ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Madhusudan Das Picture
Published On

ଭୁବନେଶ୍ୱର: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକର ତତ୍ପର । ସହର ଭିତରେ ଥିବା ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠାକୁ ଭଙ୍ଗାଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦିଲ୍ଲୀର ସତ୍ୟ ନିକେତନ ଠାରେ ନିକଟରେ ଘଟିଥିବା ଏକ କୋଠା ଭୁଶୁଡ଼ିବା ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିବା ପରେ ଏବେ ଚେତିଲେ ଓଡ଼ିଶା ସରକାର । ରାଜ୍ୟରେ କୋଠାଗୁଡ଼ିକର ଗଠନମୂଳକ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ଥିବା ଦୁର୍ବଳ ସରକାରୀ କୋଠାଗୁଡ଼ିକୁ ଭଙ୍ଗାଯାଉଛି। ଏହା ସହିତ ଅସୁରକ୍ଷିତ ଥିବା ଘରୋଇ କୋଠାଗୁଡ଼ିକୁ ମଧ୍ୟ ଭାଙ୍ଗିବା ପାଇଁ ଖୁବଶୀଘ୍ର ନୋଟିସ୍ ଜାରି କରାଯିବ। ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିପଦସଙ୍କୁଳ ଅବସ୍ଥାରେ ଥିବା ଏକାଧିକ ଦୁର୍ବଳ ସ୍କୁଲ କୋଠା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ୍ ପ୍ରଦାନ କରାଯାଇସାରିଛି। ସହର ସୀମା ମଧ୍ୟରେ ଥିବା ସମସ୍ତ ଅସୁରକ୍ଷିତ କୋଠାଗୁଡ଼ିକୁ ଭୂଲୁଣ୍ଠିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଏହି ପ୍ରସଙ୍ଗରେ କଡ଼ା ନଜର ରଖିଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର