ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Madhusudan Das Picture
Published On

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ଏହାକୁ ବିରୋଧ କରିଆସୁଥିବା ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୯ ତାରିଖରେ ବିଜେଡି ପକ୍ଷରୁ ଲୋକଭବନ ଆଗରେ ଗଣଧାରଣା ଦିଆଯିବ। ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଇନର ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ବିଜେଡି ନେତାମାନେ କହିଛନ୍ତି ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଓ ଏହି ଆଇନ ଯୋଗୁଁ ଓଡ଼ିଶାର ପ୍ରାପ୍ୟ ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ହରାଇବ। ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ । ସମ୍ୱିଧାନର ଧାରା ୧୭୪ ଅନୁଯାୟୀ ମାନ୍ୟବର ରାଜ୍ୟପାଳ ସ୍ୱତନ୍ତ୍ର ଅଧିବେଶନ ଡାକି ପାରିବେ । ଏହାଛଡା ସମ୍ୱିଧାନର ଧାରା ୨୪୪(୧)ର ସିଡ୍ୟୁଲ ୫ ଅନୁଯାୟୀ ରାଜ୍ୟର ଜନଜାତି ମାନଙ୍କର ସ୍ୱାର୍ଥକୁ ରକ୍ଷା କରିବା ପାଇଁ  ରାଜ୍ୟପାଳଙ୍କ ଦାୟିତ୍ୱ ରହିଛି। ଖଣି ଅଞ୍ଚଳରେ ବାସ କରୁଥିବା ଜନଜାତି ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯିବ। ଏତଦ୍‌ବ୍ୟତୀତ ଆଗାମୀ ଦିନରେ ଏହି ଆଇନର ପ୍ରତ୍ୟାହାର ଦାବି ନେଇ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବିଜେଡିର ଏହି ନେତାମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର