ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

Madhusudan Das Picture
Published On

କେନ୍ଦ୍ରାପଡ଼ା: ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ସ୍କୁଲ୍ ପରିସରରେ ମଦ୍ୟପାନ କରିବା ଅଭିଯୋଗରେ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଏହି ଅଭାବନୀୟ ଘଟଣାଟି ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ରିପୋର୍ଟ ଅନୁଯାୟୀ, ସ୍କୁଲର ପ୍ରଧାନ ଶିକ୍ଷକ ସୁନାକର ନାୟକ ଖେଳ ଛୁଟି ବା ଗେମ୍ସ ପିରିୟଡ୍ ସମୟରେ ନିଜ ଅଫିସ୍ ଭିତରେ ବସି ମଦ୍ୟପାନ କରିଥିଲେ। ଅତ୍ୟଧିକ ନିଶାସକ୍ତ ହେବା ପରେ ସେ ଅଫିସ୍ କୋଠରୀକୁ ଭିତରୁ ବନ୍ଦ କରି ଶୋଇପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ପ୍ରଧାନ ଶିକ୍ଷକ ଅଫିସ୍ ଭିତରେ ଶୋଇଯିବା ପରେ ଅନ୍ୟମାନେ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ। ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ଜଣକ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବାରୁ ଛାତ୍ରଛାତ୍ରୀମାନେ ବାହାରକୁ ଯାଇପାରିନଥିଲେ। ପ୍ରଧାନ ଶିକ୍ଷକ ସେଠାରେ ଏକମାତ୍ର ଶିକ୍ଷକ ଥିବାରୁ ଖେଳ ଛୁଟି ପରେ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶିକ୍ଷା ବିଭାଗୀୟ ଅଧିକାରୀମାନେ ସ୍କୁଲରେ ପହଞ୍ଚି ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ଏହି ଘଟଣା ପରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ସ୍କୁଲ୍ ପରିସରରେ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିସହ ପ୍ରଧାନ ଶିକ୍ଷକଙ୍କ ମଦ୍ୟପାନ କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର