ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Madhusudan Das Picture
Published On

ଭୁବନେଶ୍ୱର: ସାରା ଦେଶରେ ପବିତ୍ର ଗୁରୁ ଦିବସ ପାଳନ କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର  ଗାନ୍ଧୀମାର୍ଗରେ ଦେଖିବାକୁ ଶିକ୍ଷକଙ୍କ ବିକ୍ଷୋଭ । ନିଜର ବିଭିନ୍ନ ଦାବି ପୂରଣ ପାଇଁ ଓଡ଼ିଶାର ଶତାଧିକ ଅନୁଦାନବିହୀନ ସ୍କୁଲ ଓ କଲେଜ ଶିକ୍ଷକ ରାଜଧାନୀର ମହାତ୍ମା ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ୱାନରେ ଭୁବନେଶ୍ଵର ସ୍ଥିତ ଲୋୟର୍ ପି.ଏମ୍.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୧ ଦିନରେ ପହଞ୍ଚିଛି । ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ପ୍ରଚଣ୍ଡ ଖରା ଓ ବର୍ଷାକୁ ଖାତିର ନକରି ମୁକ୍ତାକାଶ ତଳେ ନିଜ ଦାବି ନେଇ ଦିନରାତି ବିତାଉଛନ୍ତି । 

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଗ୍ରାଣ୍ଟ-ଇନ୍-ଏଡ୍ (GIA) ସୁବିଧା, ପେନ୍‌ସନ୍ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଦୀର୍ଘ ଦିନର ଦାବି ପୂରଣ ନେଇ ଶିକ୍ଷକମାନେ ଦିନରାତି ଧାରଣାରେ ବସିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଅଣଦେଖା କରୁଥିବାରୁ ସେମାନେ ଶ୍ରେଣୀଗୃହ ଛାଡ଼ି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆକ୍ଟ ପ୍ରସଙ୍ଗ: ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି କହିଲା ବିଜେଡି

କମିଟିର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ୧୯୪ଟି ହାଇସ୍କୁଲକୁ ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥା ଅଧୀନକୁ ଆଣିବା କିମ୍ବା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ସହ ସମାନ ଆର୍ଥିକ ସହାୟତା ପ୍ରଦାନ କରିବା ଅନ୍ତର୍ଭୁକ୍ତ। ଏହି ଅବସରରେ କମିଟିର ପ୍ରତିନିଧି ସୁଭାଷ ଚନ୍ଦ୍ର ଦାଶ କହିଛନ୍ତି ଯେ, ଶିକ୍ଷକମାନେ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ସେମାନଙ୍କୁ ପୂର୍ବ ଗ୍ରାଣ୍ଟ-ଇନ୍-ଏଡ୍ ନିର୍ଦ୍ଦେଶନାମାରୁ ବାଦ୍ ଦିଆଯାଇଛି। ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ବିକ୍ଷୋଭସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଶିକ୍ଷକମାନେ ଦର୍ଶାଇଛନ୍ତି ଯେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କଥା କହୁଥିବା ବେଳେ ଶିକ୍ଷକମାନଙ୍କ ମଧ୍ୟରେ ଏଭଳି ଭେଦଭାବ ରହିବା ଅନୁଚିତ। ଆନ୍ଦୋଳନରତ ଶିକ୍ଷୟିତ୍ରୀ ସୁରମା ପଟେଲ କହିଛନ୍ତି, 'ସରକାର ଆମ କଥା ଶୁଣିବା ଉଚିତ୍। ଯଦି ସରକାର ନଶୁଣିବେ, ତେବେ କିଏ ଶୁଣିବ? ଆମେ ଅସହାୟ ଏବଂ ଆମର ଦାବିଗୁଡ଼ିକୁ ବିଚାର କରିବାକୁ ସରକାରଙ୍କୁ ନିବେଦନ କରୁଛୁ।' ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକମାନେ ଗୁରୁ ଦିବସ ପାଳନ କରିବା ପରିବର୍ତ୍ତେ ରାସ୍ତାରେ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର