କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ରାଜ୍ୟ ସରକାର, ୨୦୨୬ ଜାନୁଆରୀରୁ ମିଳିବ ପିଛିଲା ଦରମା

Madhusudan Das Picture
Published On

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ସରକାର । ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ହଜାର ହଜାର କନିଷ୍ଠ ଶିକ୍ଷକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ନିୟମିତ କରିବା ନେଇ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣି ବେଳେ ଉତ୍ତେଜନା: ପଥର ମାଡ଼ରେ ମାହାଙ୍ଗା ଆଇଆଇସି ଆହତ, ପୋଲିସ ଗାଡ଼ି ଭଙ୍ଗାରୁଜା

Junior Teacher

ଆହୁରି ପଢ଼ନ୍ତୁ: ମନ୍ଦାର ଫୁଲ ଡାଳକୁ ନେଇ କଳହ: ବୋହୂ ଉପରକୁ ଗରମ ତେଲ ପକାଇଦେଲେ ଶାଶୁ

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଯଥାବିଧି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇ କାର୍ଯ୍ୟରତ ଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ଏବେ ଏଲିମେଣ୍ଟାରୀ କ୍ୟାଡରର ଲେଭଲ୍-୫ (ଏ) ବା Level-V(A)ରେ ସହକାରୀ ଶିକ୍ଷକ ଭାବରେ ନିୟମିତ କରାଯିବ ।

ଆହୁରି ପଢ଼ନ୍ତୁ: ସାମାଜିକ ଓ ଧାର୍ମିକ ଅଧିକାର ସୁରକ୍ଷା ଦାବିରେ ଗାନ୍ଧୀ ମାର୍ଗରେ ଗଣଧାରଣା: ନବୀନଙ୍କୁ ଭେଟିଲେ ଖ୍ରୀଷ୍ଟିୟାନ ସମୁଦାୟ

ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପ୍ରଦାନ କରାଯିବ । ଯୋଗ୍ୟ ଶିକ୍ଷକମାନେ ଲେଭଲ୍-୫ (ଏ) ସ୍କେଲ୍ ଅନୁଯାୟୀ ନିୟମିତ ଦରମା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ସୁବିଧା ପାଇବାକୁ ହକ୍‌ଦାର୍ ହେବେ । ଏହି ନିଷ୍ପତ୍ତି ଯୋଗୁଁ ଅନେକ ଦିନ ଧରି ଅପେକ୍ଷା କରିଥିବା ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର