚାଷୀ ହଇରାଣ ମହିଳା ହଇରାଣ,  ବୁଢା ବୁଢ଼ୀ ହଇରାଣ। ଗରିବ ଲୋକ  ହଇରାଣ। ମଧ୍ୟବିତ୍ତ ହଇରାଣ। Gen Z ର ଭବିଷ୍ୟତ ଅନ୍ଧାର। ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି। ସମସ୍ତେ ହଇରାଣ୍। କିନ୍ତୁ ସରକାର ନିଦା ବିଷ୍ଣୁ। ଅପାରଗତା ରେ ଓଡିଶା ସରକାର ସାରା ଦେଶ ରେ  ନମ୍ବର one ବୋଲି ଶ୍ରୀ  ପଟ୍ଟନାୟକ  କଟାକ୍ଷ କରିଥିଲେ। ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲି ଦେବାକୁ ଶ୍ରୀ ପଟ୍ଟନାୟକ ଦଳର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ।
 
ଏହି କାର୍ଯ୍ୟକ୍ରମରେ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ବିଜେଡି ନେତା ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମାବେଶରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିପୁଳ ଜନ ସମାବେଶ ହୋଇ ଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଅଘଟଣ: ପୋଖରୀରେ ବୁଡ଼ି ୧୭ବର୍ଷର ନାବାଳକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର