ହୀରାକୁଦ ଡ୍ୟାମରୁ ଖୋଲିଲା ଆହୁରି ୨ ଗେଟ୍: ମୋଟ ୩୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

Madhusudan Das Picture
Published On

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ଆହୁରି ୨ଟି ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ଡ୍ୟାମର ମୋଟ ୩୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଖୋଲାଯାଇଥିବା ଗେଟ୍ ଗୁଡ଼ିକ ମଧ୍ୟରୁ ବାମ ପାର୍ଶ୍ୱରେ ୨୦ଟି ଏବଂ ଡାହାଣ ପାର୍ଶ୍ୱରେ ୧୦ଟି ଗେଟ୍ ଖୋଲାଯାଇଛି। 

ଆହୁରି ପଢ଼ନ୍ତୁ: MMDR ଆଇନ ସଂଶୋଧନ ବିରୋଧରେ ବିଜେଡିର ରଣହୁଙ୍କାର: ବିଧାନସଭା ସମ୍ମୁଖରେ ବିଶାଳ ଗଣବିକ୍ଷୋଭ

ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍ ରେ ପହଞ୍ଚିଥିଲା। ଡ୍ୟାମ୍ ମଧ୍ୟକୁ ହାରାହାରି ୬,୩୦,୬୦୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪,୯୭,୧୯୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ତେବେ ଆଉ ୨ଟି ଗେଟ୍ ଖୋଲିବା ପରେ ବର୍ତ୍ତମାନ ଜଳ ନିଷ୍କାସନ ପରିମାଣ ୫,୩୦,୨୪୬ କ୍ୟୁସେକ୍ କୁ ବୃଦ୍ଧି ପାଇଛି, ଯେଉଁଥିରୁ କେବଳ ସ୍ପିଲ୍‌ୱେ ଦେଇ ୪,୯୨,୦୬୦ କ୍ୟୁସେକ୍ ଜଳ ଛଡ଼ାଯାଉଛି।

ଆହୁରି ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା, ପୋଲିସର ଛାନଭିନ୍ ଜାରି

ତଳମୁଣ୍ଡରେ ଥିବା ମୁଣ୍ଡଳୀ ବ୍ୟାରେଜ୍‌ରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଠାରେ ବର୍ତ୍ତମାନ ୭,୮୩,୭୭୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏହା ବ୍ୟତୀତ ବେଲଗାଁ, ପଥର୍ଲା, ଖଇରମାଲ ଏବଂ ବରମୂଳ ଆଦି ଗେଜ୍ ଷ୍ଟେସନଗୁଡ଼ିକରେ ମଧ୍ୟ ବ୍ୟାପକ ଜଳପ୍ରବାହ ରେକର୍ଡ କରାଯାଇଛି। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ

ବନ୍ୟା ପରିସ୍ଥିତି ଏବଂ ନଦୀର ଜଳସ୍ତର ଉପରେ ଡ୍ୟାମ୍ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ତଳମୁଣ୍ଡରେ ଥିବା ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ଜଳ ଆସୁଥିବାରୁ କୌଣସି ପରିସ୍ଥିତିରେ ନଦୀ ଭିତରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର