ମିଳିଲା ଆଶ୍ୱସ୍ତି, ଟଳିଲା ଲଘୁଚାପ ଆଶଙ୍କା; ଏଥର ଜମିବ ପୂଜା ମାହୋଲ

Madhusudan Das Picture
Published On

ଭୁବନେଶ୍ୱର: ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଇଏମ୍‌ଡି କହି ଆସୁଥିଲା। ମାତ୍ର ଉଚ୍ଚତା ଅନୁସାରେ ପବନର ବେଗ ଓ ଦିଗର ପରିବର୍ତ୍ତନ ଏବଂ ଶୁଖିଲା ବାୟୁର ପ୍ରବେଶ ଯୋଗୁଁ ଲଘୁଚାପ ସୃଷ୍ଟି କ୍ଷେତ୍ରରେ ପ୍ରତିକୂଳ ବାତାବରଣ ରହୁଛି। ଏଥିପାଇଁ ଲଘୁଚାପର ଆଶଙ୍କା ଟଳି ଯାଇଛି। ଏହି ଲଘୁଚାପକୁ ନେଇ ପୂଜା ସମୟରେ ବର୍ଷା ଆଶଙ୍କା ରହୁଥିଲା। ଏଥିପାଇଁ ରାଜ୍ୟରେ ପୂଜା ମାହୋଲରେ ଭଟ୍ଟା ପଡ଼ିପାରେ ବୋଲି ଆଶଙ୍କା ରହୁଥିଲା। ହେଲେ ଲଘୁଚାପ ଆଶଙ୍କା ଟଳିଯିବା ପରେ ଏବେ ପୂଜା ସମୟରେ ପାଗକୁ ନେଇ ଆଶ୍ୱସ୍ତି ମିଳିଛି। 

ଆହୁରି ପଢ଼ନ୍ତୁ: ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଅନ୍ୟପଟେ ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ସହ ଉତ୍ତର-ପୂର୍ବ ମୌସୁମୀ ବାୟୁ (ଫେରନ୍ତା ମୌସୁମୀ) ପ୍ରଭାବରେ କିଛି କିଛି ସ୍ଥାନରେ ଏହି ବର୍ଷା ହେଉଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ରହିଛି। ତେବେ ଏହି ବର୍ଷାର ପ୍ରଭାବ ବିଶେଷ ଅଧିକ ରହିବ ନାହିଁ। କେବଳ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏହି ବର୍ଷା ହେବ। ଏଥିପାଇନ୍ତା ଆସନ୍ତା ୨-୩ ଦିନ ପାଇଁ କିଛି ଜିଲ୍ଲାକୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର